ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି: କେବଳ ଖୋର୍ଦ୍ଧାରୁ…

ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୮,୭୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୪,୮୯୨ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୩୮୪୩ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୭ ଲକ୍ଷ ୭୩ ହଜାର ୩୭୨ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧,୨୨୨ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୪୫୬, ବାଲେଶ୍ୱରରୁ ୫୬୬, ବରଗଡ଼ରୁ ୧୯୩, ଭଦ୍ରକରୁ ୧୪୭, ବଲାଙ୍ଗୀରରୁ ୪୯, ବୌଦ୍ଧରୁ ୧୩୭, କଟକରୁ ୬୭୩, ଦେବଗଡ଼ରୁ ୬୩, ଢେଙ୍କାନାଳରୁ ୫୦୩, ଗଜପତିରୁ ୮୦, ଗଞ୍ଜାମରୁ ୧୫୬, ଜଗତ୍‌ସିଂହପୁରରୁ ୩୮୨, ଯାଜପୁରରୁ ୫୦୭, ଝାରସୁଗୁଡ଼ାରୁ ୧୫୩, କଳାହାଣ୍ଡିରୁ ୧୭୭, କନ୍ଧମାଳରୁ ୬୫, କେନ୍ଦ୍ରାପଡ଼ାରୁ ୩୮୭, କେନ୍ଦୁଝରରୁ ୧୭୯ ଆକ୍ରାନ୍ତ ଅଛନ୍ତି। ସେହିପରି କୋରାପୁଟରୁ ୨୫୫, ମାଲକାନଗିରିରୁ ୯୬, ମୟୂରଭଞ୍ଜରୁ ୩୪୨, ନବରଙ୍ଗପୁରରୁ ୨୬୪ , ନୟାଗଡ଼ରୁ ୨୮୫, ନୂଆପଡ଼ାରୁ ୪୦, ପୁରୀରୁ ୪୬୭, ରାୟଗଡ଼ାରୁ ୯୦, ସମ୍ବଲପୁରରୁ ୧୭୭ ସୁବର୍ଣ୍ଣପୁରରୁ ୧୫୬ ଓ ସୁନ୍ଦରଗଡ଼ରୁ ୨୪୪ ଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ୨୨୦ ଅଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.