ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ସୋସିଆଲ ମିଡ଼ିଆରେ କରୋନା ଭାକ୍ସିନ୍ ନେଇ ନାନା ପ୍ରକାର ଅପପ୍ରଚାର କରାଯାଉଥିବା ଅଭିଯୋଗ ହେଉଛି। ଭାକ୍ସିନ୍ ନେଲେ ପ୍ରଜନନ କ୍ଷମତା ହ୍ରାସ ପାଇବ ବୋଲି ହେଉଥିବା ମିଥ୍ୟା ପ୍ରଚାର ନେଇ କେନ୍ଦ୍ର ସରକାର ମୁହାଁ ଖୋଲିଛନ୍ତି। ସରକାର ଏହାକୁ ଖଣ୍ଡନକରିଛନ୍ତି। ଏହା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ଖବର ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାକ୍ସିନ୍ର ସମସ୍ତ ପରୀକ୍ଷା ଭଲ ଭାବେ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଏହା ସୁରକ୍ଷିତ ଥିବାରୁ ଏବେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ମଧ୍ୟ ଦିଆଯିବା ନେଇ ଗୁରୁତ୍ୱାରୋପ କରାଯାଉଛି। ଏହା ଦ୍ୱାରା ଗର୍ଭସ୍ଥ ସନ୍ତାନ ଏବଂ ସ୍ତନ୍ୟପାନ କରୁଥିବା ଶିଶୁଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡୁଥିବା ପରୀକ୍ଷା ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଭାକ୍ସିନ୍ ନେଲେ ହ୍ରାସ ପାଉଛି ପ୍ରଜନନ କ୍ଷମତା, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କଲା ଖଣ୍ଡନ…
Posted inକରୋନା ଭାଇରସ୍, ଜାତୀୟ View All
କରୋନା ସଙ୍କଟ ଯୋଗୁ ବର୍ଷେ ହେଲାଣି ଦରମା ନେଇନାହାନ୍ତି ମୁକେଶ
ନୂଆଦିଲ୍ଲୀ,୩।୬: ଦେଶରେ କରୋନା ପ୍ରକୋପ ଏବେ ବି ଜାରି ରହିଛି। କରୋନା ସଙ୍କଟର ଭୟାବହତାକୁ ଦେଖି ରିଲାଏନ୍ସ ଇଣ୍ଡଷ୍ଟ୍ରିର (ଆର୍ଆଇଏଲ୍)ର ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଗତ...
ବାଘ, ସିଂହର କରୋନା ମୃତ୍ୟୁ
ରାଞ୍ଚି/ଚେନ୍ନାଇ: ତାମିଲନାଡୁର ଭଣ୍ଡାଲୁରସ୍ଥିତ ଆରିଗ୍ନାର ଆନ୍ନା ଜାତୀୟ ଉଦ୍ୟାନରେ ୯ ସିଂହ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯ ବର୍ଷର ଏକ ମାଈ...
୫୦୦ ଡୋଜ୍ କୋଭିଶିଲ୍ଡ୍ ନଷ୍ଟ ହେଲା…
ଜୟପୁର,୯।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଭାକ୍ସିନ୍ ଅଭାବ ଯୋଗୁ ଟିକାଦାନରେ ବାଧା ସୃଷ୍ଟି ହୋଇଛି।...
କେକ୍-ପେଷ୍ଟ୍ରିରେ ଡ୍ରଗ୍ସ୍ ମିଶାଇ ବିକ୍ରି: ଏନ୍ସିବିର ତନାଘନା…
ମୁମ୍ବାଇ,୧୩।୬: ଡ୍ରଗ୍ସ୍ ଚୋରା କାରବାରର ପର୍ଦ୍ଦାଫାଶ୍ ମୁମ୍ବାଇରେ ହୋଇଛି। ଏନ୍ସିବି ପକ୍ଷରୁ ଏନେଇ ତନାଘନା ଆରମ୍ଭ ହୋଇଛି। ଅଭିଯୁକ୍ତମାନେ କେକ୍ ଏବଂ ପେଷ୍ଟ୍ରିରେ ଡ୍ରଗ୍ସ୍ ମିଶାଇ...
ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଉଦ୍ଧବ
ମୁମ୍ବାଇ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜ୍ୟ ଗୃହମନ୍ତ୍ରୀ ଦଲୀପ ପାଟିଲ ସୋମବାର ଏହି...
କରୋନାରେ ୯,୩୪୬ ପିଲା ହୋଇଛନ୍ତି ବେସାହାରା
ନୂଆଦିଲ୍ଲୀ,୩।୬: କରୋନାର ଦ୍ୱିତୀୟ ଲହର ସମଗ୍ର ଦେଶକୁ ପ୍ରଭାବିତ କରିଛି। ମହାମାରୀ ଦ୍ୱାରା ପିଲାମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଏକ ଆକଳନରୁ ଜଣାପଡିଛି ଯେ, ସମଗ୍ର...
ଭୁଲ ମାଗିଲା ଗୁଗଲ
ବେଙ୍ଗାଲୁରୁ,୩।୬: ଭାରତର ସବୁଠୁ ଖରାପ ଭାଷା ଲେଖି ଗୁଗଲରେ ସର୍ଚ୍ଚ କଲେ ଉତ୍ତର ଆସୁଥିଲା କନ୍ନଡ଼। ଏ ନେଇ ମୁଣ୍ଡ ଟେକିଛି ବିବାଦ। ବିଶ୍ୱର ଲୋକପ୍ରିୟ...
କରୋନା ମାତା ମନ୍ଦିର ଉପରେ ପୋଲିସ ଚଳାଇଲା ବୁଲ୍ଡୋଜର…
ପ୍ରତାପଗଡ଼,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନାରୁ ଦୂରେଇ ରହିବା ପାଇଁ ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଲୋକେ କରୋନା...


