ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରାବାସ ଓ ଛାତ୍ରୀନିବାସଗୁଡ଼ିକ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ନାମିତ ହେବାର ଏକ ପରମ୍ପରା ଅଛି। ଏବେ ବିଶ୍ୱବିଦ୍ୟାଳୟ ପରିସରରେ ୭ଟି ଛାତ୍ରାବାସ ଓ ୭ଟି ଛାତ୍ରୀନିବାସ ଅଛି। ଛାତ୍ରାବାସଗୁଡ଼ିକ ଗୋପବନ୍ଧୁ , ମଧୁସୂଦନ, ଫକୀରମୋହନ, ଗୋଦାବରୀଶ, ନୀଳକଣ୍ଠ ଆଦିଙ୍କ ନାମରେ ନାମିତ ହୋଇଛି। ଛାତ୍ରୀନିବାସଗୁଡ଼ିକ କୁନ୍ତଳାକୁମାରୀ, ରମାଦେବୀ, ସାରଳାଦେବୀ, ମାଳତୀଦେବୀ ଆଦିଙ୍କ ନାମରେ ନାମିତ ହୋଇଛି। କିନ୍ତୁ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ଲେଖିକା ତଥା ନାରୀ ସଶକ୍ତୀକରଣର ପ୍ରତୀକ ନନ୍ଦିନୀ ଶତପଥୀଙ୍କ ନାମରେ କୌଣସି ଛାତ୍ରୀନିବାସ ନାମିତ ନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ତାଙ୍କ ପବିତ୍ର ଜୟନ୍ତୀରେ ଉତ୍କଳ ବିଶ୍ୱବିଦ୍ୟାଳୟର ଏକ ଛାତ୍ରୀନିବାସକୁ ତାଙ୍କ ନଁାରେ ନାମିତ କରାଯିବାକୁ ପୁରାତନ ଛାତ୍ରୀଛାତ୍ରଙ୍କ ତରଫରୁ ଦାବି କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଦ୍ୱାରା ଏହି ଐତିହାସିକ ପଦକ୍ଷେପ ନିଆଯାଉ ବୋଲି ତାଙ୍କୁ ପୁରାତନ ଛାତ୍ର ରଘୁନାଥ ପୃଷ୍ଟି, ପ୍ରବୀର କୁମାର ଦାସ, ପ୍ରଦୀପ ରଥ, ବୀର କିଶୋର ଦାସ, ପ୍ରିୟବ୍ରତ ମହାନ୍ତି, ଗଦାଧର ରଥ, ମନୋଜ କୁମାର ଦେଓ, ବିଭୁଦତ୍ତ ପ୍ରଧାନ, ବିଶ୍ୱଭୂଷଣ ସୁଆର, ସଂଗ୍ରାମ ପଟ୍ଟନାୟକ, ପ୍ରଣବ କୁମାର ଦାସ, ବିଷ୍ଣୁ ପ୍ରସାଦ ଦାଶ, ହରେକୃଷ୍ଣ ଶିଅଳ ଓ ଉମାଶଙ୍କର ଶତପଥୀ ଆଦି ନିବେଦନ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.