ନୂଆଦିଲ୍ଲୀ,୮।୬: ନିଜ ସମୟର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରୁ ଜଣେ ଥିଲେ ଭାରତର ପୂର୍ବ ଓପନର୍ ବିରେନ୍ଦ୍ର ସେହ୍ବାଗ। କ୍ରିକେଟର ସମସ୍ତ ଫର୍ମାଟରେ ସେ ଚମକାଇବା ଭଳି ପାଳି ଖେଳିଛନ୍ତି। ବିଶେଷକରି ପ୍ରାରମ୍ଭରୁ ବିରୋଧୀ ବୋଲରଙ୍କୁ ଆକ୍ରମଣ କରିବାକୁ ସେ ପସନ୍ଦ କରୁଥିଲେ। ଫଳରେ ଅନେକ ଥର ସେ ଚୌକା ମାରି ନିଜ ପାଳି ଆରମ୍ଭ କରୁଥିଲେ।
ପ୍ରଥମ ବଲ୍ରେ ଚୌକା ମାରିବାକୁ ଭଲପାଉଥିବା ସେହ୍ବାଗ ଏକଦା ୨ ବଲ୍ରେ ୨୧ ରନ୍ ମାରିଥିଲେ। ୨୦୦୪ ମାର୍ଚ୍ଚ ୧୩ରେ ପାକିସ୍ତାନ ବିପକ୍ଷରେ ସେ ଏଭଳି କାରନାମା କରିଥିଲେ। ପୂର୍ବ ଦ୍ରୁତ ବୋଲର ରାଣା ନାଭେଦ ଉଲ ହସନ ୧୧ତମ ଓଭରରେ ବୋଲିଂ ପାଇଁ ଆସିଥିଲେ। ସେ ନୋ ବଲ୍ରୁ ଓଭର ଆରମ୍ଭ କରିଥିଲେ। ଏଥିରେ ଚୌକା ମାରିଥିଲେ ସେହ୍ବାଗ। ପରବର୍ତ୍ତୀ ବଲ୍ରେ ନୋ ବଲ୍ ହେବା ବେଳେ ସେହ୍ବାଗ ଆଉ ଏକ ଚୌକା ମାରିଥିଲେ। ଏହାପରେ ପୁଣି ତୃତୀୟ ବଲ୍ ନୋ ବଲ୍ ଏବଂ ସେହ୍ବାଗ ଚୌକା ମାରିଥିଲେ। ଏହି ୩ ବଲ୍ ପରେ ରାଣା ଲିଗାଲ୍ ବଲ୍ ପକାଇଥିଲେ। ଏଥିରେ ରନ୍ ଆସି ନ ଥିଲା। ପରେ ୨ ନୋ ବଲ୍(ଗୋଟିଏରେ ଚୌକା, ଗୋଟିଏରେ ଶୂନ ରନ୍) ହୋଇଥିଲା। ଏଭଳି ଭାବେ ବ୍ୟାଟ୍ରୁ ୧୬ ଏବଂ ନୋ ବଲ୍ ପାଇଁ ୫ ରନ୍ କରିଥିଲେ ସେ। ଅପରପକ୍ଷେ ରାଣାଙ୍କ ଏହି ଓଭର ଅନ୍ତରାଷ୍ଟ୍ରୀୟ କ୍ରିକେଟ ଇତିହାସରେ ନୋ ବଲ୍ର ସବୁଠାରୁ ଖରାପ ଓଭରରୁ ଗୋଟିଏ ପାଲଟିଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.