ଓ୍ବାରସ, ୧୨ା୬ (ପି.ଟି.)- ଭାରତର ଷ୍ଟାର ରେସ୍ଲର ଭିନେଶ ଫୋଗତ (୫୩ କେଜି) ଏଠାରେ ଚାଲିଥିବା ପୋଲାଣ୍ଡ ଓପନ୍ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଚଳିତ ସିଜନରେ ୨୬ ବର୍ଷୀୟା ଭିନେଶଙ୍କର ଏହା ହେଉଛି ତୃତୀୟ ଟାଇଟଲ। ପୂର୍ବରୁ ମାର୍ଚ୍ଚରେ ସେ ମାଟେଓ ପେଲିକୋନ୍ ଇଭେଣ୍ଟ ଏବଂ ଏପ୍ରିଲରେ ଏସିଆନ ଚାମ୍ପିୟନଶିପ୍ ଜିତିଛନ୍ତି। ଶୁକ୍ରବାର ବିଜୟ ଦ୍ୱାରା ଟୋକିଓ ଅଲିମ୍ପିକ୍ସରେ ଭିନେଶ ଟପ୍ ସିଡ୍ ମାନ୍ୟତା ଲାଭ କରିବେ। ୨୦୧୯ ବିଶ୍ୱ ବ୍ରୋଞ୍ଜ (୫୦କେଜି) ବିଜୟିନୀ ଏକାଟରିନା ପୋଲେସଚୁକ୍ଙ୍କ ବ୍ୟତୀତ ଭିନେଶଙ୍କୁ ଅନ୍ୟ କୌଣସି ପ୍ରତିଯୋଗୀ ଅଡୁଆରେ ପକାଇ ପାରି ନଥିଲେ। ସ୍ବର୍ଣ୍ଣ ପଦକ ବିଜୟ ପଥରେ ସେ ମାତ୍ର ୨ ପଏଣ୍ଟ ହାରିଥିଲେ। ଫାଇନାଲରେ ସେ ଗୋଟିଏ ହେଲେ ପଏଣ୍ଟ ନ ହାରି ୟୁକ୍ରେନର ଖ୍ରିଷ୍ଟିନା ବେରେଜାଙ୍କୁ ୮-୦ରେ ପରାସ୍ତ କରିଥିଲେ। ଭିନେଶ ତାଙ୍କର ଅଧିକାଂଶ ପଏଣ୍ଟ ଡବଲ ଲେଗ୍ ଆଟାକ୍ରୁ ପାଇଥିଲେ। ଅନ୍ୟପକ୍ଷରେ ୨୦୧୯ ୟୁରୋପିଆନ ରୌପ୍ୟ ବିଜୟିନୀ ବେରେଜା ଲଢେଇର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରକ୍ଷଣାତ୍ମକ ରଣନୀତି ଆପଣେଇଥିଲେ। ବିଶ୍ୱ ବ୍ରୋଞ୍ଜ ବିଜୟିନୀ ତଥା ଏସିଆନ ଗେମ୍ସ ଚାମ୍ପିୟନ ଭିନେଶ ପୂର୍ବରୁ ପୋଲେସଚୁକ୍ ବିପକ୍ଷ ସଂଘର୍ଷପୂର୍ଣ୍ଣ ମୁକାବିଲାକୁ ୬-୨ରେ ଜିତିଥିଲେ। ମାତ୍ର ସେମିଫାଇନାଲରେ ଆମେରିକାର ଆମି ଆନ୍ ଫିଅର୍ନସାଇଡ୍ଙ୍କୁ ହରାଇବା ଲାଗି ସେ ମାତ୍ର ୭୫ ସେକେଣ୍ଡ ସମୟ ନେଇଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.