ପାହାଡ଼ିଆ ଅଞ୍ଚଳରେ ସୁଧୁରିବ ଜଳ ସମସ୍ୟା

ଖଇରା, ୪।୬-ବାଲେଶ୍ୱର ଜିଲା ଖଇରା ବ୍ଲକର ଉପାନ୍ତ ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ପାଇଁ ଖୁସି ଖବର ା ଖୁବଶୀଘ୍ର ବର୍ଷ ବର୍ଷ ଧରି ଭୋଗୁଥିବା ପାନୀୟଜଳ ସମସ୍ୟାର ସମାଧାନ ହେବାକୁ ଯାଉଛି। ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଖଇରା ବ୍ଲକ କୁପାରୀ ଜୋନର ବାଉଁଶଗଡିଆ, ରଟିଣା, ହରିପୁର, ଗଡପୋଖରୀ, କଇଥଗଡିଆ, କୁପାରୀ, ବର୍ତ୍ତନା ପଞ୍ଚାୟତଗୁଡିକୁ ବିଶୁଦ୍ଧ ପାନୀୟ ଜଳ ମିଳିବ ବୋଲି ଜାଣିବା ପରେ ସାହିବାସିନ୍ଦାଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି ା
୫୫କୋଟି ଟଙ୍କା ବ୍ୟୟରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ ହେବା ନେଇ ଚିଠି ପହଞ୍ଚିବା ପରେ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଟିମ୍‌ ଜଳର ଉତ୍ସ କୁହାଯାଉଥିବା ହଦଗଡ ଜଳଭଣ୍ଡାର ସଂଲଗ୍ନ କେନ୍ଦୁଝର ରାଇଘାଟି ଅଞ୍ଚଳ ବୁଲି ପ୍ରକଳ୍ପ ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ୭ ପଞ୍ଚାୟତବାସୀ ଖୁସି ବ୍ୟକ୍ତ କରିଛନ୍ତି ା ସେ ବିଧାୟକ ଭାବେ ଜିତିବା ପରଠାରୁ ଏହି ପଞ୍ଚାୟତଗୁଡିକର ଜଳ ସମସ୍ୟାର ସମାଧାନ ପାଇଁ ଚେଷ୍ଟା ଜାରି ରଖିଥିଲେ। ପାହାଡିଆ ଅଞ୍ଚଳରେ ଜଳାଭାବ ଏବଂ ଅଧିକାଂଶ ସ୍ଥାନରେ ଦୂଷିତ ଜଳ ନିର୍ଗତ ହେଉଥିବାରୁ ହଦଗଡ ଜଳଭଣ୍ଡାରରୁ ପାଇପ ଯୋଗେ ଜଳ ଉଠାଯାଇ ଏହାକୁ ବିଶୋଧନ କରି ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବ ା ୪୦ହଜାର ଗ୍ରାମବାସୀ ଏହାଦ୍ୱାରା ଉପକୃତ ହେବେ। ଏହି ସ୍ବତନ୍ତ୍ର ମେଗା ପ୍ରକଳ୍ପ(ଇନଟେକ ୱେଲ) ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ପ୍ରକଳ୍ପ ହେଲେ ପ୍ରତ୍ୟେକ ପରିବାର ଦୈନିକ ୭୦ଲିଟର ପାଇବାକୁ ସକ୍ଷମ ହେବେ ା ବାଉଁଶଗଡିଆରୁ ୭କି.ମି. ଦୂରତାରେ ଥିବା ଏହି ହଦଗଡ ଜଳଭଣ୍ଡାରରୁ ପାଇପ ବିଛା ଓ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଅନ୍ୟୁନ ୨ବର୍ଷ ଲାଗିବ ବୋଲି ପାନୀୟ ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ସମୀର ରଞ୍ଜନ ଦେ କହିଛନ୍ତି ା ଦୀର୍ଘଦିନ ଧରି ଲାଗି ରହିଥିବା ଏହି ସମସ୍ୟା ସମାଧାନ ହୋଇପାରିବ ବୋଲି ବରପଦା ଗ୍ରାମର ଶଶିକାନ୍ତ ଦାସ, କୁପାରୀ ଗ୍ରାମର ସୁରେନ୍ଦ୍ର ପଣ୍ଡା କହିଛନ୍ତି ା ପରିଦର୍ଶନ ସମୟରେ ବିଡିଓ ପର୍ଶୁରାମ ପଣ୍ଡା, ଅତିରିକ୍ତ ତହସିଲଦାର ଗଦାଧର ସେଠୀ, ବ୍ଲକ ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ, ବାଉଁଶଗଡିଆ ସରପଞ୍ଚ ବିଷ୍ଣୁପଦ ଘଡେଇ ଓ ଜଳ ପରିମଳ ବିଭାଗର କନିଷ୍ଠଯନ୍ତ୍ରୀ ତପସ୍ବିନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

 

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.