Categories: ଖେଳ

ଟୋକିଓ ଅଲିମ୍ପିକ୍ସ : ସର୍ବାଧିକ ୧୦ହଜାର ସ୍ଥାନୀୟ ଦର୍ଶକଙ୍କୁ ଅନୁମତି

ଟୋକିଓ, ୨୨ା୬ (ଏପି)-ଟୋକିଓ ଅଲିମ୍ପିକ୍ସକୁ ଦେଖିବାଲାଗି କିଛି ସ୍ଥାନୀୟ ଦର୍ଶକଙ୍କୁ ଅନୁମତି ଦିଆଯିବ। ଆୟୋଜକ କମିଟିର ଅଫିସିଆଲ ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସୋମବାର ପ୍ରକାଶ କରିଛନ୍ତି। ସମସ୍ତ ଅଲିମ୍ପିକ ଭେନ୍ୟୁରେ ଦର୍ଶକ କ୍ଷମତାର ୫୦ ପ୍ରତିଶତ ଏବଂ ଅତିବେଶିରେ ୧୦ହଜାର ଖେଳପ୍ରେମୀଙ୍କୁ ଅନୁମତି ମିଳିବ। ଅନ୍‌ଲାଇନରେ ୫ ପକ୍ଷ ଯଥା ସ୍ଥାନୀୟ ଆୟୋଜକ, ଅନ୍ତର୍ଜାତୀୟ ଅଲିମ୍ପିକ କମିଟି, ଅନ୍ତର୍ଜାତୀୟ ପାରାଅଲିମ୍ପିକ କମିଟି, ଜାପାନ ସରକାର ଏବଂ ଟୋକିଓ ମେଟ୍ରୋପଲିଟାନ ସରକାରଙ୍କ ମଧ୍ୟରେ ଆଲୋଚନା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଯୋଗୁ ଗତ ସପ୍ତାହରେ ଦେଶର ଟପ୍‌ ଡାକ୍ତରୀ ପରାମର୍ଶଦାତା ଡ. ଶିଗେରୁ ଓମି ଦେଇଥିବା ପରାମର୍ଶକୁ ଏଡ଼ାଇ ଦିଆଯାଇଛି। କରୋନା ମହାମାରୀ ସମୟରେ ବିନା ଦର୍ଶକରେ ଅଲିମ୍ପିକ୍ସ ଆୟୋଜନ କରିବା ସବୁଠାରୁ ନିରାପଦ ବୋଲି ସେ କହିଥିଲେ। ଏହା ପୂର୍ବରୁ ବର୍ତ୍ତମାନ ପରିସ୍ଥିତିରେ ସେ ଅଲିମ୍ପିକ୍ସ ଆୟୋଜନ ସପକ୍ଷରେ ନ ଥିଲେ। ଟୋକିଓ ଗେମ୍ସ ଜୁଲାଇ ୨୩ରେ ଆରମ୍ଭ ହେବ। ଆୟୋଜକ କମିଟି ସଭାପତି ସିକୋ ହାଶିମୋତୋ କହିଛନ୍ତି, ମହାମାରୀ ପରିସ୍ଥିତିରେ ଯଦି ଉନ୍ନତି ପରିଲକ୍ଷିତ ହୁଏ ତେବେ ଆମେ କୋହଳତା ଅବଲମ୍ବନ କରିବୁ। ୫ ପକ୍ଷଙ୍କୁ ନେଇ ବୈଠକ ଡକାଇ ଅନ୍ୟ କେତେକ ନିଷ୍ପତ୍ତି ନେବୁ। ଗେମ୍ସ ବଳେ ଯଦି ଜରୁରିକାଳୀନ ପରିସ୍ଥିତି ଜାରି କରିବା ସ୍ଥିତି ସୃଷ୍ଟି ହୁଏ ତେବେ ଆବଶ୍ୟକ ସ୍ଥଳେ ବିନା ଦର୍ଶକରେ ଇଭେଣ୍ଟ ଆୟୋଜନ କଥା ବିଚାର କରାଯାଇପାରେ। ବହୁ ଦିନ ପୂର୍ବରୁ ବିଦେଶୀ ଦର୍ଶକଙ୍କୁ ବାରଣ କରାଯାଇସାରିଛି। ସ୍ଥାନୀୟ ଦର୍ଶକଙ୍କ ଲାଗି କଡ଼ା ନିୟମ କରାଯାଇଛି। ମାସ୍କ ପିନ୍ଧିବା ଲାଗି ବାଧ୍ୟତାମୂଳକ କରାଯାଇଛି। ଖେଳାଳିମାନଙ୍କୁ ଉତ୍ସାହିତ କରିପାରିବେ ନାହିଁ। ଇଭେଣ୍ଟ ଦେଖିସାରିବା ପରେ ସେମାନେ ସିଧାସଳଖ ଘରକୁ ଫେରିବେ। ଜାପାନ ବାସିନ୍ଦାଙ୍କ ଲାଗି ୩.୬-୩.୭ ନିୟୁତ ଟିକେଟ ବ୍ୟବସ୍ଥା କରାଯାଇଥିବା ଆୟୋଜକଗଣ କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.