ବର୍ଜ୍ୟଜଳରେ ହନ୍ତସନ୍ତ ସହରବାସୀ

ଯାଜପୁର ଅଫିସ୍‌, ୫।୬: ରାଜ୍ୟର ବିଭିନ୍ନ ସହରରୁ ନିର୍ଗତ ବର୍ଜ୍ୟଜଳକୁ ବୈଜ୍ଞାନିକ ପଦ୍ଧତିରେ ବିଶୋଧନ ଓ ପ୍ରକ୍ରିୟାକରଣ ନ କରି ବାହାରକୁ ଛଡ଼ାଯାଉଥିବାରୁ ତାହା ସୁସ୍ଥ ପରିବେଶ ପାଇଁ ବିପଦ ହୋଇଛି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ୧୧୪ ସହରାଞ୍ଚଳରୁ ଦୈନିକ ୨୧୦୩.୧୪ ଟନ କଠିନ ବର୍ଜ୍ୟବସ୍ତୁ ନିର୍ଗତ ହେଉଛି। ଏହାବାଦ୍‌ ୧୪୨୫ କିଲୋଲିଟର ପର୍‌ ଡେ (କେଏଲ୍‌ଡି) ସେପ୍ଟିକ ଟ୍ୟାଙ୍କର ମଳପଙ୍କ (ସେପ୍ଟେଜ୍‌) ସୁପରିଚାଳନା ନିମନ୍ତେ ଦୈନିକ ୨୦୩୭ କିଲୋଲିଟର କ୍ଷମତା ବିଶିଷ୍ଟ ୧୧୮ ସେପ୍ଟେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସ୍‌ଟିପି) ନିର୍ମାଣ କରାଯାଉଛି। ଏଥିମଧ୍ୟରୁ ୧୪ଟି ଏସ୍‌ଟିପି କାର୍ଯ୍ୟକ୍ଷମ କରାଯାଇଛି ବୋଲି କୁହାଯାଉଛି। ଦୀର୍ଘଦିନ ହେଲା ଅବଶିଷ୍ଟ ପ୍ରକଳ୍ପଗୁଡିକର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଏଭଳି ଅବହେଳା ଯୋଗୁ ସହରବାସୀ ହନ୍ତସନ୍ତ ହେଉଛନ୍ତି। ସମ୍ପୃକ୍ତ ମ୍ୟୁନିସିପାଲିଟି ଓ ଏନ୍‌ଏସିଗୁଡ଼ିକ କେବଳ ଅବହେଳା କରୁନାହାନ୍ତି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ତାଗିଦକୁ ମଧ୍ୟ ବେଖାତିର କରୁଛନ୍ତି।
ପ୍ରମୁଖ ଶିଳ୍ପାଞ୍ଚଳ ସମ୍ବଲପୁର ଓ ରାଉରକେଲା କଥା ଦେଖିଲେ, ଏହି ୨ ସହରରୁ ନିର୍ଗତ ବର୍ଜ୍ୟଜଳକୁ ବିଶୋଧନ କରିବାକୁ ଗୋଟିଏ ଲେଖାଏ ୪୦ ଏମ୍‌ଏଲ୍‌ଡି(ମିଲିୟନ ଲିଟର ପର୍‌ ଡେ) କ୍ଷମତା ବିଶିଷ୍ଟ ସିୱେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ୨୦୧୬ ଡିସେମ୍ବରରୁ ନିର୍ମାଣ କରାଯାଉଛି। ତାହା ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ୨୦୧୧ ଜନସଂଖ୍ୟା ଆକଳନ ଅନୁସାରେ ସମ୍ବଲପୁର ସହରରୁ ଦୈନିକ ୪୩.୫୧ ଏମ୍‌ଏଲ୍‌ଡି ଓ ରାଉରକେଲାରୁ ୩୫.୬୫ ଏମ୍‌ଏଲ୍‌ଡି ବର୍ଜ୍ୟଜଳ ନିର୍ଗତ ହେଉଛି। ଯାଜପୁର ପୌରାଞ୍ଚଳରୁ ୯ କେଏଲ୍‌ଡି ଓ ବ୍ୟାସନଗର ପୌରାଞ୍ଚଳରୁ ୧୪ କେଏଲ୍‌ଡି ବର୍ଜ୍ୟଜଳ ନିର୍ଗତ ହେଉଛି। ଏହି ଦୁଇ ସହରରେ ୨୦ ଓ ୩୦ କେଏଲ୍‌ଡି କ୍ଷମତା ବିଶିଷ୍ଟ ସିୱେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ବ୍ୟାସନଗର ପୌରାଞ୍ଚଳରେ ସମ୍ପୂର୍ଣ୍ଣ ଭାବେ ଡ୍ରେନେଜ ବ୍ୟବସ୍ଥା ଓ ବହିର୍ଗମନ ପଥ ଅଗ୍ରାଧିକାର ଭିତ୍ତିରେ ନିର୍ମାଣ ହେଉ ନ ଥିବାରୁ ସହରର ପରିମଳ ଓ ଡ୍ରେନେଜ ବ୍ୟବସ୍ଥା ସାଂଘାତିକ ହୋଇପଡ଼ିଛି। ସହରର ଡିଗିସାହି, ଉମାପଦା, ହାଉସିଂବୋର୍ଡ କଲୋନୀ ଆଦି ଅଞ୍ଚଳରେ ନର୍ଦ୍ଦମା ପାଣି ରାସ୍ତାରେ ଜମି ରହିବା ସହ ଘର ଭିତରକୁ ପଶି ଜଳ ପ୍ରଦୂଷଣକୁ ଉକତ୍ଟ କରୁଛି। ରାଜ୍ୟରେ ଯେଉଁ ସହରରେ ଏସ୍‌ଟିପି ଏବଂ ସିୱେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକାରୀ ହୋଇନାହିଁ ସେଠାରେ ଅନୁରୂପ ପରିସ୍ଥିତି ଦେଖାଦେଉଛି। ସହରର ସ୍ବଚ୍ଛ ଓ ସୁସ୍ଥ ପରିମଳ ପ୍ରତ୍ୟେକ ସ୍ବାୟତ୍ତ ଶାସନ ସଂସ୍ଥାର ମୌଳିକ ଦାୟିତ୍ୱ । କିନ୍ତୁ କୌଣସି ଜିଲାପାଳ କିମ୍ବା ଲୋକ ପ୍ରତିନିଧି ଏଥିପ୍ରତି ଦୃଷ୍ଟି ନ ଦେବା ବିଡ଼ମ୍ବନା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.