Categories: ଖେଳ

ଟୋକିଓ ଅଲିମ୍ପିକ୍ସ ମହିଳା ହକି ଦଳ:ଓଡ଼ିଶାରୁ କେବଳ ଦୀପ୍‌ ଗ୍ରେସ

ଭୁବନେଶ୍ୱର, ୧୮।୬(କ୍ରୀଡ଼ା ପ୍ରତିନିଧି)-ଟୋକିଓ ଅଲିମ୍ପିକ୍ସ ପାଇଁ ଗୁରୁବାର ୧୬ ଜଣିଆ ଭାରତୀୟ ମହିଳା ହକି ଦଳ ଘୋଷଣା କରାଯାଇଛି। ଏଥର ଦଳରେ ମାତ୍ର ଜଣେ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି। ସେ ହେଉଛନ୍ତି ଦୀପ୍‌ ଗ୍ରେସ୍‌ ଏକ୍କା। ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ହୋଇଥିବାବେଳେ ରାଜ୍ୟରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ। ଦ୍ୱିତୀୟ ଥର ହକି ବିଶ୍ୱକପ ଆୟୋଜନ କରିବାକୁ ଯାଉଥିବା ଏହି ରାଜ୍ୟରୁ ମାତ୍ର ଜଣେ ଖେଳାଳି ଦଳରେ ସ୍ଥାନ ପାଇବା ଓଡ଼ିଶା ହକି ପ୍ରେମୀଙ୍କୁ ନିରାଶ କରିଛି। ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଓଡ଼ିଶାରୁ ୪ ଖେଳାଳି ଦଳରେ ସ୍ଥାନ ପାଇଥିଲେ। ସେମାନେ ହେଲେ ଦୀପ୍‌ ଗ୍ରେସ୍‌ ଏକ୍କା, ନମିତା ଟପ୍ପୋ, ଲିଲିମା ମିଞ୍ଜ୍‌ ଓ ସୁନୀତା ଲାକ୍ରା। ଇତିମଧ୍ୟରେ ସୁନୀତା ଲାକ୍ରା ଅବସର ନେଇ ସାରିଛନ୍ତି। ମାତ୍ର କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଥିବା ଲିଲିମା ମିଞ୍ଜ୍‌ ଓ ନମିତା ଟପ୍ପୋଙ୍କୁ ଅଣଦେଖା କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ହକି ଇଣ୍ଡିଆ ଓ୍ବେବସାଇଟ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁ ଯାଉଥିବା କ୍ରୀଡ଼ା ମହାକୁମ୍ଭ ପାଇଁ ଭାରତୀୟ ଦଳରେ ୮ ଅଲିମ୍ପିକ୍ସ ପଦାର୍ପଣକାରୀ ଏବଂ ରିଓ ଅଲିମ୍ପିକ୍ସରେ ଖେଳିଥିବା ସମାନ ସଂଖ୍ୟକ ଭେଟେରାନଙ୍କୁ ସାମିଲ କରାଯାଇଛି। ରାଣୀ ରାମପାଲ ଅଧିନାୟିକା ପଦ ବଜାୟ ରଖିଛନ୍ତି। ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଖେଳିବାକୁ ଯାଉଥିବା ଖେଳାଳିମାନେ ହେଲେ ଡ୍ରାଗ୍‌ ଫ୍ଲିକର ଗୁରଜିତ କୌର, ଉଦିତା, ନିଶା, ନେହା, ନଭନୀତ କୌର, ଶର୍ମିଳା ଦେବୀ, ଲାଲରେମସିଆମି ଓ ସାଲିମା ଟେଟେ। ଟେଟେଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୧୮ ବୁଏନ୍ସ ଆରିଜ ୟୁଥ୍‌ ଅଲିମ୍ପିକ୍‌ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିଲା। ଗତ ଅଲିମ୍ପିକ୍ସରେ ଖେଳି ଏଥର ପୁଣି ସୁଯୋଗ ପାଇଥିବା ଖେଳାଳିମାନେ ହେଲେ ଅଧିନାୟିକା ରାଣୀ, ଗୋଲକିପର ସବିତା, ଦୀପ୍‌ ଗ୍ରେସ୍‌, ସୁଶୀଳା ଚାନୁ ପୁଖରାମବାମ, ମୋନିକା, ନିକ୍କି ପ୍ରଧାନ, ନଭଜୋତ କୌର ଓ ବନ୍ଦନା କାଟରିଆ। ଏହି ୮ ଖେଳାଳି ମୋଟ ୧୪୯୨ ମ୍ୟାଚ ଖେଳିବାର ଅଭିଜ୍ଞତା ରଖିଛନ୍ତି। ଦଳରେ ଜଣେ ଗୋଲକିପର, ୪ ଡିଫେଣ୍ଡର, ୬ ମିଡ୍‌ ଫିଲ୍ଡର ଏବଂ ୫ ଫରଓ୍ବାର୍ଡ ସାମିଲ ଅଛନ୍ତି।
ଭାରତୀୟ ମହିଳା ଦଳ ପୂର୍ବରୁ ୧୯୮୦ ଏବଂ ଦୀର୍ଘ ୩୬ ବର୍ଷ ପରେ ୨୦୧୬ରେ ଅଲିମ୍ପିକ୍ସରେ ଭାଗ ନେଇଥିଲା। ତେଣୁ ଏଥର କ୍ରମାଗତ ଦ୍ୱିତୀୟ ଏବଂ ଓଭରଅଲ୍‌ ତୃତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳିବାକୁ ଯାଉଛି। ୨୦୧୬ ରିଓ ଅଲିମ୍ପିକ୍ସ ପରଠାରୁ ଭାରତୀୟ ମହିଳା ହକି ଦଳର ପ୍ରଦର୍ଶନରେ ଉନ୍ନତି ହୋଇଛି। ଦଳ ୨୦୧୬ ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିଥିବାବେଳେ ୨୦୧୭ ଏସିଆ କପ୍‌ ଏବଂ ୨୦୧୮ ଏସିଆନ ଗେମ୍ସରେ ରୌପ୍ୟ ପଦକ ହାସଲ କରିଛି। ପ୍ରଥମ ଥର ପାଇଁ ୨୦୧୮ ହକି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ଦଳ ଇତିହାସ ରଚିଥିଲା। ଅଲିମ୍ପିକ୍ସ ପାଇଁ ଦଳ ଏଥର ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସେଣ୍ଟରରେ ପ୍ରସ୍ତୁତି ଚଳାଇଛି। ”ଟୋକିଓ ଅଲିମ୍ପିକ୍ସ ପାଇଁ ଆମେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଶ୍ରେଷ୍ଠ ଦଳ ମନୋନୟନ କରିଛୁ। ତେଣୁ ଏଥର ଅଲିମ୍ପିକ୍ସରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟ କରିବା ଆଶା ରହିଛି“ ବୋଲି କୋଚ୍‌ ଜୋର୍ଡ ମାରିଜନେ ପ୍ରକାଶ କରିଛନ୍ତି।
ଭାରତୀୟ ଦଳ
ଗୋଲକିପର: ସବିତା
ଡିଫେଣ୍ଡର: ଦୀପ୍‌ ଗ୍ରେସ୍‌ ଏକ୍କା, ନିକ୍କି ପ୍ରଧାନ, ଗୁରଜିତ କୌର, ଉଦିତା
ମିଡ୍‌ଫିଲ୍ଡର: ନିଶା, ନେହା, ସୁଶୀଳା ଚାନୁ ପୁଖରାମବାମ୍‌, ମୋନିକା, ନଭଜୋତ କୌର, ସାଲିମା ଟେଟେ।
ଫରଓ୍ବାର୍ଡ: ରାଣୀ ରାମପାଲ (ଅଧିନାୟିକା), ନଭନୀତ କୌର, ଲାଲରେମସିଆମି, ବନ୍ଦନା କାଟରିଆ, ଶର୍ମିଳା ଦେବୀ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.