ବର୍ତ୍ତମାନ ସ୍ଲିମ୍ ଟ୍ରେଣ୍ଡ ଚାଲିଛି। ହେଲେ ମହିଳାମାନେ ଆବଶ୍ୟକରୁ ଅଧିକ ପତଳା ହେବା ଦ୍ୱାରା ଫିଗରର ଆକର୍ଷଣ କମିଯାଏ। ଏମିତିରେ ଅନେକେ ମୋଟା ହେବା ଲାଗି ଏଣୁ ତେଣୁ ଖାଦ୍ୟଠାରୁ ଆରମ୍ଭ କରି ବିଭିନ୍ନ ଔଷଧ ଖାଇବାକୁ ବି ପଛାଇ ନ ଥାନ୍ତି; ଯାହାକି ଅପରପକ୍ଷେ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ। ତେଣୁ ଏକ ସୁନ୍ଦର ତଥା ସାଉଣ୍ଡ ଫିଗର ପାଇବାକୁ ଚାହୁଁଥିଲେ କେତେକ ପ୍ରାକୃତିକ ଉପାୟ ଆପଣାଇ ପାରିବେ…
ସର୍ବପ୍ରଥମ କଥା ହେଉଛି ମୋଟା ହେବା ଆଳରେ ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍, ଫୁଡ୍ ସପ୍ଲିମେଣ୍ଟ, ପ୍ରୋଟିନ୍ ପାଉଡର ଆଦି ଗ୍ରହଣ କରିବା ଠିକ୍ ନୁହେଁ। କାରଣ ଏହା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ସୁଷମ ଆହାର ଗ୍ରହଣ କରନ୍ତୁ। ଓଜନ ବଢୁଛି କି ନାହିଁ ଜାଣିବା ଲାଗି ମାସକୁ ଥରେ ମାପିବାକୁ ଭୁଲନ୍ତୁ ନାହିଁ। ନଚେତ୍ ଆବଶ୍ୟକରୁ ଅଧିକ ମୋଟା ହେବା ଦ୍ୱାରା ବି ଅସୁବିଧା ହୋଇପାରେ।
ନିଜ ଖାଦ୍ୟ ତାଲିକାରେ ସବୁପ୍ରକାର ପୌଷ୍ଟିକ ଖାଦ୍ୟକୁ ସାମିଲ କରନ୍ତୁ। ଖାଦ୍ୟରେ କ୍ୟାଲୋରି ମାତ୍ରା ବଢ଼ାନ୍ତୁ। ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଯେତେ ଅଧିକ ଗ୍ରହଣ କରିବେ ସେତେ ଶୀଘ୍ର ଲାଭ ପାଇବେ।
ଶସ୍ୟଜାତୀୟ ଖାଦ୍ୟ, ଫଳ, ପନିପରିବା ଆଦିରେ ପର୍ଯ୍ୟାପ୍ତ ପରିମାଣରେ କାର୍ବୋହାଇଡ୍ରେଟ୍ ରହିଛି। ତେଣୁ ଏହାକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ଓଜନ ବଢ଼ିବାରେ ସାହାଯ୍ୟ କରିବ।
ଫଳ ମଧ୍ୟରେ ଓଜନ ବଢାଇବା ଲାଗି କଦଳୀ ସବୁଠୁ ଭଲ। ପ୍ରତିଦିନ ଦୁଇଟି ପାଚିଲା କଦଳୀ ଖାଆନ୍ତୁ। ନ ହେଲେ ସକାଳୁ ଏହାର ସେକ୍ ପିଇପାରିବେ। କ୍ଷୀର କଦଳୀ ଚକଟି ଖାଇବା ବି ଲାଭଦାୟକ।
ପନୀରର ବିଭିନ୍ନ ଆଇଟମ୍ ଖାଆନ୍ତୁ। ସେହିପରି ଆମିଷ ଖାଇବା ବି ଓଜନ ବଢାଇବାରେ ସାହାଯ୍ୟ କରିଥାଏ।
ସକାଳ ଜଳଖିଆରେ ବ୍ରେଡ୍ ସହ ୨ଟି ସିଝା ଅଣ୍ଡା କିମ୍ବା ଆମ୍ଲେଟ୍ ଖାଆନ୍ତୁ। ଏହା ଖୁବ୍ଶୀଘ୍ର ଆପଣଙ୍କ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ।
ଖାଦ୍ୟ ତାଲିକାରେ ବଟରକୁ ସାମିଲ କରନ୍ତୁ। ବିଶେଷ କରି ପିନଟ୍ ବଟରରେ ଥିବା ମୋନୋସାଚୁରେଟେଡ୍ ଫ୍ୟାଟ୍ ଆପଣଙ୍କ ଓଜନ ଶୀଘ୍ର ବଢାଇବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.