ସାଉଥାମ୍ପଟନ୍,୨୩।୬: ନ୍ୟୁଜିଲାଣ୍ଡ ଦଳର ଏବେକାର ସବୁଠାରୁ ସଫଳ ବୋଲର ଟିମ ସାଉଥ। ତାଙ୍କର ସ୍ବିଙ୍ଗ ବୋଲିଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ) ର ଫାଇନାଲରେ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କୁ ଅସୁବିଧାରେ ପକାଉଛି। କିନ୍ତୁ ଆପଣ ଜାଣନ୍ତି କି ନ୍ୟୁଜିଲାଣ୍ଡର ଏହି ବୋଲର ବ୍ୟାଟିଂରେ ମଧ୍ୟ ବଡ ବଡ ବ୍ୟାଟ୍ସମ୍ୟାନ୍ଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। ଲମ୍ବା ଛକା ମାରିବାରେ ଟିମ ସାଉଥିଙ୍କ ନାମ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରୋହିତ ଶର୍ମା, ରିକି ପଣ୍ଟିଂ, ଏବି ଡି ଭିଲିୟର୍ସଙ୍କ ଆଗରେ ଆସିଥାଏ। ମଙ୍ଗଳବାର ସେ ଭାରତ ବିପକ୍ଷରେ ୨ଟି ଛକା ମାରି ରିକି ପଣ୍ଟିଙ୍ଗଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ସେ ଖୁବ ଶୀଘ୍ର ଏମଏସ ଧୋନୀଙ୍କୁ ମଧ୍ୟ ଅତିକ୍ରମ କରିପାରନ୍ତି।
୩୨ ବର୍ଷୀୟ ଟିମ ସାଉଥି ୪୬ ବଲରୁ ୩୦ ସ୍କୋର କରିଥିଲେ। ସେ ତାଙ୍କ ଇନିଂସରେ ଦୁଇଟି ଛକା ମାରିଥିଲେ। ଏହା ସହ ସାଉଦି ଟେଷ୍ଟ କ୍ୟାରିୟରରେ ମୋଟ ୭୫ଟି ଛକା ମାରିଛନ୍ତି। ଏହି ମ୍ୟାଚ ପୂର୍ବରୁ ସାଉଥି ଏବଂ ରିକି ପଣ୍ଟିଙ୍ଗ ୭୩-୭୩ ଛକା ଥିଲା। ୭୯ଟି ଟେଷ୍ଟ ମ୍ୟାଚରେ ସାଉଥି ୭୫ଟି ଛକା ମାରିଛନ୍ତି। ସେ ବର୍ତ୍ତମାନ ସର୍ବାଧିକ ଛକା ମାରିବାରେ ଶ୍ରେଷ୍ଠ -୧୫ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଟେଷ୍ଟ କ୍ରିକେଟରେ ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକକୁଲମ ସର୍ବାଧିକ ଛକା ମାରିବାର ରେକର୍ଡ ହାସଲ କରିଛନ୍ତି। ସେ ୧୦୧ଟି ମ୍ୟାଚରେ ୧୦୭ ଛକା ମାରିଛନ୍ତି। ୧୦୦ଟି ଛକା ସହ ଅଷ୍ଟ୍ରେଲିଆର ଆଡାମ ଗିଲକ୍ରିଷ୍ଟ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ମହେନ୍ଦ୍ର ସିଂ ଧୋନୀ ୭୮ ଛକା ସହ ୧୪ ନମ୍ବରରେ ଅଛନ୍ତି। ଏମଏସ ଧୋନୀ ଏବେ ଟିମ ସାଉଥିଙ୍କ ଟାର୍ଗେଟରେ ଅଛନ୍ତି। ଧୋନୀଙ୍କୁ ଅତିକ୍ରମ କରିବାକୁ ତାଙ୍କୁ ମାତ୍ର ୪ ଟି ଛକା ଦରକାର।
ଟେଷ୍ଟ ମ୍ୟାଚ୍ରେ ସର୍ବାଧିକ ଛକା ମାରିବାରେ ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ବିରେନ୍ଦର ସେହୱାଗ ଏକ ନମ୍ବର ସ୍ଥାନରେ ଅଛନ୍ତି। ସେ ୧୦୪ଟି ମ୍ୟାଚରେ ୯୧ଟି ଛକା ମାରିଛନ୍ତି। ଟେଷ୍ଟରେ ଦୁନିଆର ସର୍ବାଧିକ ଛକା ମାରିବାରେ ସେହ୍ବାଗ ମ୍ୟାକକୁଲମ, ଗିଲକ୍ର୍ରିଷ୍ଟ, କ୍ରିସ ଗେଲ ଏବଂ ଜ୍ୟାକ କଲିସଙ୍କ ପରେ ପଞ୍ଚମ ସ୍ଥାନରେ ଅଛନ୍ତି। ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ତାଙ୍କ ଟେଷ୍ଟ କ୍ୟାରିୟରରେ ୬୯ ଛକା ମାରିଛନ୍ତି। ସୌରଭ ଗାଙ୍ଗୁଲିଙ୍କ ଟେଷ୍ଟ କ୍ରିକେଟରେ ୫୭ ଛକା ରହିଛି। ଏବେକାର ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରେ ରୋହିତ ଶର୍ମା ୫୯ ଛକା ସହ ଆଗରେ ଅଛନ୍ତି। ବିରାଟ କୋହଲିଙ୍କ ନାମରେ ୨୨ଟି ଛକା ରହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.