ନୂଆଦିଲ୍ଲୀ, ୨୩।୬(ପି.ଟି.)- ଟୋକିଓ ଅଲିମ୍ପିକ୍ସ ପାଇଁ ମନପ୍ରୀତ ସିଂଙ୍କୁ ଭାରତୀୟ ଦଳର ଅଧିନାୟକ ମନୋନୀତ କରାଯାଇଛି। ଉପଅଧିନାୟକ ପାଇଁ ୨ ଜଣଙ୍କ ନାମ ଘୋଷଣା କରାଯାଇଛି। ସେମାନେ ହେଲେ ହରମନପ୍ରୀତ ସିଂ ଏବଂ ଓଡ଼ିଶାର ବୀରେନ୍ଦ୍ର ଲାକ୍ରା। ଟୋକିଓ ପାଇଁ ଗତ ସପ୍ତାହରେ ୧୬ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଥିଲେ ହେଁ ଅଧିନାୟକ ଓ ଉପଅଧିନାୟକଙ୍କ ନାମ ଘୋଷଣା ହୋଇ ନ ଥିଲା। ପ୍ରକାଶଯୋଗ୍ୟ ଯେ ଓଡ଼ିଶାର ଦୀପ୍ ଗ୍ରେସ୍ ଏକ୍କାଙ୍କୁ ଭାରତୀୟ ମହିଳା ହକି ଦଳର ଉପଅଧିନାୟିକା ମନୋନୟନ କରାଯିବାର ଗୋଟିଏ ଦିନ ପରେ ବୀରେନ୍ଦ୍ରଙ୍କୁ ପୁରୁଷ ଦଳର ଡେପୁଟି ଦାୟିତ୍ୱ ଦିଆଯାଇଛି।
”ତୃତୀୟ ଥର ପାଇଁ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବାରୁ ମୁଁ ବହୁତ ଖୁସି। ଏଥର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏପରି ଦାୟିତ୍ୱ ତୁଲାଇବା ମୋ ପାଇଁ ଗର୍ବର ବିଷୟ“ ବୋଲି ମନପ୍ରୀତ ପ୍ରକାଶ କରିଛନ୍ତି। ମିଡ୍ ଫିଲ୍ଡର ମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ଦଳ ପୂର୍ବରୁ ଅନେକ ମାଇଲଖୁଣ୍ଟ ସ୍ପର୍ଶ କରିଛି। ୨୦୧୭ରେ ଏସିଆ କପ୍ ଚାମ୍ପିୟନ ହେବା ସହ ୨୦୧୮ରେ ଏସିଆନ ଚାମ୍ପିୟନ୍ସ ଟ୍ରଫି ବିଜୟୀ ହୋଇଥିଲା। ସେହିପରି ଦଳ ୨୦୧୯ରେ ଏଫ୍ଆଇଏଚ୍ ସିରିଜ ଫାଇନାଲ୍ସରେ ମଧ୍ୟ ଟାଇଟଲ ହାସଲ କରିଥିଲା। ମନପ୍ରୀତଙ୍କ ନେତୃତ୍ୱରେ ଭାରତ ୨୦୧୮ରେ ଭୁବନେଶ୍ୱରରେ ଅନୁଷ୍ଠିତ ହକି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଥିଲା। ଅଧିନାୟକ ଦାୟିତ୍ୱକୁ ସଫଳତାର ସହ ସମ୍ପନ୍ନ କରି ସେ ଭାରତକୁ ବିଶ୍ୱ ର଼୍ୟାଙ୍କିଙ୍ଗ୍ର ୪ ନମ୍ବର ସ୍ଥାନରେ ରଖିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
”ଗତ କିଛି ବର୍ଷ ଧରି ଏହି ତିନି ଖେଳାଳି ଦଳୀୟ ନେତୃତ୍ୱ ନେବାର ଅଂଶବିଶେଷ ରହି ଆସିଛନ୍ତି। ଚ୍ୟାଲେଞ୍ଜିଂ ସମୟରେ ଏମାନେ ଅଭିଜ୍ଞତାର ଉପଯୋଗ କରି ଯୁବ ଖେଳାଳିଙ୍କୁ ଠିକ୍ଭାବେ ଗାଇଡ୍ କରି ଆସିଛନ୍ତି। ଆଗାମୀ ଟୁର୍ନାମେଣ୍ଟର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆମେ ନେତୃତ୍ୱକୁ ଦୃଢ଼ କରିଛୁ। ଫଳରେ ୨ ଜଣଙ୍କୁ ଉପଅଧିନାୟକ ଦାୟିତ୍ୱ ଦେଇଛୁ। ଏମାନେ ଦଳକୁ ସଫଳତା ଦିଗରେ ନେବାନେଇ ଆମେ ଦୃଢ଼ ଆଶା ରଖିଛୁ“ ବୋଲି ମୁଖ୍ୟ କୋଚ୍ ଗ୍ରାହାମ ରିଡ୍ କହିଛନ୍ତି। ଭେଟେରାନ ଡିଫେଣ୍ଡର ବୀରେନ୍ଦ୍ର ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତୀୟ ଦଳର ସଦସ୍ୟ ଥିଲେ। କିନ୍ତୁ ଆଣ୍ଠୁରେ ଅସ୍ତ୍ରୋପଚାର ଯୋଗୁ ୨୦୧୬ ରିଓ ଅଲିମ୍ପିକ୍ସ ଖେଳିପାରି ନ ଥିଲେ। ମାତ୍ର ଦଳକୁ ପ୍ରତ୍ୟାବର୍ତ୍ତନ ପରେ ତାଙ୍କ ପ୍ରଦର୍ଶନରେ ଅନେକ ଉନ୍ନତି ଘଟିଛି ଏବଂ ଦଳରେ ନିଜ ଭୂମିକାକୁ ଠିକ୍ଭାବେ ତୁଲାଇଛନ୍ତି। ସେହିପରି ହରମନପ୍ରୀତ ମଧ୍ୟ ୨୦୧୫ରୁ ସିନିୟର ପଦାର୍ପଣ କରିବା ପରେ ନିଜ ଡିଫେଣ୍ଡର ଏବଂ ଡ୍ରାଗ୍ଫ୍ଲିକର ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରିଛନ୍ତି। ୨୦୧୯ରେ ମନପ୍ରୀତଙ୍କ ଅନୁପସ୍ଥିତିରେ ସେ ଦଳର ନେତୃତ୍ୱ ନେଇ ଏଫ୍ଆଇଏଚ୍ ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟରେ ଭାରତକୁ ଚାମ୍ପିୟନ କରାଇଥିଲେ। ଟୋକିଓରେ ଭାରତୀୟ ଦଳ ଜୁଲାଇ ୨୪ରେ ନ୍ୟୁଜିଲାଣ୍ଡ ସହ ମ୍ୟାଚ ଖେଳି ଏହାର ଅଲିମ୍ପିକ୍ ଅଭିଯାନ ଆରମ୍ଭ କରିବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.