ନୂଆଦିଲ୍ଲୀ,୭।୬: ଭାରତ ବିରୋଧରେ ଆମେରିକାର ଟାରିଫ୍ ଯୁଦ୍ଧକୁ ରାଷ୍ଟ୍ରପତି ଜୋ ବାଇଡେନ୍ ପୁଣିଥରେ ବଢ଼ାଇଛନ୍ତି। ଭାରତରୁ ଆମେରିକା ଆମଦାନୀ କରୁଥିତ୍ବା ଚିଙ୍ଗୁଡ଼ି, ବାସମତି ଚାଉଳଠାରୁ ଆରମ୍ଭ କରି ଆସବାବପତ୍ର ଏବଂ ଅଳଙ୍କାର ଆଦି ସମସ୍ତ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢ଼ାଇବା ପାଇଁ ବାଇଡେନ୍ ଧମକ ଦେଇଛନ୍ତି। ନୂଆଦିଲ୍ଲୀ ବୃହତ ଟେକ୍ନୋଲୋଜି କମ୍ପାନୀ ଉପରେ ଡିଜିଟାଲ ସର୍ଭିସ ଟ୍ୟାକ୍ସ ଲଗାଇଥିବାରୁ ଏହାର ଜବାବରେ ଆମେରିକା ଉପରୋକ୍ତ ନିଷ୍ପତ୍ତି ନେଇଛି। ଭାରତରୁ ଆମେରିକା କିଣୁଥିବା ୨୬ଟି ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ବୃଦ୍ଧି କରିବାକୁ ଏହାର ବାଣିଜ୍ୟ ପ୍ରତିନିଧି କାଥେରିନ୍ ଟାଇ ୨ ତାରିଖରେ ଘୋଷଣା କରିଥିଲେ। ତେବେ ଏହି ବର୍ଦ୍ଧିତ ଶୁଳ୍କ ଡିସେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ସେ କହିଥିଲେ। ଭାରତ ସରକାର ଗତବର୍ଷ ଏପ୍ରିଲରେ ଆମାଜନ, ଫେସ୍ବୁକ, ଗୁଗଲ୍ ଭଳି ବୃହତ୍ ବିଦେଶୀ ଟେକ୍ନୋଲୋଜି ଏବଂ ଇ-କମର୍ସ କମ୍ପାନୀ ଏଠାରେ କରୁଥିବା ଆୟ ଉପରେ ୨ ପ୍ରତିଶତ ଲାଗୁ କରିଥିଲେ। ଏହାକୁ ତତ୍କାଳୀନ ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ ବିରୋଧ କରିଥିଲେ। ଏବେ ବାଇଡେନ୍ ସେଥିରେ ସାମିଲ ହୋଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.