ଭାକ୍ସିନ୍‌ କୂଟନୀତି ବିଫଳ: ନେବାକୁ ଅମଙ୍ଗ ହେଲା ପାଲେଷ୍ଟାଇନ୍‌…

ଜେରୁଜେଲମ୍‌,୧୯।୬: କରୋନା ମହାମାରୀ ସଂକ୍ରମଣ ସମୟରେ  ପାଲେଷ୍ଟାଇନ୍‌କୁ ୧୪ ଲକ୍ଷ ଫାଇଜର ଭାକ୍ସିନ୍‌ ପଠାଇବାକୁ ଇସ୍ରାଏଲ୍‌ ଘୋଷଣା କରିଥିଲା। ଏସବୁ ଭାକ୍ସିନ୍‌ କିଛି ଦିନ ପରେ ଏକ୍ସପାୟର ହୋଇଯିବ। ତେଣୁ ଏହାକୁ ନଷ୍ଟ ନ କରି ପଡୋଶୀ ପାଲେଷ୍ଟାଇନ୍‌ ଦେବା ପାଇଁ ଇସ୍ରାଏଲ୍‌ର ନୂଆ ସରକାର କହିଥିଲେ। ତେବେ ଇସ୍ରାଏଲ୍‌ ଏଭଳି ଘୋଷଣା କରିବାର ୨୪ ଘଣ୍ଟା ମଧ୍ୟରେ ପାଲେଷ୍ଟାଇନ୍‌ ଉତ୍ତର ଦେଇଛି। କମ୍‌ ଦିନରେ ଏକ୍ସପାୟର ହେଉଥିବା ଫାଇଜର ଭାକ୍ସିନ୍‌ ନେବାକୁ ପାଲେଷ୍ଟାଇନ୍‌ ରୋକ୍‌ ଠୋକ୍‌ ମନା କରି ଦେଇଛି। ଫଳରେ ଦୁଇଦେଶ ମଧ୍ୟରେ ହୋଇଥିବା ଫାଇଜର ଭାକ୍ସିନ୍‌ ବୁଝାମଣା ରଦ୍ଦ ହୋଇ ଯାଇଛି। ଇସ୍ରାଏଲ୍‌ ପକ୍ଷରୁ ଫାଇଜର ଭାକ୍ସିନ୍‌ ପ୍ରଦାନ ନେଇ କରାଯାଇଥିବା କୂଟନୀତି ଶେଷରେ ବିଫଳ ହୋଇଛି। ଫାଇଜର ଭାକ୍ସିନ୍‌ ଜୁଲାଇ ଅବା ଅଗଷ୍ଟରେ ଏକ୍ସପାୟର ହେଉଥିବା ଇସ୍ରାଏଲ୍‌ ପକ୍ଷରୁ ପ୍ରଥମେ କୁହାଯାଇଥିଲା। ତେବେ ପରେ ଜଣାପଡ଼ିଥିଲା ଯେ, ଏସବୁ ଭାକ୍ସିନ୍‌ ଜୁନ୍‌ରେ ହିଁ ଏକ୍ସପାୟର ହେଉଛି। ଏହାକୁ ନେଇ ପାଲେଷ୍ଟାଇନ୍‌ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

 

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.