ଝାରସୁଗୁଡା ଅଫିସ୍,୭।୬: ମହାମାରୀ କରୋନା ଅନେକଙ୍କୁ ମା’ ବାପା ଛେଉଣ୍ଡ କରିଛି। ସେମାନେ କିପରି ସମାଜରେ ମଣିଷ ହେବେ ଏନେଇ ସୁପ୍ରୀମକୋର୍ଟ ଥଇଥାନ ଚିନ୍ତା କରିଛନ୍ତି। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର ଅନାଥଙ୍କୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଛନ୍ତି। ଏଭଳି ସ୍ଥିତିରେ ଝାରସୁଗୁଡ଼ା ଜିଲାର ବ୍ରଜରାଜନଗରର ଦୁଇ ଭଉଣୀ ଭାଇ, ମା’ବାପାଙ୍କୁ ହରାଇୟ ଅନାଥ ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ବର୍ଷେ ତଳେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନେ ମା’ଙ୍କ ପାଖରେ ସେମାନେ ରହୁଥିଲେ। ଏଭଳି ସ୍ଥିତିରେ ଗତ ୩୧ ତାରିଖରେ ମା’ କରୋନାରେ ଆକ୍ରାନ୍ତ ହୋଇ ଝାରସୁଗୁଡ଼ା କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତ ୩ ତାରିଖରେ ମା’ଙ୍କ ମୃତ୍ୟୁ ଘଟିଥିଲା। ଏହି ସମ୍ପର୍କରେ ଖବର ପାଇ ବ୍ରଜରାଜନଗର ପୂର୍ବତନ ପୌର ଉପାଧ୍ୟକ୍ଷ ଜୟନ୍ତ ଦିକ୍ଷୀତ ଚାଇଲ୍ଡ ଲାଇନ୍କୁ ଜଣାଇଥିଲେ। ଚାଇଲ୍ଡ ଲାଇନ୍ ଜିଲା ସଂଯୋଜକ ଆଶିଷ କୁମାର ପଣ୍ଡା, ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ଡିପିପିୟୁ କାଉନ୍ସିଲର ସମୀର କୁମାର ମିଶ୍ରଙ୍କ ସହ ଅନ୍ୟମାନେ ଲମଟିବାହାଲ ସ୍ଥିତ ମାମୁ ଘରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ହେଲେ ଭଉଣୀ ଭାଇ ମାମୁ ମାଇଁଙ୍କ ପାଖରେ ରଖିବେ ବୋଲି କହିଥିଲେ। ପରେ ଭିଡିଓ କନ୍ଫରେନ୍ସ ଜରିଆରେ ଭଉଣୀ ଭାଇଙ୍କୁ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନା କରାଯାଇଥିଲା। ଅନାଥ ଶିଶୁଙ୍କୁ କେନ୍ଦ୍ର ସରକାରଙ୍କ ପିଏମ୍ କେୟାର ଓ ରାଜ୍ୟ ସରକାରଙ୍କ ମଧୁବାବୁ ପେନ୍ସନ୍ ଯୋଜନାରେ ଅନ୍ତଭୂକ୍ତ କରାଯିବ ବୋଲି ଚାଇଲ୍ଡ ଲାଇନ୍ ଜିଲା ସଂଯୋଜକ ପଣ୍ଡା କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.