ନୂଆଦିଲ୍ଲୀ,୧୮।୬: ଟୋକିଓ ଅଲମ୍ପିକ୍ସ ପାଇଁ ଶୁକ୍ରବାର ଭାରତୀୟ ପୁରୁଷ ହକି ଟିମ୍ର ୧୬ଜଣିଆ ସ୍କ୍ବାଡ୍ ଘୋଷଣା କରାଯାଇଛି। ଏଥିରେ ସ୍ଥାନ ପାଇଛନ୍ତି ୨ ଓଡ଼ିଆ। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ।
ଚଳିତ ଥର ଭାରତ ପାଇଁ ଅଲିମ୍ପିକ୍ସରେ ୧୦ ଖେଳାଳି ନିଜର ଡେବ୍ୟୁ କରିବେ। ବାକି ୬ ଖେଳାଳିଙ୍କ ମଧ୍ୟରେ ଗୋଲ କିପର ପିଆର ଶ୍ରୀଜେଶ, ଅଧିନାୟକ ମନପ୍ରୀତ ସିଂହ, ହରମନପ୍ରୀତ ସିଂହ, ରୁପିନ୍ଦରପାଲ ସିଂହ, ସୁରେନ୍ଦ୍ର କୁମାର ଓ ମଦଦୀପ ସିଂହ ପ୍ରମୁଖ ଅଭିଜ୍ଞ ଖେଳାଳି ଅଛନ୍ତି।
୨୦୧୬ରେ ଆଣ୍ଠୁ ଜନିତ ସମସ୍ୟା ଯୋଗୁ ବୀରେନ୍ଦ୍ର ଅଲିମ୍ପିକ୍ସ ଖେଳିପାରି ନ ଥିଲେ। ଏଥର ସେ ଡିଫେଣ୍ଡର ଭାବେ ଦଳକୁ କମ୍ବ୍ୟାକ୍ କରିଛନ୍ତି। ତାଙ୍କ ବ୍ୟତିତ ଅମିତ, ହାର୍ଦ୍ଦିକ ସିଂହ, ବିବେକ ସାଗର, ନୀଳକଣ୍ଠ ଶର୍ମା, ସୁମିତ,ଶଶମେର ସିଂହ, ଦୀଲପ୍ରୀତ ସିଂହ, ଗୁରଜନ୍ତ ସିଂହ ଓ ଲଳିତ କୁମାର ଉପାଧ୍ୟାୟ ନିଜ ନିଜର ପ୍ରଥମ ଅଲିମ୍ପିକ୍ସ ଖେଳିବେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.