ସାଉଥାମ୍ପଟନ,୨୪।୬: ନ୍ୟୁଜିଲାଣ୍ଡଠାରୁ ୮ ଉଇକେଟରେ ପରାସ୍ତ ହେବା ପରେ ଭାରତୀୟ ଅଧିନାୟକ ବିରାଟ କୋହଳି ଟେଷ୍ଟ ଦଳରେ ପରିବର୍ତ୍ତନ ନେଇ ସଙ୍କେତ ଦେଇଛନ୍ତି। ଦଳର ପ୍ରଦର୍ଶନର ସମୀକ୍ଷା ପରେ ସଠିକ୍ ଲୋକଙ୍କୁ ଅଣାଯିବ। ସେମାନେ ଭଲ ପଦର୍ଶନ ସହ ମାନସିକତା ମଧ୍ୟ ରଖିଥିବେ।
କୋହଲି କହିଛନ୍ତି, ଆମେ ଏକ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବୁ ନାହିଁ। ଆମର ସୀମିତ ଓଭର ଦଳକୁ ଦେଖିଲେ ଗଭୀରତା ଜଣାପଡ଼ିବ। କାରଣ ଖେଳାଳିମାନେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଅଛନ୍ତି। ଟେଷ୍ଟ କ୍ରିକେଟରେ ମଧ୍ୟ ତାହା ଆବଶ୍ୟକ। ଆମକୁ ପୁଣିଥରେ ସମୀକ୍ଷା ଏବଂ ଯୋଜନା କରିବାକୁ ହେବ। ଦଳପାଇଁ କ’ଣ ପ୍ରଭାବଶାଳୀ ରହିବ ଏବଂ କିଭଳି ନିର୍ଭୟରେ ଖେଳିବା ସେ ନେଇ ମଧ୍ୟ ସମୀକ୍ଷା ହେବ।
ଏହାଛଡ଼ା ଖେଳରେ ଆମର ପ୍ରଦର୍ଶନକୁ ଲଗାତାର ଭାବରେ ଉନ୍ନତ କରିବା ଜରୁରୀ। ଲଗାତାର ଅନେକ ବର୍ଷ ଧରି ଏକ ନମ୍ବର ଦଳ ଥାଆନ୍ତି ତେବେ ହଠାତ ଆପଣଙ୍କ ସ୍ତର ତଳକୁ ଖସିବା ଠିକ୍ ନୁହେଁ। ଏହା ଉପରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ ମଧ୍ୟ କହିଛନ୍ତି।
ପ୍ରକାଶ ଯେ, ସିନିୟର ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ଫାଇନାଲର ପ୍ରଥମ ସେସନରେ ୫୪ ବଲରେ ୮ ରନ୍ କରିଥିବା ବେଳେ ପ୍ରଥମ ରନ୍ ପାଇଁ ୩୫ ବଲ୍ ଖେଲିଥିଲେ। ସେହିଭଳି ଦ୍ୱିତୀୟ ପାଳିରେ ୮୦ ବଲ୍ରେ ୧୫ ରନ୍ କରିଥିଲେ। ଏବେ କୋହଲିଙ୍କ ପ୍ରତିକ୍ରିୟା ପରେ କିଛି ବରିଷ୍ଠ ଖେଳାଳିଙ୍କୁ ସମୟ ଦିଆଯିବ ଏବଂ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରି ନିଜ ସ୍ଥାନ ବଞ୍ଚାଇପାରିବେ ବୋଲି କୁହାଯାଉଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.