ଶ୍ରୀନଗର,୨୬।୬: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ଜାରି ରହିଛି। ତେବେ ଏହା ଦ୍ୱାରା ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏସମ୍ପର୍କରେ ଶ୍ରୀନଗର ୧୫ କୋର୍ର ଜେସିଓ ଲ୍ୟୁଟନାଟ୍ ଜେନେରାଲ ଦେବେନ୍ଦ୍ର ପ୍ରତାପ ପାଣ୍ଡେ ଜେକେଏଲଆଇ ରେଜିମେଣ୍ଟାଲ ସେଣ୍ଟରରେ ପାଶିଂ ଆଉଟ୍ ପରେଡରେ ଯୋଗ ଦେଇ ଏଭଳି କହିଛନ୍ତି। ଆମେରିକା ସୈନ୍ୟ ହଟିଲେ ଜମ୍ମୁ-କଶ୍ମୀରର ଆତଙ୍କବାଦୀ ଅନୁପ୍ରବେଶ ଘଟଣା ବୃଦ୍ଧି ପାଇବାର ଆଶଙ୍କା ରହିଥିବା ସେ କହିଛନ୍ତି। ମାତ୍ର ଭାରତୀୟ ମିଳିତ ସୁରକ୍ଷାକର୍ମୀ ଯେ କୌଣସି ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ। ରାଜନୈତିକ ପ୍ରକ୍ରିୟା ଏବଂ ସୁରକ୍ଷା ସ୍ଥିତି ଦୁଇ ଭିନ୍ନ ଭିନ୍ନ ପ୍ରସଙ୍ଗ। ରାଜନୈତିକ ଆଲୋଚନା ସବୁବେଳେ ଜାରି ରହିଛି ଏବଂ ରହିବ ମଧ୍ୟ। କିନ୍ତୁ ସୁରକ୍ଷା ସ୍ଥିତିର ମୁକାବିଲା ଭିନ୍ନ ଭିନ୍ନ ସ୍ତରରେ କରାଯାଉଛି। ନିୟନ୍ତ୍ରଣ ରେଖାରେ ଭାରତୀୟ ଫରଓ୍ବାର୍ଡ ପୋଷ୍ଟ ସମ୍ମୁଖରେ ଥିବା ପାକିସ୍ତାନ ଫରଓ୍ବାର୍ଡ ନିକଟରେ ୫ଟି ଆତଙ୍କବାଦୀ ଲଞ୍ଚ ପ୍ୟାଡ୍ ସକ୍ରିୟ ରହିଥିବା ସେ କହିଛନ୍ତି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କବାଦୀ ଅନୁପ୍ରବେଶ ଘଟଣା ଘଟି ନ ଥିବା ସେ ସୂଚନା ଦେଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.