Categories: ଜାତୀୟ

ଦିବାଲୋକରେ ଭାଜପା ନେତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ

ବେଙ୍ଗାଲୁରୁ,୨୪।୬: କର୍ନାଟକରେ ଶାସନ କରୁଥିବା ଭାଜପାର ନେତ୍ରୀ ତଥା ଦୁଇ ଥର ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍‌ପି) କର୍ପୋରେଟର ରେଖା କାଦିରେଶଙ୍କୁ ହତ୍ୟା କରାଯାଇଛି। ଗୁରୁବାର ବେଙ୍ଗାଲୁରୁ ସ୍ଥିତି ଅଫିସ ବାହାରେ ସ୍ପଷ୍ଟ ଦିବାଲୋକରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଥିଲେ। ତେବେ ତାଙ୍କ ହତ୍ୟା ପଛରେ ପୂର୍ବ ଶତୃତା ରହିଥିବା ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି।

ପୂର୍ବରୁ ରେଖାଙ୍କ ସ୍ବାମୀ ଏସ୍‌. କାଦିରେଶଙ୍କୁ ୨୦୧୮ ଫେବୃୟାରୀ ୭ରେ ହତ୍ୟା କରାଯାଇଥିଲା। ସେ କଟନପେଟ୍‌ ଅଞ୍ଚଳରେ ଜଣେ ରାଉଡୀ ନେତା ଭାବେ ଜଣାଶୁଣା ଥିଲେ। ତାଙ୍କ ନାମରେ ହତ୍ୟା, ଅପହରଣ ଭଳି ୧୪ଟି ସଙ୍ଗୀନ ମାମଲା ଥିଲା। ଉକ୍ତ ଅଞ୍ଚଳରେ ସକ୍ରିୟ ଥିବା ବିରୋଧୀ ଗ୍ୟାଙ୍ଗ ତାଙ୍କୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଥିଲା।

୪୫ ବର୍ଷୀୟା ରେଖାଙ୍କ ହତ୍ୟା ଘଟଣା ସମ୍ପର୍କରେ ଅତିରିିକ୍ତ ପୋଲିସ କମିଶନର ଏସ୍‌. ମୁରୁଗାନ କହିଛନ୍ତି, ଚାଲାଭାଦିପାଲୟାର ଭାଜପା କାଉନ୍‌ସିଲର ସକାଳ ୧୦ଟା ୩୦ରେ ଅଞ୍ଚଳରେ ଚାଲିଥିବା ରିଲିଫ୍‌ ବଣ୍ଟନ କାର୍ଯ୍ୟର ତଦାରଖ କରୁଥିଲେ। ଏହି ସମୟରେ ବାଇକ୍‌ ଯୋଗେ ଆସିଥିବା ଦୁଇ ଦୁର୍ବୃତ୍ତ ତାଙ୍କୁ ଖଣ୍ଡାରେ ଗୋଡ଼େଇ ଗୋଡ଼େଇ ହାଣିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ହତ୍ୟାକାଣ୍ଡ ପଛରେ ରେଖାଙ୍କ ଅଫିସର କେହି ସମୃକ୍ତ ଥିବା ପୋଲିସ ସନ୍ଦେହ କରୁଛି। କାରଣ ଅଫିସ ବାହାରେ ଲାଗିଥିବା ସିସିଟିଭି ଘଟଣା ସମୟରେ ସୁଇଚ୍‌ ଅଫ୍‌ ଥିଲା।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.