ଭୁବନେଶ୍ୱର, ୧୮।୬(କ୍ରୀଡ଼ା ପ୍ରତିନିଧି)-ଟୋକିଓ ଅଲିମ୍ପିକ୍ସ ପାଇଁ ଗୁରୁବାର ୧୬ ଜଣିଆ ଭାରତୀୟ ମହିଳା ହକି ଦଳ ଘୋଷଣା କରାଯାଇଛି। ଏଥର ଦଳରେ ମାତ୍ର ଜଣେ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି। ସେ ହେଉଛନ୍ତି ଦୀପ୍ ଗ୍ରେସ୍ ଏକ୍କା। ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ହୋଇଥିବାବେଳେ ରାଜ୍ୟରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ। ଦ୍ୱିତୀୟ ଥର ହକି ବିଶ୍ୱକପ ଆୟୋଜନ କରିବାକୁ ଯାଉଥିବା ଏହି ରାଜ୍ୟରୁ ମାତ୍ର ଜଣେ ଖେଳାଳି ଦଳରେ ସ୍ଥାନ ପାଇବା ଓଡ଼ିଶା ହକି ପ୍ରେମୀଙ୍କୁ ନିରାଶ କରିଛି। ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଓଡ଼ିଶାରୁ ୪ ଖେଳାଳି ଦଳରେ ସ୍ଥାନ ପାଇଥିଲେ। ସେମାନେ ହେଲେ ଦୀପ୍ ଗ୍ରେସ୍ ଏକ୍କା, ନମିତା ଟପ୍ପୋ, ଲିଲିମା ମିଞ୍ଜ୍ ଓ ସୁନୀତା ଲାକ୍ରା। ଇତିମଧ୍ୟରେ ସୁନୀତା ଲାକ୍ରା ଅବସର ନେଇ ସାରିଛନ୍ତି। ମାତ୍ର କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଥିବା ଲିଲିମା ମିଞ୍ଜ୍ ଓ ନମିତା ଟପ୍ପୋଙ୍କୁ ଅଣଦେଖା କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ହକି ଇଣ୍ଡିଆ ଓ୍ବେବସାଇଟ୍ରେ ଉପଲବ୍ଧ ତଥ୍ୟ ଅନୁସାରେ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁ ଯାଉଥିବା କ୍ରୀଡ଼ା ମହାକୁମ୍ଭ ପାଇଁ ଭାରତୀୟ ଦଳରେ ୮ ଅଲିମ୍ପିକ୍ସ ପଦାର୍ପଣକାରୀ ଏବଂ ରିଓ ଅଲିମ୍ପିକ୍ସରେ ଖେଳିଥିବା ସମାନ ସଂଖ୍ୟକ ଭେଟେରାନଙ୍କୁ ସାମିଲ କରାଯାଇଛି। ରାଣୀ ରାମପାଲ ଅଧିନାୟିକା ପଦ ବଜାୟ ରଖିଛନ୍ତି। ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଖେଳିବାକୁ ଯାଉଥିବା ଖେଳାଳିମାନେ ହେଲେ ଡ୍ରାଗ୍ ଫ୍ଲିକର ଗୁରଜିତ କୌର, ଉଦିତା, ନିଶା, ନେହା, ନଭନୀତ କୌର, ଶର୍ମିଳା ଦେବୀ, ଲାଲରେମସିଆମି ଓ ସାଲିମା ଟେଟେ। ଟେଟେଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୧୮ ବୁଏନ୍ସ ଆରିଜ ୟୁଥ୍ ଅଲିମ୍ପିକ୍ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିଲା। ଗତ ଅଲିମ୍ପିକ୍ସରେ ଖେଳି ଏଥର ପୁଣି ସୁଯୋଗ ପାଇଥିବା ଖେଳାଳିମାନେ ହେଲେ ଅଧିନାୟିକା ରାଣୀ, ଗୋଲକିପର ସବିତା, ଦୀପ୍ ଗ୍ରେସ୍, ସୁଶୀଳା ଚାନୁ ପୁଖରାମବାମ, ମୋନିକା, ନିକ୍କି ପ୍ରଧାନ, ନଭଜୋତ କୌର ଓ ବନ୍ଦନା କାଟରିଆ। ଏହି ୮ ଖେଳାଳି ମୋଟ ୧୪୯୨ ମ୍ୟାଚ ଖେଳିବାର ଅଭିଜ୍ଞତା ରଖିଛନ୍ତି। ଦଳରେ ଜଣେ ଗୋଲକିପର, ୪ ଡିଫେଣ୍ଡର, ୬ ମିଡ୍ ଫିଲ୍ଡର ଏବଂ ୫ ଫରଓ୍ବାର୍ଡ ସାମିଲ ଅଛନ୍ତି।
ଭାରତୀୟ ମହିଳା ଦଳ ପୂର୍ବରୁ ୧୯୮୦ ଏବଂ ଦୀର୍ଘ ୩୬ ବର୍ଷ ପରେ ୨୦୧୬ରେ ଅଲିମ୍ପିକ୍ସରେ ଭାଗ ନେଇଥିଲା। ତେଣୁ ଏଥର କ୍ରମାଗତ ଦ୍ୱିତୀୟ ଏବଂ ଓଭରଅଲ୍ ତୃତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳିବାକୁ ଯାଉଛି। ୨୦୧୬ ରିଓ ଅଲିମ୍ପିକ୍ସ ପରଠାରୁ ଭାରତୀୟ ମହିଳା ହକି ଦଳର ପ୍ରଦର୍ଶନରେ ଉନ୍ନତି ହୋଇଛି। ଦଳ ୨୦୧୬ ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିଥିବାବେଳେ ୨୦୧୭ ଏସିଆ କପ୍ ଏବଂ ୨୦୧୮ ଏସିଆନ ଗେମ୍ସରେ ରୌପ୍ୟ ପଦକ ହାସଲ କରିଛି। ପ୍ରଥମ ଥର ପାଇଁ ୨୦୧୮ ହକି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ଦଳ ଇତିହାସ ରଚିଥିଲା। ଅଲିମ୍ପିକ୍ସ ପାଇଁ ଦଳ ଏଥର ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସେଣ୍ଟରରେ ପ୍ରସ୍ତୁତି ଚଳାଇଛି। ”ଟୋକିଓ ଅଲିମ୍ପିକ୍ସ ପାଇଁ ଆମେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଶ୍ରେଷ୍ଠ ଦଳ ମନୋନୟନ କରିଛୁ। ତେଣୁ ଏଥର ଅଲିମ୍ପିକ୍ସରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟ କରିବା ଆଶା ରହିଛି“ ବୋଲି କୋଚ୍ ଜୋର୍ଡ ମାରିଜନେ ପ୍ରକାଶ କରିଛନ୍ତି।
ଭାରତୀୟ ଦଳ
ଗୋଲକିପର: ସବିତା
ଡିଫେଣ୍ଡର: ଦୀପ୍ ଗ୍ରେସ୍ ଏକ୍କା, ନିକ୍କି ପ୍ରଧାନ, ଗୁରଜିତ କୌର, ଉଦିତା
ମିଡ୍ଫିଲ୍ଡର: ନିଶା, ନେହା, ସୁଶୀଳା ଚାନୁ ପୁଖରାମବାମ୍, ମୋନିକା, ନଭଜୋତ କୌର, ସାଲିମା ଟେଟେ।
ଫରଓ୍ବାର୍ଡ: ରାଣୀ ରାମପାଲ (ଅଧିନାୟିକା), ନଭନୀତ କୌର, ଲାଲରେମସିଆମି, ବନ୍ଦନା କାଟରିଆ, ଶର୍ମିଳା ଦେବୀ।
ଲେକ୍ରେକ୍ଙ୍କୁ ପୋଲ୍ ପୋଜିଶନ
ବାକୁ, ୬ା୬ (ଏପି)-ଆଜରବୈଜାନ ଫର୍ମୁଲାଓ୍ବାନ ଗ୍ରାଁ ପ୍ରି ପାଇଁ ଶନିବାର ଅନୁଷ୍ଠିତ କ୍ୱାଲିଫାଇଂ ରେସ୍ରେ ଫେରାରିର ଚାଲର୍ସ ଲେକ୍ରେକ୍ ପୋଲ୍ ପୋଜିଶନ ହାସଲ କରିଛନ୍ତି। ଫଳରେ...
୨ ବଲ୍ରେ ୨୧ ରନ୍: ଏକଦା ପାକିସ୍ତାନୀ ବୋଲରଙ୍କ ଲୟ ଭାଙ୍ଗି ଦେଇଥିଲେ ସେହ୍ବାଗ; ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ,୮।୬: ନିଜ ସମୟର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରୁ ଜଣେ ଥିଲେ ଭାରତର ପୂର୍ବ ଓପନର୍ ବିରେନ୍ଦ୍ର ସେହ୍ବାଗ। କ୍ରିକେଟର ସମସ୍ତ ଫର୍ମାଟରେ ସେ ଚମକାଇବା ଭଳି...
ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍: ଓ୍ବିଲିୟମସନଙ୍କୁ ହଟାଇଲେ ସ୍ମିଥ
ଦୁବାଇ, ୧୭।୬(ପି.ଟି.)- ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍ ବ୍ୟାଟ୍ସମ୍ୟାନ ତାଲିକାର ନମ୍ବର ଓ୍ବାନ ସ୍ଥାନରୁ ନ୍ୟୁଜିଲାଣ୍ଡର କେନ୍ ଓ୍ବିଲିୟମସନଙ୍କୁ ହଟାଇଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭେନ ସ୍ମିଥ।...
ଫ୍ରେଞ୍ଚ୍ ଓପନ ଟେନିସ: ସିତ୍ସିପାସଙ୍କ ବିଜୟ ଅଭିଯାନ
ପ୍ୟାରିସ, ୧।୬-ଏଠାରେ ଚାଲିଥିବା ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ଦ୍ୱିତୀୟ ଦିବସରେ ଷ୍ଟିଫାନୋସ ସିତ୍ସିପାସ, ଡାନିଲ ମେଡ୍ଭେଡେଭ୍, ଜାନିକ ସିନେର ପ୍ରମୁଖ...
ଜାଡେଜା-ପନ୍ତଙ୍କ ଉପରେ ସବୁ ଆଶା
ସାଉଥାମ୍ପଟନ,୨୩।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ବର୍ତ୍ତମାନ ଟିମ୍ ଇଣ୍ଡିଆର ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଅନ୍ତିମ ତଥା ୬ଷ୍ଠ ଦିନର ପ୍ରଥମ...
ଜୁଡୋକା ସୁଶୀଲା ଦେବୀଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା
ନୂଆଦିଲ୍ଲୀ, ୨୬ା୬(ପି.ଟି.)-ଭାରତର ଅଗ୍ରଣୀ ଜୁଡୋକା ସୁଶୀଲା ଦେବୀ କଣ୍ଟିନେଣ୍ଟାଲ କୋଟା ଜରିଆରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଖେଳର ଅନ୍ତର୍ଜାତୀୟ ମହାସଂଘ ତରଫରୁ...
ଫର୍ମରେ ଥାଇ ମଧ୍ୟ ଡବ୍ଲୁଟିସି ଫାଇନାଲରୁ ବାଦ୍ ପଡିଲେ ଏହି ୫ ଖେଳାଳି
ଲଣ୍ଡନ,୧୬।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ପାଇଁ ଭାରତ ୧୫ ଜଣିଆ ଦଳ ଘୋଷଣା କରିଛି। ଦଳରେ ଇଂଲଣ୍ଡ ଗସ୍ତରେ ଯାଇଥିବା ୨୦ ଖେଳାଳିଙ୍କ ମଧ୍ୟରୁ...
ଟିମ୍ ଇଣ୍ଡିଆକୁ ପରାମର୍ଶ ଦେଲେ ନ୍ୟୁଜିଲାଣ୍ଡ କୋଚ୍
ନୂଆଦିଲ୍ଲୀ,୯।୬ : ଆସନ୍ତା ୧୮ ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୟୁକେର ସାଉଥାମ୍ପଟନଠାରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍। ନ୍ୟୁଜିଲାଣ୍ଡ...


