Categories: ଖେଳ

ଟୋକିଓ ଅଲିମ୍ପିକ୍ସ: ଛୁଟି ନେଲେ କ୍ଳାନ୍ତ ଟୋକିଓ ଗଭର୍ନର

ଟୋକିଓ,୨୪।୬: ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ଠିକ୍‌ ମାସେ ରହିଥିବା ବେଳେ ଟୋକିଓ ଗଭର୍ନର ୟୁରିକୋ କୋଇକେ ଛୁଟି ନେଇଛନ୍ତି। ଅତ୍ୟଧିକ ମାତ୍ରାରେ କ୍ଲାନ୍ତ ହୋଇଥିବାରୁ ସେ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ମେଟ୍ରୋପଲିଟାନ ସରକାର ସୂଚନା ଦେଇଛନ୍ତି। ଆୟୋଜକ ସହରର ନେତୃତ୍ୱ ନେଉଥିବା କାରଣରୁ କୋଇକେ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ପ୍ରସ୍ତୁତି ନେଇ ବିଭିନ୍ନ ଦାୟିତ୍ୱରେ ରହିଥିଲେ। ଏଥିସହ ସେ ଟୋକିଓରେ ଚାଲିଥିବା କରୋନ ଭାଇରସ ଲଢେଇ ଅଗ୍ରଣୀ ଭୂମିକାରେ ମଧ୍ୟ ଥିଲେ।
କୋଇକେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ। ବରିଷ୍ଠ ଅଧିକାରୀମାନଙ୍କ ସହ ସେ ମଧ୍ୟ ବୈଠକରେ ବସୁଥିଲେ। ମଙ୍ଗଳବାର ସେ କୋଭିଡ୍‌-୧୯ ସମ୍ପର୍କିତ ଏକ ବୈଠକରେ ଯୋଗ ଦେଇଥିଲେ ଓ ନିଜର କଣ୍ଠସ୍ବର ଖରାପ ହୋଇଥିବାରୁ କ୍ଷମା ମାଗିଥିଲେ। ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ଜାପାନର କେତେକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛନ୍ତି। ଜୁଲାଇ ୧୫ ତାରିଖରେ କୋଇକେ ୬୯ ବର୍ଷରେ ପଦାର୍ପଣ କରିବେ। ସେ ଦୀର୍ଘ ୨୦ ବର୍ଷ ଧରି ଜାପାନ ଶାସକ ଦଳ କଞ୍ଜରଭେଟିଭ ଲିବେରାଲ ଡେମୋକ୍ରାଟିକ ପାର୍ଟିର ସଦସ୍ୟ ରହିଛନ୍ତି। ସେ ପାର୍ଟିର ଓ କ୍ୟାବିନେଟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ରହି ସଫଳତାର ସହ ଦାୟିତ୍ୱ ସମ୍ପାଦନ କରିଛନ୍ତି। ସେ ଜାପାନର ପ୍ରଥମ ମହିଳା ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ଟୋକିଓ ଗଭର୍ନର ଭାବେ ସେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକରି ବେଶ୍‌ ପ୍ରଶଂସିତ ହୋଇଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.