କୋଲକାତା,୨୬।୬: ନକଲି ଭାକ୍ସିନ୍ ନେଇ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ(ଟିଏମ୍ସି) ଏମ୍ପି ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଅସୁସ୍ଥ ହୋଇପଡ଼ିଛନ୍ତି। ଶନିବାର ସକାଳେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କ ଘରକୁ ଡାକ୍ତରଙ୍କୁ ଡକାଯାଇଥିଲା। ୪ ଦିନ ତଳେ ସେ ଏକ ନକଲି ଟିକାକରଣ କେନ୍ଦ୍ରରେ ଭାକ୍ସିନ୍ର ଡୋଜ୍ ନେଇଥିଲେ। ମିମିଙ୍କ ପେଟରେ ଯନ୍ତ୍ରଣା ହେବା ସହିତ ତାଙ୍କ ଶରୀରରୁ ଅତ୍ୟଧିକ ଝାଳ ବୋହିବାରୁ ଡାକ୍ତରଙ୍କୁ ଖବର ଦିଆଯାଇଥିଲା। ଡାକ୍ତର ତାଙ୍କୁ ହସ୍ପିଟାଲରେ ଭର୍ତ୍ତିି କରିବକାୁ ପରାମର୍ଶ ଦେଇଥିଲେ। ତେବେ ଏହାକୁ ମିମି ମନା କରିଦେଇଥିଲେ। ସେ ଘରେ ରହି ଚିକିତ୍ସିତ ହେବାକୁ କହିଛନ୍ତି। ନକଲି ଭାକ୍ସିନ୍ ପ୍ରଦାନ କରାଯାଇଥିବା ଘଟଣାର ଯାଞ୍ଚ୍ ପାଇଁ ଏସ୍ଆଇଟି ଗଠନ କରାଯାଇଛି। ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ମିମି ଯାଦବପୁର ଲୋକସଭା ଆସନରୁ ବିଜୟୀ ହୋଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.