ନୂଆଦିଲ୍ଲୀ,୨୩।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲୁଟିସି) ଫାଇନାଲ୍ରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ବିଲିୟମସନଙ୍କ ଖେଳ ଦେଖି ନିଦ ଆସୁଥିବା କହିଛନ୍ତି ଭାରତୀୟ ଟିମ୍ର ପୂର୍ବ ଓପନର ବିରେନ୍ଦ୍ର ସେହ୍ବାଗ। ମଙ୍ଗଳବାର ପଞ୍ଚମ ଦିନରେ ଓ୍ବିଲିୟମସନ ୧୭୭ ବଲ୍ରେ ୬ ଚୌକା ସହାୟତାରେ ୪୯ରନ୍ କରିଥିଲେ। ୧୨ରୁ ଖେଳ ଆରମ୍ଭ କରିଥିବା ଓ୍ବିଲିୟମସନ ଈଶାନ୍ତଙ୍କ ଦ୍ୱାରା ଆଉଟ୍ ହୋଇଥିଲେ।
ଏକ ସମୟରେ ଓ୍ବିଲିୟମସନ ୧୧୨ ବଲ୍ରେ କେବଳ ୧୯ ରନ୍ କରିଥିଲେ। ଏହି ସମୟରେ ସେ କେବଳ ଦୁଇଟି ଚୌକା ମାରିଥିଲେ। ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୬.୯୬ ରହିଥିଲା। ଏହି ଧିମା ପାଳି ଦେଖି ସେହ୍ବାଗଙ୍କୁ ନିଦ ଆସିବା ଭଳି ଲାଗିଥିଲା। ଏହାକୁ ନେଇ ସେ ନିଜର ମଜାଳିଆ ସ୍ବଭାବରେ ଟୁଇଟ୍ କରି ଚର୍ଚ୍ଚାକୁ ଆସିଥିଲେ।
ସେହ୍ବାଗ ଏକ ଛୋଟ କୁକୁରର ଭିଡିଓ ଶେୟାର କରି ‘ଆଜି ପିଚ୍ରେ ଓ୍ବିଲିୟମସନ୍’ ବୋଲି ଲେଖିଥିଲେ। ଭିଡିଓର ବ୍ୟାକ୍ଗ୍ରାଉଣ୍ଡରେ ‘ମୋତେ ନିଦ ଆସୁଛି, ଶୋଇବାକୁ ଦିଅ’ ଗୀତ ବାଜୁଥିଲା। ଏହା ବେଶ୍ ଭାଇରାଲ ହେବା ସହ ପ୍ରଶଂସକମାନେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.