ଲି କାଷ୍ଟିଲେଟ୍,୨୧ା୬ (ଏପି): ଲୁଇସ୍ ହାମିଲଟନଙ୍କୁ ପଛରେ ପକାଇ ପୂର୍ବତନ ଫର୍ମୁଲା ଓ୍ବାନ ଚାମ୍ପିୟନଶିପ୍ ଲିଡର ମାକ୍ସ ଭର୍ଷ୍ଟାପେନ୍ ଫ୍ରେଞ୍ଚ ଓପନ୍ ଗ୍ରାଁ ପ୍ରି ମୋଟର ରେସ୍ ଜିତିଛନ୍ତି। ଏଥିସହିତ ଚାମ୍ପିୟନଶିପ୍ ଟେବୁଲରେ ସେ ତାଙ୍କ ଟାଇଟଲ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୧୨ ପଏଣ୍ଟ ଅଗ୍ରଣୀ ଲାଭ କରିପାରିଛନ୍ତି। ଚଳିତ ସିଜନରେ ଭର୍ଷ୍ଟାପେନ୍ଙ୍କର ଏହା ତୃତୀୟ ଏବଂ କ୍ୟାରିୟରର ୧୩ତମ ଟାଇଟଲ। ରେଡ୍ବୁଲ ପାଇଁ ରବିବାର ଏକ ବଡ଼ ଦିନ ଥିଲା। ଦ୍ରୁତତ୍ତମ ଲାପ୍ ପାଇଁ ଭର୍ଷ୍ଟାପେନ୍ଙ୍କୁ ଏକ ବୋନସ ପଏଣ୍ଟ ମିଳିଛି। ସର୍ଦ୍ଦର୍ନ ଫ୍ରାନ୍ସ ଅନ୍ତର୍ଗତ ପଲ ରିକାର୍ଡ ସର୍କିଟରେ ଏହି ଟିମ୍ ମର୍ସିଡିଜ୍କୁ ପ୍ରଥମ ଥର ପରାସ୍ତ କରିବାରେ ସମର୍ଥ ହୋଇଛି। ଚଳିତ ସିଜନର ୭ଟି ରେସ୍ ପରେ ଭର୍ଷ୍ଟାପେନ୍ଙ୍କ ପଏଣ୍ଟ ସଂଖ୍ୟା ୧୩୧ରେ ପହଞ୍ଚତ୍ଥିବାବେଳେ ହାମିଲଟନଙ୍କ ପଏଣ୍ଟ ସଂଖ୍ୟା ୧୧୯ ରହିଛି।
ରେଡ୍ବୁଲ୍ର ସର୍ଗିଓ ପେରେଜ ମର୍ସିଡିଜର ଭାଲଟେରି ବୋଟାସଙ୍କୁ ପଛରେ ପକାଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଫଳରେ କନ୍ଷ୍ଟ୍ରକ୍ଟର୍ସ ଚାମ୍ପିୟନଶିପ୍ରେ ରେଡ୍ବୁଲ୍ର ସ୍ଥିତି ଅଧିକ ସୁଦୃଢ଼ ହୋଇ ପାରିଛି। ମ୍ୟାକ୍ଲରେନର ଲାଣ୍ଡୋ ନୋରିସ ଓ ଡାନିଏଲ ରିକାର୍ଡୋ ଯଥାକ୍ରମେ ୫ମ ଓ ୬ଷ୍ଠ ହୋଇଥିବାବେଳେ ୭ମରୁ ୧୦ମ ସ୍ଥାନ ଯଥାକ୍ରମେ ପିଏରେ ଗାସ୍ଲି (ଆଲ୍ଫା ତାଉରି), ଫର୍ନାଣ୍ଡୋ ଆଲେଁାସୋ(ଆଲପାଇନ୍), ସେବାଷ୍ଟିଆନ ଭେଟେଲ (ଆଷ୍ଟନ ମାର୍ଟିନ) ଓ ଲାନ୍ସ ଷ୍ଟ୍ରୋଲ (ଆଷ୍ଟନ ମାର୍ଟିନ) ଅଧିକାର କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.