କାନପୁର,୨୦।୬: ଉତ୍ତରପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ରହୁଥିବା ଜଣେ ଦମ୍ପତି ନିଜ କିନ୍ନର ସନ୍ତାନକୁ ଶାସ୍ତ୍ରୀ ନଗରର ଜଣେ ଯୁବକଙ୍କୁ ବିବାହ କରିଥିଲେ। ବିବାହର ପ୍ରଥମ ରାତିରେ ଏହି ମିଥ୍ୟା ପ୍ରକାଶ ପାଇଥିଲା। ଶେଷରେ ବୋହୂ ତାଙ୍କ ବାପ ଘରକୁ ଫେରି ଯାଇଥିଲେ। ଏଥିସହିତ ଠକେଇର ଶିକାର ହୋଇଥିବା ବ୍ୟକ୍ତି ତାଙ୍କ ସ୍ତ୍ରୀ, ଶାଶୁ ଏବଂ ମଧ୍ୟସ୍ଥିଙ୍କ ସମେତ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଶାସ୍ତ୍ରୀ ନଗରର ବାସିନ୍ଦା ପୀୟୁଷ କହିଛନ୍ତି ଯେ, ସେ ୨୮ ଏପ୍ରିଲ ୨୦୨୧ରେ ପନକି ନିବାସୀ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଜନ୍ମରୁ ଯୁବତୀ ଜଣଙ୍କ ଟ୍ରାନ୍ସଜେଣ୍ଡର ଥିଲେ ଏବଂ ତାଙ୍କ ପରିବାର ସଦସ୍ୟ ଏହା ଜାଣିଥିଲେ। ଏହା ପରେ ମଧ୍ୟ ବିଜୟ ନଗରର ବାସିନ୍ଦା ସତ୍ୟଦେବ ଚୌଧୁରୀ ଏହି ବିବାହ ପାଇଁ ମଧ୍ୟସ୍ଥ ହୋଇ ଉଭୟଙ୍କ ବିବାହ କରିଥିଲେ। ବିବାହ ପରେ ଯେତେବେଳେ ସତ୍ୟ ପଦାକୁ ଆସିଲା, ସେତେବେ ପୁଅ ଘର ପରିବାର ଆଶ୍ଚର୍ଯ୍ୟ ହୋଇଗଲୋ। ସମ୍ପୃକ୍ତ ଯୁବତୀ ନିଜେ କହିଛି ଯେ ସେ ବିବାହ କରିବାକୁ ଚାହୁଁ ନ ଥିଲେ। କିନ୍ତୁ ପରିବାର ଏହି ସତ୍ୟକୁ ଲୁଚାଇ ଜବରଦସ୍ତ ବିବାହ କରିଥିଲେ।
ପୋଲିସ ଷ୍ଟେଶନ ଦାୟିତ୍ୱରେ ଥିବା କୁଞ୍ଜ ବିହାରୀ ମିଶ୍ର କହିଛନ୍ତି ଯେ, ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି। କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ପରାମର୍ଶ ନିଆଯାଉଛି।
ସମାଲୋଚକଙ୍କୁ ନିର୍ବାଚନ ଲଢ଼ିବା ମନା
ମସ୍କୋ, ୫।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଶୁକ୍ରବାର ଏକ ନୂଆ ବିଲ୍ରେ ସ୍ବାକ୍ଷର କରିଛନ୍ତି। କୌଣସି ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ସମାଲୋଚନା କଲେ ଉକ୍ତ ଆଇନ...
କେରଳ ଛୁଇଁଲା ମୌସୁମୀ
ଥିରୁଭାନନ୍ତପୁରମ୍,୩।୬: ଦେଶରେ ଅନେକ ରାଜ୍ୟରେ ତାପମାତ୍ରା ବଢୁଥିବାବେଳେ ଗୁରୁବାର କେରଳ ଛୁଇଁଛି ମୌସୁମୀ। ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି,...
ସମସ୍ତ କରୋନା ମୃତକଙ୍କୁ କରାଯିବ ଚିହ୍ନଟ: କେନ୍ଦ୍ର ସରକାର …
ନୂଆଦିଲ୍ଲୀ,୨୦।୬: ଦେଶରେ କରୋନା ସଂକ୍ରମଣରେ ଆକ୍ରାନ୍ତ ଯୋଗୁ ଘଟିଥିବା ସମସ୍ତ ମୃତକଙ୍କୁ ଚିହ୍ନଟ କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ ଦାଖଲ ହୋଇଥିବା ୧୮୩...
ଶୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ
ଶ୍ରୀନଗର,୨୫।୬: ଜମ୍ମୁ-କଶ୍ମୀର ଶୋପିଆନର ହାଜିପୁରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଶୁକ୍ରବାର ହୋଇଥିବା ଏହି ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।...
ଅଡ୍ ଇଭିନ୍ରେ ଖୋଲିବ ଦୋକାନ, ୫୦ ପ୍ରତିଶତରେ ଚାଲିବ ମେଟ୍ରୋ…
ନୂଆଦିଲ୍ଲୀ,୫।୬: ରାଜଧାନୀ ଦିଲ୍ଲୀରେ ଲକ୍ଡାଉନ୍ ପରେ ଏବେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଶନିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଘୋଷଣା କରିଛନ୍ତି। ତେବେ ସୁରକ୍ଷା...
ପାଣି ପାଇଁ କରୋନା ସଂକ୍ରମଣ ଅବା ମୃତ୍ୟୁକୁ ନାହିଁ ଭୟ…
ନୂଆଦିଲ୍ଲୀ,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ରାଜଧାନୀ ଦିଲ୍ଲୀରେ କରୋନା ଯୋଗୁ ଭୟଙ୍କର ସ୍ଥିତି ଦେଖାଦେଇଛି। ତେବେ...
ମୋଦି ସରକାର ଦେଶର ଅର୍ଥନୀତିକୁ ରୁଗ୍ଣ କରିଛନ୍ତି: ସୁବ୍ରମଣ୍ୟମ ସ୍ବାମୀ…
ନୂଆଦିଲ୍ଲୀ,୧।୬: ଭାଜପା ରାଜ୍ୟସଭା ଏମ୍ପି ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପୁଣି ବର୍ଷିଛନ୍ତି। ସେ ମଙ୍ଗଳବାର ଟୁଇଟ୍ କରି କହିଛନ୍ତି ଯେ, ମୋଦି...
ସରକାରୀ ବାବୁଙ୍କ ଅଭାବ: ସଙ୍କଟରେ ମୋଦି ସରକାର,ରାଜ୍ୟର ସହାୟତା ଲୋଡିଲେ…
ନୂଆଦିଲ୍ଲୀ,୯।୬: ଏବେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସଙ୍କଟରେ ପଡ଼ିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ସହାୟତା ଲୋଡା ଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ...


