ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ନିକଟରେ ପ୍ରଶଂସକଙ୍କ ସହ ତାଙ୍କର ଏକ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ ହୋଇଥିଲା। ପ୍ରଶଂସକମାନେ କୋହଲିଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚାରିଥିଲେ। ତାଙ୍କ ଡାଏଟ ଠାରୁ ଆରମ୍ଭ କରି ଝିଅ ବିଷୟରେ ପ୍ରଶ୍ନ ପଚାରିଥିଲେ। ଜଣେ ପ୍ରଶଂସକ ପଚାରିଥିଲେ ତାଙ୍କର ଡାଏଟ କ’ଣ ଖାଆନ୍ତି? ସେ ଉତ୍ତର ଦେଇଥିଲେ ଯେ, ସେ ବହୁତ ପନିପରିବା, କିଛି ଅଣ୍ଡା, ୨ କପ କଫି, ଡାଲି, କିନୋଆ, ଦୋସା ପସନ୍ଦ କରନ୍ତି, କିନ୍ତୁ ଏସବୁ ସୀମିତ ପରିମାଣରେ ଖାଆନ୍ତି ବୋଲି ସେ କହିଥିଲେ।
ବିରାଟ କୋହଲି ତାଙ୍କ ଖାଦ୍ୟରେ ଅଣ୍ଡା ଖାଇବା କଥା କହି ସେ ସୋସିଆଲ ମିଡିଆରେ ଟ୍ରୋଲ ହେବା ଆରମ୍ଭ କଲେ। ୟୁଜର୍ସମାନେ ତାଙ୍କୁ ଟ୍ରୋଲ୍ କହିଥିଲେ ଯେ, ସେ ନିଜକୁ ଶାକାହାରୀ ବୋଲି କୁହନ୍ତି, ତେବେ ସେ କିପରି ଅଣ୍ଡା ଖାଉଛନ୍ତି? କୋହଲି ଏବେ ମୁମ୍ବାଇରେ କ୍ୱାରାଣ୍ଟାଇନ୍ରେ ଅଛନ୍ତି, ବିରାଟ କୋହଲି ଟ୍ରୋଲରମାନଙ୍କୁ ଉତ୍ତର ଦେଇଛନ୍ତି। ସେ ଟୁଇଟର୍ କରି ଲେଖିଛନ୍ତି, ମୁଁ କେବେବି ଶାକାହାରୀ ବୋଲି ଦାବି କରି ନାହିଁ। ଶାକାହାରୀ ହେବାକୁ ସର୍ବଦା ଚେଷ୍ଟା କରୁଛି। ଏକ ଦୀର୍ଘ ନିଶ୍ୱାସ ନିଅ ଏବଂ ପନିପରିବା ଖାଅ। ଟିମ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପାଇଁ ପ୍ରସ୍ତୁତ ହେଉଛି । ଦଳ ଜୁନ ୨ରେ ଇଂଲଣ୍ଡ ଯାଉଛି। ଏହି ଦଳରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ପଡିବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.