ଦୁର୍ବଳ ନଦୀବନ୍ଧ, ବିପଦରେ ୫ହଜାର ଲୋକ

ବାଲେଶ୍ୱର ଅଫିସ, ୧୪।୬-ବାଲେଶ୍ୱର ଜିଲା ଦେଇ ବହିଯାଇଥିବା ବୁଢ଼ାବଳଙ୍ଗ ନଦୀକୂଳରେ ଅବସ୍ଥିତ ପୁରୁଣା ବାଲେଶ୍ୱର ଅଞ୍ଚଳ। ଅଳ୍ପ ଦୂରରେ ଏହି ନଦୀ ବଙ୍ଗୋପସାଗରରେ ମିଶିଛି। କେବଳ ବର୍ଷାଦିନେ ନୁହେଁ ସମୁଦ୍ରରେ ଜୁଆର ଓ ଭଟ୍ଟା ପାଣିରେ ବର୍ଷତମାମ୍‌ ନଦୀ ପରିପୂର୍ଣ୍ଣ ଥାଏ। ନଦୀର ବାମପାର୍ଶ୍ୱ ପୋତି ହୋଇଆସୁଥିବା ବେଳେ ଦକ୍ଷିଣପାର୍ଶ୍ୱ କୂଳ ଖାଉଛି। ବର୍ଷାଦିନ ଆସିଲେ ନଦୀକୂଳରେ ବସବାସ କରୁଥିବା ପ୍ରାୟ ୫ହଜାର ଲୋକ ଆତଙ୍କିତ ଅବସ୍ଥାରେ ସମୟ ଅତିବାହିତ କରନ୍ତି। ନଦୀର କୂଳ ଖାଉଥିବା ଅଞ୍ଚଳରେ ଜଳସେଚନ ବିଭାଗ ବନ୍ଧ ଦେଇ ଧନଜୀବନ ରକ୍ଷା କରିବା ପରିବର୍ତ୍ତେ ବିଭାଗୀୟ ଅଧିକାରୀଙ୍କର ଖାମଖିଆଲି ମନୋଭାବ ଯୋଗୁ ନଦୀବନ୍ଧ ମରାମତି କିମ୍ବା ସୁଦୃଢ଼ୀକରଣ ହୋଇପାରୁନାହିଁ।
ନଦୀକୂଳଠାରୁ ଅନତି ଦୂରରେ ବସବାସ କରୁଥିବା ବାଲେଶ୍ୱର ପୌରପାଳିକା ଅଧୀନ ୧ନମ୍ବର ୱାର୍ଡ଼ ପୁରୁଣା ବାଲେଶ୍ୱର ଅଞ୍ଚଳର ଶହ ଶହ ପରିବାର ଏବେ ବନ୍ଧର ଜରାଜୀର୍ଣ୍ଣ ଅବସ୍ଥାକୁ ନେଇ ଆତଙ୍କିତ। କିଛିବର୍ଷ ତଳେ ନଦୀ ଡାହାଣପାର୍ଶ୍ୱରେ ଥିବା ଏକ ଦୁଇମହଲା କୋଠାଘର ସହ ପାଖାପାଖି ୧କି.ମି. ଲମ୍ବର ବନ୍ଧ ନଦୀ ଭିତରକୁ ଭୁଶୁଡ଼ିଯାଇଥିଲା। ଜଳସେଚନ ବିଭାଗ ସେଠାରେ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରି ବାଲିବସ୍ତା ପକାଇବା ସହ ପଥର ପ୍ୟାଚିଂ କରିଥିଲା। କିନ୍ତୁ ନଦୀ ଗତିପଥ ବଦଳୁଥିବାରୁ ଉକ୍ତ ପଥର ପ୍ୟାଚିଂ ମଧ୍ୟ ଧୀରେ ଧୀରେ ନଦୀଗର୍ଭରେ ଲୀନ ହେବାକୁ ବସିଛି। ୧ ନମ୍ବର ୱାର୍ଡ଼ରେ ପ୍ରାୟ ୫ହଜାର ଲୋକଙ୍କ ମଧ୍ୟରୁ ଅଧାଲୋକଙ୍କ ଘର ଉକ୍ତ ନଦୀବନ୍ଧ କୂଳରେ ରହିଛି। ନଦୀର ଗତିପଥ ପରିବର୍ତ୍ତନ ଯୋଗୁ ଡାହାଣ ପାର୍ଶ୍ୱରେ ପ୍ରଖର ସୁଅ ପିଟି ହେଉଛି। ଯେଉଁଥିପାଇଁ ନଦୀବନ୍ଧ ଦୁର୍ବଳ ହେଉଛି ବୋଲି ପାଟଣାସାହି, ମଲ୍ଲଡ଼ିହ, ତୁଳସୀପଦା, ଉଡ଼ାପଦା, ଗଙ୍ଗାରାମପାଟଣା, କାରଖାନାଗଡ଼ି, ମାହାନାପୁର, ପାତ୍ରସାହି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅଞ୍ଚଳବାସୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ପ୍ରତିବର୍ଷ ବର୍ଷାଦିନ ଆସିଲେ ଜିଲା ପ୍ରଶାସନ ପକ୍ଷରୁ ବନ୍ୟା ମୁକାବିଲା ବୈଠକରେ ନଦୀବନ୍ଧଗୁଡ଼ିକର ସୁରକ୍ଷା ଓ ମରାମତି ବାବଦରେ ଆଲୋଚନା କରାଯାଇଥାଏ। ତେବେ ସ୍ଥାୟୀ ପ୍ରତିକାର ଦୂରେ ଥାଉ, ବର୍ଷାଋତୁ ପୂର୍ବରୁ ଏ କାମ କେବେ କରାଯାଏନାହିଁ। ଅନ୍ୟପକ୍ଷରେ ବୁଢ଼ାବଳଙ୍ଗ ନଦୀର ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ପଥର ପ୍ୟାଚିଂ କରିବା ପାଇଁ ୨୦୧୬-୧୭ ଆଥିର୍ର୍କ ବର୍ଷରେ ୫କୋଟି ୮୩ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ଉକ୍ତ କାମ କେବଳ ଘୋଷଣାରେ ସୀମିତ ହୋଇ ରହିଗଲା। ୨୦୨୦ ବାଲେଶ୍ୱର ନିର୍ବାଚନମଣ୍ଡଳୀ ଉପନିର୍ବାଚନ ପୂର୍ବରୁ ପୁରୁଣା ବାଲେଶ୍ୱରବାସୀଙ୍କ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଥରପ୍ୟାଚିଂ ପାଇଁ ତୁରନ୍ତ ୫କୋଟି ଟଙ୍କା ଅନୁଦାନ ଦିଆଯିବ ବୋଲି କହିଥିଲେ। ନିର୍ବାଚନ ସରିବାର ୬ମାସ ବିତିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍‌। ବାରମ୍ବାର ଲଘୁଚାପଜନିତ ବାତ୍ୟା ଏବଂ ଆଗକୁ ବର୍ଷାଦିନ ଆସୁଥିବାରୁ ଏବେଠୁ ଲୋକଙ୍କ ଆଖିରୁ ନିଦ ହଜିଗଲାଣି। କେଉଁ ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ଜନବସତି ନଦୀଗର୍ଭକୁ ଚାଲିଯିବ ସେ ଆଶଙ୍କାରେ ସଭିଏଁ ପ୍ରମାଦ ଗଣୁଛନ୍ତି। ଅଥଚ ବିଭାଗୀୟ ଅଧିକାରୀଙ୍କ ପାଇଁ ଏହା କିଛି ଫରକ ପଡୁନି। କୋଭିଡ୍‌ ଆଳରେ ବନ୍ଧ ମରାମତି ଭଳି ଜରୁରୀ କାମକୁ ଏଡ଼ାଇ ଚାଲିଛନ୍ତି।
ଏ ସମ୍ପର୍କରେ ବାଲେଶ୍ୱର ବିଧାୟକ ସ୍ବରୂପ ଦାସ କହନ୍ତି, ବୁଢ଼ାବଳଙ୍ଗ ନଦୀର ଦୁର୍ବଳବନ୍ଧ ସମ୍ପର୍କରେ ଅବଗତ ରହିଛି। ସରକାରଙ୍କ ପକ୍ଷରୁ ଆଡମିନିଷ୍ଟ୍ରେଟିଭ୍‌ ଓ ଟେକ୍ନିକାଲ କମିଟି ପକ୍ଷରୁ ମଞ୍ଜୁରୀ ହୋଇସାରିଛି। ଏବେ କେଉଁ ଫଣ୍ଡରୁ କରାଯିବ ତାହା ବାକି ରହିଛି। ଖୁବ୍‌ଶୀଘ୍ର ନଦୀବନ୍ଧ କାର୍ଯ୍ୟ ଆରମ୍ଭ ହେବ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.