ଆଜିଠୁ ୧୮ରୁ ୪୪ ବର୍ଷୀୟଙ୍କୁ ଦ୍ୱିତୀୟ ଡୋଜ୍‌

ଭୁବନେଶ୍ୱର, ୨।୬(ବ୍ୟୁରୋ):ବହୁ ପ୍ରତୀକ୍ଷା ପରେ ଶେଷରେ ରାଜଧାନୀ ଭୁବନେଶ୍ୱରରେ ବୁଧବାରଠାରୁ ୧୮ରୁ ୪୪ ବର୍ଷୀୟ ବର୍ଗଙ୍କ ପାଇଁ ୨ୟ ଡୋଜ୍‌ କୋଭିଡ୍‌ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏନେଇ ବିଏମ୍‌ସି ପକ୍ଷରୁ ୟୁନିଟ-୩ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଘାଟିକିଆ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ପୋଖରୀପୁଟ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ କ୍ୟାପିଟାଲ ହସ୍ପିଟାଲକୁ ଚିହ୍ନଟ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରୁ ହିଁ ସ୍ଲଟ୍‌ ବୁକିଂ ଆରମ୍ଭ ହୋଇଯାଇଛି। ଜୁନ୍‌ ୨ରୁ ୫ ତାରିଖ ପର୍ଯ୍ୟନ୍ତ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି ପ୍ରତ୍ୟହ ସକାଳ ୮ଟା ୩୦ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଟିକାକରଣ ଚାଲୁ ରହିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସହରରେ ପର୍ଯ୍ୟାପ୍ତ ପରିମାଣର ଟିକା ନ ଥିବାରୁ କେବଳ ଏହି ୪ଟି ସ୍ବାସ୍ଥ୍ୟକେନ୍ଦ୍ରକୁ ଟିକାକରଣ ପାଇଁ ଅନୁମତି ଦିଆଯାଇଛି। ସେହିପରି ପ୍ରଥମ ଦିନରେ ପ୍ରତି ସେଣ୍ଟରରେ ୫୦ଜଣ ଲେଖାଏ ମୋଟ ୨ଶହ ଜଣଙ୍କୁ ଟିକା ଦେବା ପାଇଁ ସ୍ଲଟ୍‌ ବ୍ୟବସ୍ଥା ହୋଇଛି। ଏହି ବର୍ଗର ଲୋକଙ୍କ ପାଇଁ ଖୁବ୍‌ କମ୍‌ ଟିକା ରହିଥିବାରୁ ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ଟିକା ଦିଆଯାଇପାରିବ କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଖୁବ୍‌ଶୀଘ୍ର ଦ୍ୱିତୀୟ ଡୋଜ୍‌ ଟିକା ଆସିବ ଓ ୧୮ରୁ ୪୪ବର୍ଗର ହିତାଧିକାରୀଙ୍କୁ ଟିକା ଦିଆଯିବ। ତେବେ ୪୫ରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଟିକା ରହିଛି ବୋଲି ବିଏମ୍‌ସିର ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଅନ୍ତର୍ଯ୍ୟାମୀ ମିଶ୍ର କହିଛନ୍ତି। ସେହିପରି ଟିକା ନେବା ପାଇଁ ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ଦେଖା ଦେଉଥିବାରୁ ସ୍ଲଟ୍‌ ଖୋଲିବାର କିଛି ମିନିଟ୍‌ ମଧ୍ୟରେ ହିଁ ସମସ୍ତ ସ୍ଲଟ୍‌ ବୁକିଂ ହୋଇଯାଉଛି। ତେଣୁ ଅନେକଙ୍କୁ ସ୍ଲଟ ପାଇବାରେ ସମସ୍ୟା ଦେଖା ଦେଉଛି। ଅନେକେ ଏଥିପାଇଁ କୋ-ଓ୍ବିନ୍‌ ଆପ୍‌ରେ ତ୍ରୁଟି ଥିବା ଅଭିଯୋଗ କରୁଛନ୍ତି, ମାତ୍ର ଆପ୍‌ରେ କୌଣସି ଅସୁବିଧା ନାହିଁ। ଏବେ ପର୍ଯ୍ୟାପ୍ତ ଟିକା ନାହିଁ। ଟିକା ଆସିବା ପରେ ଅଧିକ ସ୍ଲଟ୍‌ ଖୋଲାଯିବ ଓ ହିତାଧିକାରୀମାନେ ଏହାର ଲାଭ ଉଠାଇ ପାରିବେ ବୋଲି ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, ମେ ୩ରୁ ୨୮ ତାରିଖ ମଧ୍ୟରେ ୧୮-୪୪ ବର୍ଷ ବର୍ଗର ମୋଟ ୧ ଲକ୍ଷ ୫୧ ହଜାର ୪୨୬ ଜଣ ପ୍ରଥମ ଡୋଜ୍‌ ନେଇଛନ୍ତି। ଭୁବନେଶ୍ୱରରେ ବିଶେଷ କରି ୧୮ ରୁ ୪୪ ବର୍ଗର ହିତାଧିକାରୀ ଯେଉଁମାନେ ପ୍ରଥମ ଡୋଜ ନେଇନାହାନ୍ତି ସେମାନଙ୍କ ପାଇଁ ଟିକା ସଙ୍କଟ ଅଭାବ ପରିଲକ୍ଷିତ ହୋଇଛି ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.