ନୂଆଦିଲ୍ଲୀ,୫।୬: ଟୁଇଟର୍ ଏବେ ବିବାଦରେ ଘେରରେ ପଡ଼ିଛି। ପୂର୍ବରୁ ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ନିୟମ ପାଳନ କରିବା ନେଇ ଟୁଇଟୁର ବିବାଦରେ ରହିଥିବାବେଳେ ଏବେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଆକାଉଣ୍ଟ୍ରୁ ବ୍ଲୁ ଟିକ୍ ହଟାଇଛି। ସାଧାରଣତଃ ବ୍ଲୁ ଟିକ୍ ଲଗାଯାଇଥିବା ଆକାଉଣ୍ଟ୍ ଗୁଡ଼ିକୁ ଭେରିଫାଏଡ୍ ଭାବେ ଗ୍ରହଣ କରାଯାଇଥାଏ। ଏସବୁ ଆକାଉଣ୍ଟ୍ ଜନହିତରେ କାର୍ଯ୍ୟ କରୁଥିବା କୁହାଯାଇଥାଏ। ବ୍ଲୁ ବ୍ୟାଚ୍ ସକ୍ରିୟ ରହିଥିବା ଆକାଉଣ୍ଟ୍ ପାଇଁ ଜାରି ହୋଇଥାଏ। ଟୁଇଟରର ଏଭଳି କାର୍ଯ୍ୟ ନେଇ ଏବେ ପୁଣି ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ପରବର୍ତ୍ତୀ ସମୟରେ ଟୁଇଟର ପକ୍ଷରୁ ଭୁଲ ସ୍ବୀକାର କରାଯାଇ ଉପରାଷ୍ଟ୍ରତିଙ୍କ ଆକାଉଣ୍ଟ୍ରେ ପୁଣି ବ୍ଲୁ ଟିକ୍ ରିଷ୍ଟୋର କରି ଦିଆଯାଇଥିଲା। କିଛି ଦିନ ଧରି ଆକାଉଣ୍ଟ୍ ଲଗ୍ଇନ୍ ନ ହେବାରୁ ଏଭଳି ହୋଇଥିବା ଟୁଇଟର୍ ପକ୍ଷରୁ ସଫେଇ ଦିଆଯାଇଛି।
ପରିବେଶ ସୁରକ୍ଷା ସହିତ ଆର୍ଥିକ ବିକାଶ ହିଁ ଭାରତର ଲକ୍ଷ୍ୟ: ମୋଦି…
ନୂଆଦିଲ୍ଲୀ,୫।୬: ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଥିବା ବହୁବିଧ ସମସ୍ୟା ପ୍ରତି ଭାରତ ସଚେତନ ରହିଛି। ଏକ୍ଷେତ୍ରରେ ଭାରତ ସକ୍ରିୟ ଭାବେ କାର୍ଯ୍ୟ ଜାରି...
ବଲିଉଡ୍ ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଲା ଅନଲାଇନ୍ରେ ମଦ କିଣିବା
ମୁମ୍ବାଇ,୨୪।୬: ବଲିଉଡର ଭେଟେରାନ ଅଭିନେତ୍ରୀ ଶାବାନା ଆଜମି ଗୁରୁବାର ଏକ ମଦ ଯୋଗାଉଥିବା ଅନଲାଇନ୍ ପ୍ଲାଟଫର୍ମ ନାମରେ ଠକାମି ଅଭିଯୋଗ ଆଣିଛନ୍ତି। ହୋମ ଡେଲିଭରି କରୁଥିବା...
ଯୁବତୀଙ୍କ ସହ ବନ୍ଧୁତା ରଖିବାରୁ ଦଳିତ ଯୁବକଙ୍କୁ ଲଣ୍ଡା କରି ନିର୍ଯାତନା
ଜବଲପୁର, ୧।୬: ଯୁବତୀଙ୍କ ସହ ବନ୍ଧୁତା ରଖିବା କାରଣରୁ ୨୦ ବର୍ଷୀୟ ଦଳିତ ଯୁବକ ଓ ତାଙ୍କ ସାଙ୍ଗକୁ ଅର୍ଦ୍ଧ ଲଣ୍ଡା କରି ନିର୍ଯାତନା ଦିଆଯାଇଛି।...
ଘରର ପୁଅ ଘରକୁ ଫେରିଲେ: ମମତା
କୋଲକାତା,୧୧।୬: ପଶ୍ଚିମବଙ୍ଗରେ ନିର୍ବାଚନ ହାରିବା ପରେ ଭାଜପାକୁ ପୁଣି ଥରେ ଏକ ବଡ଼ ଝଟ୍କା ଲାଗିଛି। ଭାଜପାର ବରିଷ୍ଠ ନେତା ମୁକୁଲ ରୟ ପୁଅ ଶୁଭ୍ରାଂଶୁଙ୍କ...
କୋଭିଶିଲ୍ଡ ଦେବାର ୫ ମିନିଟ୍ ପରେ କୋଭାକ୍ସିନ
ପାଟନା,୧୯।୬: ସୁନିଲା ଦେବୀ ନାମକ ଜଣେ ବୃଦ୍ଧାଙ୍କୁ ମାତ୍ର ୫ ମିନିଟ୍ର ବ୍ୟବଧାନରେ ଉଭୟ କୋଭାକ୍ସିନ ଓ କୋଭିଶିଲ୍ଡ ଟିକା ଦିଆଯାଇଛି। ୬୩ ବର୍ଷୀୟା ବୃଦ୍ଧା...
ସିବିଏସ୍ଇ ପରେ ଏହି ରାଜ୍ୟ ବାତିଲ କଲା ଦ୍ୱାଦଶ ପରୀକ୍ଷା
ଭୋପାଳ,୨।୬: କରୋନା ମହାମାରୀ ଯୋଗୁ ସିବିଏସ୍ଇ ଓ ଆଇସିଏସ୍ଇ ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ...
୨ମାସରୁ ବନ୍ଦ ଥିବା ଓପିଡି ସେବା ପୁଣି ଖୋଲିବାକୁ ସରକାରଙ୍କ ନିର୍ଦ୍ଦେଶ
ଲକ୍ଷ୍ନୌ,୪।୬: ଦେଶରେ ଜାରି ରହିଥିବା କରୋନାର ଦ୍ୱିିତୀୟ ଲହର ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଦେଶର ବିଭିନ୍ନ ରାଜ୍ୟରେ ଦୈନିକ ସଂକ୍ରମଣ ବର୍ତ୍ତମାନ ହ୍ରାସ...
ଭାରତର ପ୍ରତିନିଧିତ୍ୱ କରିବେ କିନ୍ନର ଶ୍ରୁତି
ଏକାଧିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କେରଳର ଟ୍ରାନ୍ସଜେଣ୍ଡର ମଡେଲ ଶ୍ରୁତି ସିତାରା ଆଉ ଏକ ସଫଳତା ହାସଲ କରିଛନ୍ତି। ଲଣ୍ଡନରେ ଆସନ୍ତା ୧୨ ତାରିଖରେ...


