ଓ୍ବାରସ, ୧୨ା୬ (ପି.ଟି.)- ଭାରତର ଷ୍ଟାର ରେସ୍ଲର ଭିନେଶ ଫୋଗତ (୫୩ କେଜି) ଏଠାରେ ଚାଲିଥିବା ପୋଲାଣ୍ଡ ଓପନ୍ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଚଳିତ ସିଜନରେ ୨୬ ବର୍ଷୀୟା ଭିନେଶଙ୍କର ଏହା ହେଉଛି ତୃତୀୟ ଟାଇଟଲ। ପୂର୍ବରୁ ମାର୍ଚ୍ଚରେ ସେ ମାଟେଓ ପେଲିକୋନ୍ ଇଭେଣ୍ଟ ଏବଂ ଏପ୍ରିଲରେ ଏସିଆନ ଚାମ୍ପିୟନଶିପ୍ ଜିତିଛନ୍ତି। ଶୁକ୍ରବାର ବିଜୟ ଦ୍ୱାରା ଟୋକିଓ ଅଲିମ୍ପିକ୍ସରେ ଭିନେଶ ଟପ୍ ସିଡ୍ ମାନ୍ୟତା ଲାଭ କରିବେ। ୨୦୧୯ ବିଶ୍ୱ ବ୍ରୋଞ୍ଜ (୫୦କେଜି) ବିଜୟିନୀ ଏକାଟରିନା ପୋଲେସଚୁକ୍ଙ୍କ ବ୍ୟତୀତ ଭିନେଶଙ୍କୁ ଅନ୍ୟ କୌଣସି ପ୍ରତିଯୋଗୀ ଅଡୁଆରେ ପକାଇ ପାରି ନଥିଲେ। ସ୍ବର୍ଣ୍ଣ ପଦକ ବିଜୟ ପଥରେ ସେ ମାତ୍ର ୨ ପଏଣ୍ଟ ହାରିଥିଲେ। ଫାଇନାଲରେ ସେ ଗୋଟିଏ ହେଲେ ପଏଣ୍ଟ ନ ହାରି ୟୁକ୍ରେନର ଖ୍ରିଷ୍ଟିନା ବେରେଜାଙ୍କୁ ୮-୦ରେ ପରାସ୍ତ କରିଥିଲେ। ଭିନେଶ ତାଙ୍କର ଅଧିକାଂଶ ପଏଣ୍ଟ ଡବଲ ଲେଗ୍ ଆଟାକ୍ରୁ ପାଇଥିଲେ। ଅନ୍ୟପକ୍ଷରେ ୨୦୧୯ ୟୁରୋପିଆନ ରୌପ୍ୟ ବିଜୟିନୀ ବେରେଜା ଲଢେଇର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରକ୍ଷଣାତ୍ମକ ରଣନୀତି ଆପଣେଇଥିଲେ। ବିଶ୍ୱ ବ୍ରୋଞ୍ଜ ବିଜୟିନୀ ତଥା ଏସିଆନ ଗେମ୍ସ ଚାମ୍ପିୟନ ଭିନେଶ ପୂର୍ବରୁ ପୋଲେସଚୁକ୍ ବିପକ୍ଷ ସଂଘର୍ଷପୂର୍ଣ୍ଣ ମୁକାବିଲାକୁ ୬-୨ରେ ଜିତିଥିଲେ। ମାତ୍ର ସେମିଫାଇନାଲରେ ଆମେରିକାର ଆମି ଆନ୍ ଫିଅର୍ନସାଇଡ୍ଙ୍କୁ ହରାଇବା ଲାଗି ସେ ମାତ୍ର ୭୫ ସେକେଣ୍ଡ ସମୟ ନେଇଥିଲେ।
ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମୁକାବିଲା: ବର୍ଷା ଯୋଗୁ ହେବ ନାହିଁ ପ୍ରଥମ ଅଧିବେଶନର ଖେଳ
ସାଉଥାମ୍ପଟନ,୧୮।୬: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ବହୁ ପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମ୍ୟାଚ୍ର ପ୍ରଥମ ଅଧିବେଶନରେ କୌଣସି ଖେଳ ହେବନାହିଁ।...
ଭଲପାଇବା ଦେଖି ଚକିତ ହେଲେ ଇଂଲଣ୍ଡ କ୍ରିକେଟର: କହିଲେ ‘ଭାରତରେ କ୍ରିକେଟ ଏବଂ ଧୋନୀଙ୍କ ପୂଜା କରାଯାଏ’
ନୂଆଦିଲ୍ଲୀ,୨।୬: ଆଇପିଏଲ୍ ୨୦୧୮ରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍କେ) ପାଇଁ ଖେଳିଥିଲେ ଇଂଲଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ସାମ ବିଲିଙ୍ଗସ୍। ଏବେ ସେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଶଂସାରେ...
ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଥର ଶୂନରେ ଆଉଟ୍ ହୋଇଛନ୍ତି ଏହି ଖେଳାଳି, ନାମରେ ଅଛି ଲଜ୍ଜାଜନକ ରେକର୍ଡ
ନୂଆଦିଲ୍ଲୀ,୧୭।୬: ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଦେଶ ପାଇଁ ଖେଳିବା ଯେତିକି ଗୌରବର କଥା, ଶୂନରେ ଆଉଟ୍ ହେବା ସେତିକି ଲଜ୍ଜାଜନକ ବିଷୟ। କ୍ରିକେଟଜଗତରେ ଏପରି ଅନେକ ଖେଳାଳି...
ଏହି କ୍ରିକେଟର୍ଙ୍କ ଜ୍ୟାକେଟ୍ ପିନ୍ଧି ଫଟୋ ଶେୟାର କଲେ ଅଭିନେତ୍ରୀ
ଭାରତୀୟ କ୍ରିକେଟରମାନେ ବଲିଉଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି।...
ଏଏଫ୍ସି ଏସିଆନ କପ୍: କ୍ୱାଲିଫାୟର୍ସ ତୃତୀୟ ରାଉଣ୍ଡରେ ଭାରତ
ଦୋହା,୧୬।୬: ସୁନୀଲ ଛେତ୍ରୀଙ୍କ ନେତୃତ୍ୱାଧୀନ ଭାରତୀୟ ଫୁଟ୍ବଲ ଦଳ ଏସିଆନ ଫୁଟ୍ବଲ କନ୍ଫେଡେରେଶନ (ଏଏଫ୍ସି) ଏସିଆନ କପ୍ କ୍ୱାଲିଫାୟର୍ସର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛି। ସ୍ଥାନୀୟ...
ଓ୍ବିମ୍ବେଲଡନ କିମ୍ବା ଟୋକିଓ ଅଲିମ୍ପିକ୍ସ ଖେଳିବେନି ନାଡାଲ
ମାଡ୍ରିଡ୍, ୧୮ା୬ (ଏପି)-ସ୍ବାସ୍ଥ୍ୟଗତ କାରଣ ଦୃଷ୍ଟିରୁ କ୍ଲେ-କୋର୍ଟ ରାଜା ରାଫାଲ ନାଡାଲ ଓ୍ବିମ୍ବେଲଡନ କିମ୍ବା ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ ନାହିଁ। ନାଡାଲ ଗତ ମାସରେ...
ନୋଭାକ୍ ଜୋକୋଭିଚ୍ ଚାମ୍ପିୟନ
ପ୍ୟାରିସ, ୧୪।୬-ସର୍ବିୟାର ନୋଭାକ୍ ଜୋକୋଭିଚ୍ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ସେ...
ମିରାନଚୁକ୍ଙ୍କ ଗୋଲରେ ଜିତିଲା ରୁଷିଆ
ସେଣ୍ଟ ପିଟର୍ସବର୍ଗ, ୧୭।୬- ଆଲେକ୍ସି ମିରାନଚୁକ୍ଙ୍କ ଗୋଲ ବଳରେ ରୁଷିଆ ଚଳିତ ୟୁରୋ ଫୁଟ୍ବଲ ଚାମ୍ପିୟନଶିପ୍ରେ ବିଜୟ ସ୍ବାଦ ଚାଖିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ରୁଷିଆ...


