Categories: ଖେଳ

ଏଫ୍‌ସି ବେୟର୍ନ ବିଶ୍ୱ ଦଳରେ ଶୁଭୋ ପଲ୍‌

ନୂଆଦିଲ୍ଲୀ, ୧୨ା୬ (ପି.ଟି.)- ଦିଲ୍ଲୀଭିତ୍ତିକ ସୁଦେଭା ଏଫ୍‌ସି ଆଇ-ଲିଗ୍‌ ଦଳର ଅଧିନାୟକ ଶୁଭୋ ପଲ୍‌ ପ୍ରସିଦ୍ଧ ଜର୍ମାନ ଫୁଟ୍‌ବଲ କ୍ଲବ ଏଫ୍‌ସି ବେୟର୍ନର ୧୯ ବର୍ଷରୁ କମ୍‌ ବିଶ୍ୱ ଦଳରେ ସ୍ଥାନ ପାଇଛନ୍ତି। ଏଫ୍‌ସି ବେୟର୍ନ ବିଶ୍ୱ ଦଳର ଏକ ଟ୍ରେନିଂ କ୍ୟାମ୍ପ ମ୍ୟୁନିକ୍‌ରେ ହେବ। ଏଥିରେ ୧୭ ବର୍ଷୀୟ ପଲ୍‌ ଯୋଗ ଦେବେ। ଏଥିରେ ଯୁବ ଫୁଟ୍‌ବଲରମାନେ ଏଫ୍‌ସି ବେୟର୍ନ ସମ୍ପର୍କରେ ଜାଣିବା ଲାଗି ଏକ ସୁଯୋଗ ପାଇବେ। ସେମାନେ ୧୯ବର୍ଷରୁ କମ୍‌ ଏଫ୍‌ସି ବେୟର୍ନ ଦଳ ସହିତ ଏକ ମ୍ୟାଚ ଖେଳିବେ। ବିଶ୍ୱକପ୍‌ ବିଜେତା କିମ୍ବଦନ୍ତୀ କ୍ଲାଅସ୍‌ ଅଗେନଥଲର ଏବଂ ସେମାନଙ୍କ ଇଣ୍ଟରନ୍ୟାଶନାଲ ପ୍ରୋଗ୍ରାମ୍‌ର କୋଚ୍‌ ଖ୍ରୀଷ୍ଟୋଫର ଲୋଚ୍‌ଙ୍କ ନେତୃତ୍ୱରେ ଏଫ୍‌ସି ବେୟର୍ନ ଏକ ଟ୍ୟାଲେଣ୍ଟ ହଣ୍ଟ୍‌ କାର୍ଯ୍ୟକ୍ରମ ଜରିଆରେ ସମଗ୍ର ବିଶ୍ୱର ୧୫ଜଣ ଖେଳାଳିଙ୍କୁ ମନୋନୀତ କରାଯାଇ ଏକ ବିଶ୍ୱ ଦଳ ଗଠନ କରାଯାଇଥାଏ। ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ଖେଳାଳିମାନଙ୍କୁ ସେମାନଙ୍କର ଏକ ଶର୍ଟ ଭିଡିଓ ପଠାଇବାକୁ ହୋଇଥାଏ। ଖେଳାଳି ଜଣକ ୨୦୦୩ କିମ୍ବା ୨୦୦୪ରେ ଜନ୍ମଗ୍ରହଣ କରିଥିବା ଆବଶ୍ୟକ। ଏଫ୍‌ସି ବେୟର୍ନ ୧୯ ବର୍ଷରୁ କମ୍‌ ବିଶ୍ୱ ଦଳ ଅନ୍ୟ ବୁନ୍ଦେସ୍‌ଲିଗା ଟିମ୍‌ ସହ ଖେଳିବ ଏବଂ ସେଠାରେ ପ୍ରାୟ ଦୁଇ ସପ୍ତାହ ଧରି ଟ୍ରେନିଂ ନେବ। ଭାରତର ୧୭ ବର୍ଷରୁ କମ୍‌ ଦଳର ଅନ୍ୟତମ ସଦସ୍ୟ ପଲ୍‌ଙ୍କୁ ଯେତେବେଳେ ମାତ୍ର ୧୨ବର୍ଷ ବୟସ ହୋଇଥିଲା, ସେ ସୁଦେଭାରେ ଫୁଟ୍‌ବଲ ଖେଳିବା ଆରମ୍ଭ କରିଥିଲେ। ୨୦୧୭ରେ ଗ୍ରାସ୍‌ରୁଟ୍‌ ଓ ୟୁଥ୍‌ ଟ୍ରାଏଲ୍‌ ବେଳେ ସେ ସୁଦେଭାର ସ୍କାଉଟିଂ ଟିମ୍‌ ପାଇଁ ମନୋନୀତ ହୋଇଥିଲେ। ୨୦୧୭ ମେ’ ମାସଠାରୁ ପଲ୍‌ ବୋର୍ଡିଂ, ଲଜିଂ, ଟ୍ରେନିଂ ଓ ସ୍କୁଲିଂ ସୁବିଧା ପାଇ ଆସୁଛନ୍ତି।

 

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.