Categories: ଜାତୀୟ

ପଶ୍ଚିମବଙ୍ଗ ଗଣବଳାତ୍କାର: ତଦନ୍ତରେ ଖୁସି ନାହାନ୍ତି ୨ ପୀଡ଼ିତା

ନୂଆଦିଲ୍ଲୀ,୧୫।୬: ମେ’ ୩ ତାରିଖରେ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ୧୦୦ରୁ ୨୦୦ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସମର୍ଥକ ଘରକୁ ଚାରିଆଡ଼ୁ ଘେରି ଦେଇଥିଲେ। ପରିବାର ସହ ଘର ଛାଡ଼ି ଚାଲିଯାଅ ନହେଲେ ପରିମାଣ ଭୟାବହ ହେବ ବୋଲି ଧମକ ଦେଇଥିଲେ ଟିଏମ୍‌ସି କର୍ମୀ। ୫ ତାରିଖ ରାତିରେ ୫ ଜଣ ଟିଏମ୍‌ସି କର୍ମୀ ମୋ ଘର ଭିତରେ ପଶି ମୋ ନାତୁଣୀ ଆଗରେ ଗଣବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ ଜଣିବା ପରେ ମଧ୍ୟ ସ୍ଥାନୀୟ ପୋଲିସ ଚୁପ ବସିଥିଲା।

ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଘଟଣାର ୮ ଦିନ ପରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ବଳାତ୍କାର ହୋଇଥିବା ସ୍ପଷ୍ଟ କରିଥିଲେ। ରାଜ୍ୟ ପୋଲିସ ପକ୍ଷରୁ ଘଟଣା ତଦନ୍ତ କରାଯାଇଥିଲା। କିନ୍ତୁ ତାହା ସନ୍ତୋଷଜନକ ନୁହେଁ। ଏଣୁ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ଗଠନ କରିବାକୁ ଦାବି କରିଛନ୍ତି ୬୦ ବର୍ଷୀୟା ପୀଡ଼ିତା। ପୀଡ଼ିତାଙ୍କ ଲାଗି ସୁପ୍ରିମକୋର୍ଟରେ ଜନ ସ୍ବାର୍ଥ ମାମଲା ଦାୟର କରିଛନ୍ତି ବିଶ୍ୱଜିତ ସରକାର। ବିଶ୍ୱଜିତ ଭାଜପା କର୍ମୀ ଅଭିଜିତ ସରକାରଙ୍କ ଭାଇ, ଯାହାଙ୍କୁ ନିର୍ବାଚନ ପରବର୍ତ୍ତୀ ହିଂସାରେ ଟିଏମ୍‌ସି କର୍ମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ତେବେ ଏସ୍‌ପି ଅମରନାଥ କେ. କହିଛନ୍ତି, ୬୦ ବର୍ଷୀୟା ପୀଡ଼ିତାଙ୍କ ସହ ବଳାତ୍କାର ହୋଇଥିଲା। ଗଣବଳାତ୍କାର ନୁହେଁ। ଅଭିଯୋଗ ଆସିବା ଦିନ ସମ୍ପୃକ୍ତ ଅଭିଯକ୍ତ ମହମ୍ମଦ ଉସମାନ(୩୫)ଙ୍କୁ ଗିରଫ କରାଯାଇଛି। ସେ ଏବେ ମଧ୍ୟ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଆଉ ମେ’ ୯ ତାରିଖରେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଦାଖଲ ହେବା ପରେ ୩ ଜଣଙ୍କୁ ଗିରଫ କରାଯାଇଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.