ଭୁବନେଶ୍ୱର, ୧୩।୬ (ବ୍ୟୁରୋ): ଡଙ୍ଗରିଆ କନ୍ଧମାନେ ସାଧାରଣତଃ ରାୟଗଡ଼ା ଜିଲାର ବିଷମକଟକ, କଲ୍ୟାଣସିଂପୁର ଓ ମୁନିଗୁଡ଼ା ବ୍ଲକ୍ରେ ବସବାସ କରିଥାନ୍ତି । ସେମାନଙ୍କର ମୁଖ୍ୟ ପେସା ହେଉଛି ଖାଦ୍ୟ ପ୍ରକ୍ରିୟାକରଣ, ସପୁରି ଚାଷ, ଏମ୍ବ୍ରଡରୀ, ପଥର ଖୋଦେଇ, ପାନିଆ ତିଆରି କରିବା ଇତ୍ୟାଦି। ଧରଣୀପେନୁ ଡଙ୍ଗରିଆଙ୍କର ପରମ ଦେବତା। ପ୍ରତି ଗ୍ରାମ ରାସ୍ତାରେ ଏକ କୁଡ଼ିଆ ‘କୁଡ଼ି’ ମଧ୍ୟରେ ତିନୋଟି ପଥର ପୂଜା ପାଇଥାନ୍ତି । ଗୋଟେ ବାଲି ପେନୁ ଏକ ଲମ୍ବା ପଥର, ଯାହାକୁ ଡଙ୍ଗରିଆମାନେ ପୂଜା କରିଥାନ୍ତି। ଡଙ୍ଗରିଆ ଜନଜାତିଙ୍କ ମୁଖ୍ୟ ଉତ୍ସବ ହେଉଛି ଘଣ୍ଟ ପରବ, ସାଳଙ୍ଗୀ, ମାଣ୍ଡିଆ ରାଣୀ, ଧାନ ନୂଆଖିଆ ଇତ୍ୟାଦି। ସାମାଜିକ ସମାନତା ହେଉଛି ଡଙ୍ଗରିଆ କନ୍ଧ ସମାଜର ବିଶେଷତା। ଜନ୍ମରୁ ସେମାନେ ପାହାଡ଼ ଉପରେ ଶ୍ରମ କରି କୃଷି କରିଥାନ୍ତି । ସମବାୟ ମାଧ୍ୟମରେ ପ୍ରାପ୍ତବୟସ୍କ ଝିଅ ଓ ପୁଅମାନେ, ମହିଳା ଓ ବୃଦ୍ଧମାନେ ଗ୍ରାମର ଜମି କିମ୍ବା ବଗିଚାରେ ସମାନ ଭାବରେ ଶ୍ରମ ପ୍ରଦାନ କରିଥାନ୍ତି ।
ଡଙ୍ଗରିଆ ଓ ସେମାନଙ୍କ ବିଭିନ୍ନ ପ୍ରକାର ଶ୍ରମ ସମବାୟ ଉପରେ ଅଧିକ ତଥ୍ୟ ଦେବ ରାଜ୍ୟ ଜନଜାତି ସଂଗ୍ରହାଳୟର ଭର୍ଚୁଆଲ ଟୁର୍। ଏଥିପାଇଁ ଆଗ୍ରହୀ ଦର୍ଶକମାନେ ରବିବାର ଫେସ୍ବୁକ୍ ଓ ଟୁଇଟୁର ପେଜ୍ @stscdev କିମ୍ବା @scstrtiକୁ ଯିବାକୁ ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ, କରୋନା ପାଇଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନ ଏସ୍ସିଏସ୍ଟିଆର୍ଟିଆଇ ପରିସରରେ ଥିବା ଜନଜାତି ସଂଗ୍ରହାଳୟ ବନ୍ଦ ରହିଛି । ବିଭାଗ ପକ୍ଷରୁ ପ୍ରତି ରବିବାର ଏପରି ଭର୍ଚୁଆଲ ଟୁର୍ର ବ୍ୟବସ୍ଥା କରାଯାଇଛି ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.