Categories: ଖେଳ

ଗର୍ଭବତୀ ପ୍ରେମିକାଙ୍କୁ ଦେଖି ଭାବପ୍ରବଣ ହେଲେ ଏହି କ୍ରିକେଟର୍‌

କରୋନା ଯୋଗୁ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜିନକୁ ସ୍ଥଗିତ ରଖାଯାଇଛି। ଏହି ଲିଗ ଅଧାରୁ ସ୍ଥଗିତ ରଖିବା ପରେ ଯାତ୍ରା ପ୍ରତିବନ୍ଧକ ଯୋଗୁ ଅଷ୍ଟ୍ରେଲିଆ କ୍ରିକେଟରମାନେ ସିଧାସଳଖ ଘରକୁ ଫେରିପାରି ନ ଥିଲେ। ତାଙ୍କୁ ପ୍ରଥମ କିଛି ଦିନ ମାଳଦ୍ୱୀପରେ ବିତାଇବାକୁ ପଡିଲା ଏବଂ ପରେ ୩୮ ସଦସ୍ୟ ବିଶିଷ୍ଟ ଅଷ୍ଟ୍ରେଲୀୟ ଦଳ ଘରକୁ ଫେରିଥିଲେ। ଅଷ୍ଟ୍ରେଲିଆ ଯିବା ପରେ ମଧ୍ୟ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିଲା। ଫାଷ୍ଟ ବୋଲର ପ୍ୟାଟ କମିନ୍ସ ଏହି ଖେଳାଳିମାନଙ୍କ ମଧ୍ୟରୁ ଜଣେ ଥିଲେ। ସେ ହୋଟେଲର କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ବାହାରକୁ ଆସିବା ମାତ୍ରେ ତାଙ୍କ ଗର୍ଭବତୀ ପ୍ରେମିକା ବେକି ବୋଷ୍ଟନଙ୍କୁ ଦେଖି ଭାବପ୍ରବଣ ହୋଇଥିଲେ। ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏହି ଭାବପ୍ରବଣ ମୁହୂର୍ତ୍ତର ଏକ ଭିଡିଓ ଟୁଇଟରରେ ଅଷ୍ଟ୍ରେଲୀୟ କ୍ରୀଡ଼ା ସାମ୍ବାଦିକ ଅମାଣ୍ଡା ବେଲି ପୋଷ୍ଟ କରିଛନ୍ତି। ଭିଡିଓ ସହିତ କ୍ୟାପସନ ଲେଖିଛନ୍ତି, ‘ଦିନର ବିଶେଷ ଭିଡିଓ। ଆଇପିଏଲ ପରେ ପ୍ୟାଟ କମିନ୍ସ ଶେଷରେ ହୋଟେଲରେ ଥିବା କ୍ୱାରାଣ୍ଟାଇନ୍‌ରୁ ବାହାରି ତାଙ୍କ ଗର୍ଭବତୀ ସାଥୀ ବେକିଙ୍କୁ ଭେଟି ଭାବପ୍ରବଣ ହୋଇଯାଇଥିଲେ।

ଏହା ପରେ ଦୁହେଁ ୭୦ କୋଟି ଟଙ୍କା ମୂଲ୍ୟର ନୂତନ ଘରକୁ ଯାଇଥିଲେ। ବେକି ସୋସିଆଲ ମିଡିଆରେ ନିଜର ବେବି ବମ୍ପ ସହ ଏକ ଫଟୋ ଶେୟାର କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଏକ ନୂଆ ଘରକୁ ସ୍ଥାନାନ୍ତର କରିଛନ୍ତି।


କମିନ୍ସଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ପୂର୍ବତନ ଉପ-ଅଧିନାୟକ ଡେଭିଡ ୱାର୍ନର, ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ, ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ ନିଜ ପରିବାରକୁ ଭେଟିଥିଲେ। ୱାର୍ଣ୍ଣର ତାଙ୍କ ପରିବାର ସହିତ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଏବେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌ ସେପ୍ଟେମ୍ବର-ଅକ୍ଟୋବରରେ ୟୁଏଇରେ ଅନୁଷ୍ଠିତ ହେବ। ତେବେ ଅଷ୍ଟ୍ରେଲୀୟ କ୍ରିକେଟର ସେତେବେଳେ ଲିଗର ଅଂଶ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଲିଗର ଅବଶିଷ୍ଟ ୩୧ଟି ମ୍ୟାଚ ୟୁଏଇରେ ଖେଳାଯିବ। ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ସ୍ପଷ୍ଟ ଭାବେ କହିଛନ୍ତି ଯେ ଜଣେ ବିଦେଶୀ ଖେଳାଳି ଆସନ୍ତୁ କି ନାହିଁ, ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.