ୱେଷ୍ଟଇଣ୍ଡିଜ ଏବଂ ଆଇପିଏଲର ପଞ୍ଜାବ କିଙ୍ଗ୍ସ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ତାଙ୍କ ପ୍ରେମିକା କ୍ୟାଥରିନ ମିଗୁଲଙ୍କୁ ବିବାହ କରିଛନ୍ତି। ନିକୋଲାସ ବିବାହ ଫଟୋ ଶେୟାର କରି ଲେଖିଛନ୍ତି ଯେ, ଯୀଶୁ ମୋତେ ଅନେକ ଜିନିଷରେ ସମ୍ମାନିତ କରିଛନ୍ତି। କିନ୍ତୁ ମୋ ଜୀବନରେ, ତୁମଠାରୁ ଭଲ କିଛି ନାହିଁ। ଶ୍ରୀ ଏବଂ ଶ୍ରୀମତୀ ପୁରନଙ୍କୁ ସ୍ବାଗତ। ଏଥି ସହିତ କ୍ୟାଥରିନ ମିଗୁଲ ମଧ୍ୟ ବିବାହର କିଛି ଫଟୋ ଶେୟାର କରିଛନ୍ତି। କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, କ୍ରିସ ଗେଲ, ଡେଭିଡ ୱାର୍ଣ୍ଣର, ଜିମି ନିଶାମ, କିରନ ପୋଲାର୍ଡଙ୍କ ସମେତ ସମସ୍ତ କ୍ରିକେଟର ତାଙ୍କୁ ବିବାହ ଅଭିନନ୍ଦନ ଜଣାଇଛନ୍ତି।
କିଛି ଦିନ ପୂର୍ବରୁ ଭାରତରେ କରୋନାର ଦ୍ୱିତୀୟ ଲହର ଯୋଗୁ ଇଣ୍ଡିଆନ ପ୍ରିମିୟର ଲିଗ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। ଏହା ପରେ ସମସ୍ତ ବିଦେଶୀ ଖେଳାଳି ନିଜ ନିଜ ଦେଶକୁ ଫେରିଗଲେ। ଏହି ସଙ୍କଟରେ ଭାରତକୁ ସାହାଯ୍ୟ କରିବା ପାଇଁ ପୁରନ ତାଙ୍କର ଆଇପିଏଲ ବେତନର ଏକ ଅଂଶ ଦାନ କରିବାକୁ ଘୋଷଣା କରିଥିଲେ। ଇଣ୍ଡିଆନ ପ୍ରିମିୟର ଲିଗ ସମୟରେ କ୍ୟାଥରିନ ନିକୋଲାସଙ୍କ ସହ ରହିଥା’ନ୍ତି । ପଞ୍ଜାବ କିଙ୍ଗ୍ସ ମ୍ୟାଚ ସମୟରେ କ୍ୟାଥରିନ ଦଳ ଏବଂ ନିକୋଲାସଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳେ। ତେବେ, ଆଇପିଏଲ ୨୦୨୧ରେ ପୁରନ କିଛି ବିଶେଷ କରିପାରି ନ ଥିଲେ। ୪ କୋଟି ଟଙ୍କାର ଏହି ବ୍ୟାଟ୍ସମ୍ୟାନ ସେ ସାତୋଟି ମ୍ୟାଚରେ ମାତ୍ର ୨୮ ରନ ସ୍କୋର କରିଥିଲେ। ନିକୋଲାସ ଏବଂ କ୍ୟାଥରିନ୍ ଗତ ବର୍ଷ ନଭେମ୍ବରରେ ନିର୍ବନ୍ଧ କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.