ବିଚାରପତିଙ୍କୁ ଜୋତା ଫିଙ୍ଗିବାରୁ ୧୮ ମାସ ଜେଲ

ଅହମ୍ମଦାବାଦ: ଗୁଜରାଟ ହାଇକୋର୍ଟର ଜଣେ ବିଚାରପତିଙ୍କୁ ଜୋତା ଫିଙ୍ଗିବାରୁ ଜଣେ ବ୍ୟକ୍ତିଙ୍କୁ ଦେଢ଼ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଛି। ରାଜକୋଟ ଜିଲା ଭୟଭଦର ଚା’ ଦୋକାନୀ ଭବାନୀଦାସ ଭବାଜୀ ଏକ ମାମଲାର ଫଇସଲା ପାଇଁ ହାଇକୋର୍ଟ ଧାଇଁ ଧାଇଁ ନୟାନ୍ତ ହୋଇଯାଇଥିଲେ। ୨୦୧୨ ଏପ୍ରିଲ ୧୨ରେ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଝାଭେରିଙ୍କ ଉପରକୁ ଅନ୍ୟ ଏକ ମାମଲାର ଶୁଣାଣି ବେଳେ ଜୋତା ଫିଙ୍ଗିଥିଲେ। ତେବେ ସୌଭାଗ୍ୟବଶତଃ ତାହା ଜଷ୍ଟିସ୍‌ ଝାଭେରିଙ୍କ ଦେହରେ ବାଜି ନ ଥିଲା। କାହିଁକି ଜୋତା ଫିଙ୍ଗିଲ ବୋଲି ପ୍ରଶ୍ନ କରାଯିବାରୁ ତାଙ୍କ ମାମଲାର ଶୁଣାଣି ହେଉ ନ ଥିବାରୁ ହତାଶ ହୋଇ ସେ ଏପରି କରିଥିବା କହିଥିଲେ। ରାସ୍ତାକଡ଼ରେ ଥିବା ତାଙ୍କ ଚା’ ଦୋକାନକୁ ଭୟଭଦର ପୌରପାଳିକା ହଟାଇଦେଇଥିଲା। ଫଳରେ ସେ ବେରୋଜଗାର ହୋଇ ମାନସିକ ଭାରସାମ୍ୟ ହରାଇଥିଲେ। ଅହମ୍ମଦାବାଦକୁ ଯାଇ ହାଇକୋର୍ଟଙ୍କ ବିଚାର ଶୁଣିବାକୁ ତାଙ୍କ ପାଖରେ ଟଙ୍କା ନ ଥିବାରୁ ଧାର କରିବାକୁ ପଡ଼ିଥିଲା। ଏଥିଲାଗି ସେ ଜୋତା ଫିଙ୍ଗିଥିଲେ ବୋଲି କହିଥିଲେ। ରାଜକୋଟ ଜିଲା ମିର୍ଜାପୁର ରୁରାଲ କୋର୍ଟର ବିଚାରବିଭାଗୀୟ ମୁଖ୍ୟ ମାଜିଷ୍ଟ୍ରେଟ୍‌ ଭି.ଏ. ଧଧାଲ ଗୁରୁବାର ଏହି ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଭବାନୀଦାସଙ୍କୁ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି) ଦଫା ୩୫୩ ଅନୁସାରେ ଦୋଷୀ ସାବ୍ୟସ୍ତ କରି ୧୮ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ତାଙ୍କ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଭବାନୀ ଦାସଙ୍କୁ କୌଣସି ଜରିମାନା କରାଯାଇ ନାହିଁ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.