କ୍ରିକେଟ ଇତିହାସରେ ଆଜି ଏକ ଖାସ୍ ଦିନ। ୧୮ ବର୍ଷ ପୂର୍ବେ ୧୩ ଜୁନ, ୨୦୦୩ ରେ କ୍ରିକେଟର ତୃତୀୟ ଫର୍ମାଟ ଅର୍ଥାତ୍ ଟି-୨୦ କ୍ରିକେଟ ଆରମ୍ଭ ହୋଇଥିଲା। କିଛି ବର୍ଷ ମଧ୍ୟରେ ଟି-୨୦ କ୍ରିକେଟ ଅତୁଳନୀୟ ଲୋକପ୍ରିୟତା ହାସଲ କରିଛି। ଟି -୨୦ କ୍ରିକେଟ ଆରମ୍ଭ ହେବାର ଚାରି ବର୍ଷ ପରେ ପ୍ରଥମ ଥର ପାଇଁ ବିଶ୍ୱକପ ଆୟୋଜିତ ହେଲା। ଭାରତରେ ମଧ୍ୟ ଟି -୨୦ ଲିଗ ୨୦୦୮ରେ ଇଣ୍ଡିଆନ ପ୍ରିମିୟର ଲିଗ ମାଧ୍ୟମରେ ଆରମ୍ଭ ହୋଇଥିଲା।
ଟି-୨୦ କ୍ରିକେଟର ଅସ୍ତିତ୍ୱର କାହାଣୀ ମଧ୍ୟ ବହୁତ ଆକର୍ଷଣୀୟ। ୨୦୦୦ ମସିହା ପରେ ଇଂଲଣ୍ଡରେ ଟେଷ୍ଟ କ୍ରିକେଟର ଲୋକପ୍ରିୟତା ହ୍ରାସ ପାଇଲା। ପ୍ରାୟୋଜକମାନେ ଧୀରେ ଧୀରେ ହ୍ରାସ ପାଉଥିଲେ। ଦର୍ଶକଙ୍କ ଆଗ୍ରହ ମଧ୍ୟ କମିଯାଉଥିଲା। ଏହି ପରିସ୍ଥିତିକୁ କିପରି ଦୂର କରାଯିବ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଚିନ୍ତା କରିବାକୁ ଲାଗିଲେ। ତା’ପରେ ବୋର୍ଡର ମାର୍କେଟିଂ ମ୍ୟାନେଜର ଷ୍ଟୁଆର୍ଟ ରୋବର୍ଟସନ ଏକ ଯୁକ୍ତି ବାଢିଲେ। ୨୦୦୧ରେ, କ୍ରିକେଟକୁ ଅଧିକ ରୋମାଞ୍ଚକର କରିବା ଏବଂ ଖେଳକୁ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ସେ କାଉଣ୍ଟି କ୍ରିକେଟର ଚେୟାରମ୍ୟାନଙ୍କୁ ଫର୍ମାଟରେ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲେ।
ଟେଷ୍ଟ, ଏକଦିବସୀୟଠାରୁ ଅଲଗା ଏକ ୨୦ ଓଭର ଫର୍ମାଟକୁ ରୋବର୍ଟସନ ପ୍ରୋତ୍ସାହିତ କରିଥିଲେ। କାଉଣ୍ଟି କ୍ରିକେଟ ଚେୟାରମ୍ୟାନ ତାଙ୍କ ପରାମର୍ଶକୁ ପସନ୍ଦ କରିଥିଲେ ଏବଂ ୨୦୦୩ ରେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଆନ୍ତ-କାଉଣ୍ଟି କ୍ରିକେଟ ଚାମ୍ପିଅନସିପ ମାଧ୍ୟମରେ ଟି -୨୦ କ୍ରିକେଟ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚ ୧୨ ଜୁନ ୨୦୦୩ ରେ ହାମ୍ପସାୟର୍ ଏବଂ ସସେକ୍ସ ମଧ୍ୟରେ ସାଉଥମ୍ପଟନର ରୋଜ ବଲ ଗ୍ରାଉଣ୍ଡରେ ଖେଳାଯାଇଥିଲା। ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ହାମ୍ପସାୟର୍ ୧୯.୪ ଓଭରରେ ୧୫୩ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ସସେକ୍ସର ସମଗ୍ର ଦଳ ୭ ଉଇକେଟ ହରାଇ ୨୦ ଓଭରରେ ମାତ୍ର ୧୪୭ ରନ ସ୍କୋର କରିପାରିଥିଲା। ୨୦୦୭ରେ ପ୍ରଥମ ଟି-୨୦ ବିଶ୍ୱକପ୍ ଖେଲାଯାଇଥିଲା। ଏଥିରେ ଭାରତ ଚାମ୍ପିଅନ୍ ହୋଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.