Categories: ବାଣିଜ୍ୟ

ଜନମଙ୍ଗଳକାରୀ ଯୋଜନା ଲାଗି ଅର୍ଥ ସଞ୍ଚୟ କରୁଛୁ

ନୂଆଦିଲ୍ଲୀ: ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ବୃଦ୍ଧି ହୋଇ ରେକର୍ଡ ସ୍ତରରେ ରହିଛି। ତେଲ ଉପରେ ଉଚ୍ଚ ଟିକସକୁ ନେଇ ବିରୋଧୀ ଦଳଗୁଡିକ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଛନ୍ତି। ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସ୍ପଷ୍ଟୀକରଣ ରଖିଛନ୍ତି। ପ୍ରଧାନ କହିଛନ୍ତି, ତେଲ ଉପରେ ଲାଗୁ ହେଉଥିବା ଟିକସରୁ ସରକାର ଅର୍ଥ ସଞ୍ଚୟ କରୁଛନ୍ତି। ଏହି ଅର୍ଥକୁ ବିଭିନ୍ନ ସାମାଜିକ ଜନମଙ୍ଗଳକାରୀ କାର୍ଯ୍ୟକ୍ରମରେ ବିନିଯୋଗ କରାଯାଉଛିି। ସେହିଭଳି କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ ତେଲ ଉପରେ ଲାଗୁ ହେଉଥିବା ଉଚ୍ଚ ପରିମାଣର ଟିକସ କମାନ୍ତୁ ବୋଲି ପ୍ରଧାନ କହିଛନ୍ତି। ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ ମଧ୍ୟ କରିଛନ୍ତି। ଏହି ରାଜ୍ୟଗୁଡ଼ିକର ସରକାର ତେଲ ଟିକସ ହ୍ରାସ କରିବାକୁ ରାହୁଲ ହସ୍ତକ୍ଷେପ କରନ୍ତୁ। ଫଳରେ ସାଧାରଣ ଲୋକଙ୍କ ସମସ୍ୟା କମିବ ବୋଲି ଧର୍ମେନ୍ଦ୍ର ମତ ପ୍ରକାଶ କରିଛନ୍ତି।
ଗତ ୬ ସପ୍ତାହ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୫.୭୨ ଟଙ୍କାରୁ ୬.୨୫ ଟଙ୍କା ବଢିଛି। କେନ୍ଦ୍ର ଓ ରାଜ୍ୟ ସ୍ତରରେ ଲାଗୁ ହେଉଥିବା ଉଚ୍ଚ ପରିମାଣର ଟିକସ ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଏହିପରିପ୍ରେକ୍ଷୀରେ ପ୍ରଧାନ କହିଛନ୍ତି, କରୋନା ମହାମାରୀ ସ୍ଥିତିରେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ସ୍ତରର ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ରାଜସ୍ବ ନିଅଣ୍ଟିଆ ସ୍ଥିତିକୁ ଭରଣା କରିବାରେ ତେଲ ଟିକସ ସହାୟକ ହେଉଛି। ଟିକସ ବୋଝ ଲୋକଙ୍କୁ ବାଧୁଥିବା ଆମେ ଜାଣିପାରୁଛୁ। ସ୍ବାସ୍ଥ୍ୟ ଭିତ୍ତିଭୂମି, ଟିକାପ୍ରଦାନ ଏବଂ ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ବଣ୍ଟନ କରିବା ଲାଗି ସରକାରଙ୍କୁ ଅତିରିକ୍ତ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ବୋଲି ସେ ମତ ଦେଇଛନ୍ତି।
ପ୍ରଧାନ ପୁଣି କହିଛନ୍ତି, ରାହୁଲ ଗାନ୍ଧୀ ଯଦି ସବୁ ବେଳେ ତେଲ ଦର ନେଇ ସରକାରଙ୍କୁ ଦୋଷ ଦେଉଛନ୍ତି ତେବେ ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ କାହିଁକି ଇନ୍ଧନ ଦର ଉଚ୍ଚରେ ରହିଛି। ଲୋକଙ୍କ ପାଇଁ ରାହୁଲ ସେହି ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀଙ୍କୁ କହି ଟିକସ କମାନ୍ତୁ। ଅନ୍ୟକୁ କହିବା ପରିବର୍ତ୍ତେ ନିଜ ଘର ଠିକ୍‌ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନ କହିଛନ୍ତି। ଉଲ୍ଲେଖଯୋଗ୍ୟ, ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲାରେ ତେଲ ଦର ଦେଶ ମଧ୍ୟରେ ସବୁଠାରୁ ଉଚ୍ଚରେ ରହିଛି। ଫେବୃୟାରୀ ମଧ୍ୟଭାଗରେ ସେଠାରେ ପେଟ୍ରୋଲ ୧୦୦ ଟଙ୍କା ସ୍ତର ଛୁଇଁଥିଲା। ଯାହା ବର୍ତ୍ତମାନ ୧୦୭.୨୨ ଟଙ୍କା ରହିଛି। ସେହିଭଳି ସେଠାରେ ଡିଜେଲ ଦର ୧୦୦.୦୫ ଟଙ୍କାରେ ବିକ୍ରି ହେଉଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.