ସାଉଥାମ୍ପଟନ,୨୩।୬: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁସି) ଫାଇନାଲ। ୧୪୪ ବର୍ଷ ପରେ ବିଶ୍ୱକୁ ମିଳିବାକୁ ଯାଉଛି ପ୍ରଥମ ଟେଷ୍ଟ ଚାମ୍ପିୟନ। ପ୍ରଥମ ଇନିଂସରେ ୩୨ ରନ୍ରେ ପଛୁଆ ଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ପାଳିରେ ମାତ୍ର ୧୭୦ ରନ୍ରେ ଅଲଆଉଟ୍ ହୋଇଯାଇଛି। ଫଳରେ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ୫୩ ଓଭରରେ ଦରକାର ୧୩୯ ରନ୍। ପ୍ରଥମ ଇନିଂସରେ ଭାରତ ୨୧୭ ରନ୍ କରିଥିବାବେଳେ ନ୍ୟୁଜିଲାଣ୍ଡ ୨୪୯ ରନ୍ କରିଥିଲା।
ମ୍ୟାଚ୍ର ୬ଷ୍ଠ ଦିନ ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର (୬୪/୨)ରୁ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ୧୭୦ ରନ୍ରେ ସୀମିତ ରହିଥିଲା। ଅଧିନାୟକ ବିରାଟ କୋହଲି (୧୩), ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା (୧୫), ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ (୧୫) ଓ ରବୀନ୍ଦ୍ର ଜାଡେଜା (୧୬) ଫେଲ୍ ମାରିଥିଲେ। କ୍ରିଜରେ ଜମି ସାରିଥିବା ରିଷଭ ପନ୍ତ (୪୧) ବେପରୁଆ ଶଟ୍ ଖେଳି ଉଇକେଟ ଦାନ କରିଥିଲେ। ଶେଷ ଆଡ଼କୁ ୧୩ ରନ୍ର ଛୋଟିଆ ପାଳି ଖେଳିଥିଲେ ମହମ୍ମଦ ଶାମି। ନ୍ୟୁଜିଲାଣ୍ଡ ପାଇଁ ଟିମ ସୌଦି ୪, ଟ୍ରେଣ୍ଟ ବୋଲ୍ଟ ୩ ଓ ନେଲ ଓ୍ବାଗନର ୨ ଉଇକେଟ ହାତେଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.