କୋଲକାତା,୬।୬ : ହିନ୍ଦୁ ସମ୍ପ୍ରଦାୟ ବେଙ୍ଗ ଭଳି ଆଚରଣ କରୁଛନ୍ତି। ଓଜନ ମପା ଯାଉଥିବା ଯନ୍ତ୍ରରେ ଦୁହିଁଙ୍କୁ ମାପିବା କଷ୍ଟକର। ଏଭଳି ମନ୍ତବ୍ୟ ଦେଇଛନ୍ତି ପଶ୍ଚିମବଙ୍ଗର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍ଏସ୍)ର ଇଣ୍ଟେଲେକଚୁଆଲ ବିଭାଗର ସଭାପତି ରାଜେଶ ଶ୍ରୀବାସ୍ତବ।
ରାଧିକା ରମଣଙ୍କ ଅଧ୍ୟକ୍ଷତାରେ ବିହାର ନିର୍ବାଚନ ସେଲ୍ ଦ୍ୱାରା ରବିବାର ଆୟୋଜିତ ଭର୍ଚୁଆଲ ଆଲୋଚନାରେ ସେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନ ପରେ ରାଜ୍ୟରେ ଦେଖାଦେଇଥିବା ହିଂସା ଓ ଗଣତନ୍ତ୍ର ପ୍ରତି ସୃଷ୍ଟି ହୋଇଥିବା ବିପଦ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ମମତା ବାନାର୍ଜୀ ଓ କେତେଜଣ ଉଗ୍ର ଚିନ୍ତାଧାରାର ନେତା ମୁସଲମାନ ସମ୍ପ୍ରଦାୟକୁ ଏକାଠି କରି ହିନ୍ଦୁମାନଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି। ସେମାନଙ୍କ ଷଡଯନ୍ତ୍ରକୁ ବିଫଳ କରିବାକୁ ପଡ଼ିବ ବୋଲି ଶ୍ରୀବାସ୍ତବ କହିଥିଲେ।
ଆମେ ସନ୍ତୋଷଜନକ ପ୍ରଦର୍ଶନ କରିଛୁ। ପୂର୍ବ ଥର ୩ ଆଶନରୁ ପଶ୍ଚିମବଙ୍ଗରେ ଆମେ ୭୭ରେ ପହଞ୍ଚିଛୁ, ଯାହାକି ସହଜ ନୁହେଁ ବୋଲି ଭାଜପାର ଏମ୍ଏଲ୍ସି ଓ ବିହାରର ସାଧାରଣ ସମ୍ପାଦକ ଦେବଶ କୁମାର କହିଛନ୍ତି। ମହିଳା ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ମମତା ବାନାର୍ଜୀ ଘୋଷଣା କରିଥିବା ଯୋଜନା ନିର୍ବାଚନ ଫଳାଫଳ ଉପରେ ପ୍ରଭାବ ପକାଇଥିବା ସେ ସ୍ବୀକାର କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.