ଭୁବନେଶ୍ୱର, ୨୦।୬(କ୍ରୀଡ଼ା ପ୍ରତିନିଧି)- କିମ୍ସ ପ୍ରଫେସର ଡକ୍ଟର ସୁଦୀପ ଶତପଥୀ (ଫିଜିଓଲୋଜି ଆଣ୍ଡ ସ୍ପୋଟର୍ସ ମେଡିସିନ୍) ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳର ଡାକ୍ତର ଭାବେ ନିଯୁକ୍ତ ହୋଇଛନ୍ତି। ଗତ ଏପ୍ରିଲ ୧ରୁ ୧୫ ପର୍ଯ୍ୟନ୍ତ ଆର୍ଜେଣ୍ଟିନାର ବୁଏନ୍ସ ଆରିଜଠାରେ ଭାରତୀୟ ଦଳର ଟ୍ରେନିଂ ଏବଂ ମ୍ୟାଚ ଖେଳିବା ଅବସରରେ ମଧ୍ୟ ସୁଦୀପ ଟିମ୍ ଡାକ୍ତର ଭାବେ କାର୍ଯ୍ୟ କରିଥିଲେ। ପୂର୍ବରୁ ସେ ଏଏଫ୍ସି ଚାମ୍ପିୟନ୍ସ ଲିଗ୍-ଓ୍ବେଷ୍ଟ ୨୦୨୦ରେ ମେଡିକାଲ ପ୍ରତିନିଧି ଦଳର ଡୋପିଂ କଣ୍ଟ୍ରୋଲ ଅଫିସର, ରିଓ ଅଲିମ୍ପିକ୍ସ ଏବଂ ପ୍ରିମିୟର ବ୍ୟାଡ୍ମିଣ୍ଟନ ଲିଗ୍ ଅବସରରେ ମଧ୍ୟ ସେ ସ୍ପୋଟର୍ସ ମେଡିସିନ ଡାକ୍ତର ଭାବେ କାର୍ଯ୍ୟ ତୁଲାଇଥିଲେ। ସୁଦୀପ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ରେ ସ୍ପୋଟର୍ସ ମେଡିସିନ୍ରେ ଡିପ୍ଲୋମା କରିଛନ୍ତି। ୨୦୧୫ ଇଣ୍ଡିଆନ ସୁପରଲିଗ୍ରେ ସେ ସଚିନ ତେନ୍ଦୁଲକରଙ୍କ ମାଲିକାନାରେ ଥିବା କେରଳ ବ୍ଲାଷ୍ଟର୍ସ ଦଳର ଟିମ୍ ଡାକ୍ତର ମଧ୍ୟ ଥିଲେ। ଅଲିମ୍ପିକ୍ସ ପାଇଁ ଏପରି ଏକ ଗୁରୁଦାୟିତ୍ୱ ପାଇଥିବାରୁ ସୁଦୀପଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାର ପ୍ରଥମ ଡାକ୍ତର ଭାବେ ସେ ଏହି ସୁଯୋଗ ପାଇଛନ୍ତି। କିଟ୍ ଓ କିସ୍ ପରିବାର ପକ୍ଷରୁ ମଧ୍ୟ ତାଙ୍କୁ ଶୁଭକାମନା ଜଣାଯାଇଛି। ଡାକ୍ତର ଶତପଥୀ ମଧ୍ୟ ସମସ୍ତ ପ୍ରକାର ସମର୍ଥନ ଯୋଗାଇ ଦେଇଥିବାରୁ ଅଚ୍ୟୁତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.