ନୂଆଦିଲ୍ଲୀ,୨ା୬: କରୋନା ମହାମାରୀର ଦ୍ୱିତୀୟ ଲହର ଅନେକ ପିଲାଙ୍କୁ ଅନାଥ କରିଦେଇଛି। ସେହି ଶିଶୁମାନଙ୍କୁ ଆଶ୍ୱସ୍ତି ପ୍ରଦାନ ଲାଗି କେନ୍ଦ୍ର ସରକାର କ’ଣ ସବୁ କଲ୍ୟାଣକାରୀ ଯୋଜନା ଗଢ଼ିଛନ୍ତି ତାହା ଜାଣିବା ପାଇଁ ଚାହିଁଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍ ଏଲ୍. ନାଗେଶ୍ୱର ରାଓ ଏବଂ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ଏନେଇ କେନ୍ଦ୍ରକୁ ଜବାବ ମାଗିଛନ୍ତି। ଏହାସହ ଖଣ୍ଡପୀଠ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଜଣେ ଲେଖାଏ ସଚିବ କିମ୍ବା ଯୁଗ୍ମ ସଚିବ ସ୍ତରୀୟ ଅଧିକାରୀଙ୍କୁ ନୋଡାଲ ଅଫିସର ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନୋଡାଲ ଅଫିସରମାନେ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଓ ସେଗୁଡ଼ିକରୁ ସୁବିଧା ପାଇବାକୁ ଥିବା ଅନାଥଙ୍କୁ ଚିହ୍ନଟ ନେଇ ଆମିକସ୍ କ୍ୟୁରି ଗୌରବ ଅଗ୍ରଓ୍ବାଲଙ୍କ ସହ ଆଲୋଚନା କରିବେ। ଆସନ୍ତା ସୋମବାର ଏହାର ପରବର୍ତ୍ତୀ ଶୁଣାଣି ହେବ। କୋଭିଡ୍ ମହାମାରୀ ଯୋଗୁ ତେଲଙ୍ଗାନା, ତାମିଲନାଡୁ, କେରଳ, କର୍ନାଟକ, ଗୁଜରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର ଓ ଝାଡ଼ଖଣ୍ଡର ସର୍ବାଧିକ ପିଲା ଅନାଥ ହୋଇଯାଇଥିବାରୁ ପ୍ରଥମେ ଏହି ୧୦ ରାଜ୍ୟର କଥା ବିଚାର କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.