ମୁମ୍ବାଇ,୨ା୬: ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ଦେଖିବେ ଦୁଇଟି ମହାବଳ ବାଘ ହଠାତ୍ ରାସ୍ତା ଉପରକୁ ଚାଲି ଆସୁଛନ୍ତି। ବାଘ ଦୁଇଟିକୁ ରାସ୍ତାରେ ବୁଲିବା ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି। କେହି କେହି ରାସ୍ତାରେ ବାଇକ୍ ରଖି ବାଘ ଦୁଇଟିକୁ ଦେଖିବାରେ ଲାଗୁଛନ୍ତି ତ ଆଉ କେହି ଭିଡିଓ ପ୍ରସ୍ତୁତ କରିବାରେ ଲାଗିଛନ୍ତି। କେହି ଜଣେ ଏହି ସମୟର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରି ଦେଇଛନ୍ତି। ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି।
ଦୁଇ ବାଇକ୍ଆରୋହୀ ବାଘ ଦୁଇଟିକୁ ଦେଖି ତା’ ସାମ୍ନାରେ ଅଟକି ଗଲେ। ବାଘ ତାଙ୍କ ନିକଟତର ହୋଇଥିଲେ ମଧ୍ୟ ସେ ଯାଇ ନ ଥିଲେ। ଫଟୋ ଉଠାଇବାରେ ଲାଗିଥିଲେ। ଏହି ଘଟଣା ଯିଏ ଦେଖିବ ତା’ର ନିଃଶ୍ୱାସ ବି ବନ୍ଦ ହୋଇଯିବ। ମାତ୍ର ବାଇକ୍ଆରୋହୀ ଟିକେ ବି ବିଚଳିତ ହୋଇ ନ ଥିଲେ। ଏହା ପରେ ବାଘ ଦୁଇଟି ଜଙ୍ଗଲକୁ ଚାଲିଯାଇଥିଲେ। ଏଥିରୁ ଜଣାପଡୁଛି ବାଘ ଦୁଇଟିଙ୍କର ପେଟ ବୋଧେ ପୂରି ଥିଲା ନଚେତ୍ ଶିକାରକୁ ଏତେ ପାଖରେ ପାଇ ଛାଡ଼ି ଯାଇ ନ ଥାନ୍ତେ। ଲକ୍ଡାଉନ ଯୋଗୁ ପର୍ଯ୍ୟଟକଙ୍କ ପାଇଁ ସଫାରୀ ବନ୍ଦ ଅଛି। ଅଧିକାଂଶ ଲୋକ ରାସ୍ତାକୁ ଆସୁ ନାହାନ୍ତି। ତେଣୁ ବାଘ ଦୁଇଟି ରାସ୍ତାକୁ ଚାଲି ଆସିଥିଲେ।
ଭାଇରାଲ ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୧ ହଜାର ୟୁଜର ଦେଖିସାରିଲେଣିି। ଅନେକ ୟୁଜର ଭିଡିଓକୁ ପସନ୍ଦ କରିଥିବା ବେଳେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.