Categories: ଖେଳ

ଟୋକିଓ ଅଲିମ୍ପିକ୍ସ: ସମସ୍ତ ରାସ୍ତା ସିଲ୍‌

ଟୋକିଓ, ୯ା୬ (ଏପି)-ଟୋକିଓ ଅଲିମ୍ପିକ୍ସ ଭେନ୍ୟୁଗୁଡ଼ିକୁ ଯୋଗାଯୋଗ କରୁଥିବା ସମସ୍ତ ସଡ଼କ ପଥକୁ ସିଲ୍‌ କରାଯାଇଛି। ତନ୍ମଧ୍ୟରେ ୧.୪ ବିଲିୟନ ଆମେରିକୀୟ ଡଲାର ମୂଲ୍ୟରେ ନିର୍ମିତ ନ୍ୟାଶନାଲ ଷ୍ଟାଡିୟମ ଅନ୍ୟତମ, ଯେଉଁଠାରେ ଜୁଲାଇ ୨୩ରେ ଉଦ୍‌ଘାଟନୀ ଉତ୍ସବ ଆୟୋଜନ କାର୍ଯ୍ୟକ୍ରମ ରହିଛି। କୋଭିଡ୍‌ ସମୟରେ ଗେମ୍ସ ଆୟୋଜନ ଏକପ୍ରକାର ରିସ୍କ। କାରଣ ଏହାଦ୍ୱାରା କରୋନା ସଂକ୍ରମଣର ଆଶଙ୍କା ରହିଛି ବୋଲି ଦେଶର ଅଧିକାଂଶ ନାଗରିକ ମତବ୍ୟକ୍ତ କରିଛନ୍ତି। ପୁନଶ୍ଚ ସ୍ଥାନୀୟ ସରକାର ଟୋକିଓ ସମେତ ଜାପାନର ଅନ୍ୟ କେତେକ ଅଞ୍ଚଳରେ ଜୁନ୍‌ ୨୦ ପର୍ଯ୍ୟନ୍ତ ଜରୁରିକାଳୀନ ପରିସ୍ଥିତି ଜାରି କରିଛନ୍ତି। ଏହା ସତ୍ତ୍ୱେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଓ ଟୋକିଓ ଅଲିମ୍ପିକ୍ସର ଆୟୋଜକଗଣ ଗେମ୍ସ ଆୟୋଜନ ନେଇ ଦୃଢ଼ପରିକର। ଉଦ୍‌ଘାଟନୀ ଉତ୍ସବ ଆଜିଠୁ ମାତ୍ର ୪୫ ଦିନ ରହିଛି। ଜରୁରିକାଳୀନ ପରିସ୍ଥିତି ଜାରି କରିବା ଦ୍ୱାରା ଟୋକିଓରେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଯଥାସମ୍ଭବ ଖୁବ୍‌ଶୀଘ୍ର ପରିସ୍ଥିତିରେ ଉନ୍ନତି ଘଟିବ ବୋଲି ଆୟୋଜକ କମିଟି ସଭାପତି ସିକୋ ହାସିମୋତୋ ମଙ୍ଗଳବାର ଏକ କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକରେ ଆଶାପ୍ରକାଶ କରି କହିିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ସୋମବାର ସୁଦ୍ଧା ଦେଶର ୩.୬୬ ପ୍ରତିଶତ ଲୋକ କରୋନା ଟିକା ନେଇ ସାରିଛନ୍ତି। ୧୦.୭ ପ୍ରତିଶତ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି। କୋଭିଡ୍‌ରେ ଜାପାନରେ ପ୍ରାୟ ୧୩,୫୦୦ ଲୋକ ପ୍ରାଣ ହରାଇ ସାରିଲେଣି। ସରକାରଙ୍କ ଜଣେ ଉପଦେଷ୍ଟା ତଥା ତୋହୋକୁ ୟୁନିଭର୍ସିଟିର ଭିରୋଲୋଜିଷ୍ଟ ଡକ୍ଟର ହିରୋଶି ଓସିତାନି ଇତିମଧ୍ୟରେ ଚେତାଇ ଦେଇଛନ୍ତି ଯେ ଅଲିମ୍ପିକ୍ସ ପରେ ପରେ ଜାପାନ ଏବଂ ଅନ୍ୟ ଦେଶରେ ସଂକ୍ରମଣର ଆଶଙ୍କା ରହିଛି। ଅଲିମ୍ପିକ୍ସ ସୁରକ୍ଷିତ ଭାବେ ଆୟୋଜନ ହୋଇପାରିବ ବୋଲି ଉଭୟ ସରକାର ଓ ଆଇଓସି ପକ୍ଷରୁ ଯଦିଓ ଦୃଢତାର ସହ କହୁଛନ୍ତି, କିନ୍ତୁ ପ୍ରତ୍ୟେକେ ଭଲରୂପେ ଜାଣନ୍ତି ଗେମ୍ସ ଆୟୋଜନ କରିବା ଏକପ୍ରକାର ରିସ୍କ। ବିନା ରିସ୍କରେ ଅଲିମ୍ପିକ୍ସ ଶତ ପ୍ରତିଶତ ଅସମ୍ଭବ ବୋଲି ଓସିତାନି କହିଛନ୍ତି। ଆୟୋଜକ କମିଟି ସିଇଓ ତୋସିରୋ ମୁତୋ କହିଛନ୍ତି, ବିଦେଶରୁ ଆସିବାକୁ ଥିବା ଗଣମାଧ୍ୟମ କର୍ମଚାରୀମାନେ କୋଭିଡ୍‌ ପ୍ରୋଟୋକଲକୁ ଠିକଣାରୂପେ ମାନୁଛନ୍ତି କି ନା ତାହା ଜିପିଏସ୍‌ ଦ୍ୱାରା ମନିଟର କରାଯିବ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.