ସାଉଥାମ୍ପଟନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲର ହାଇପ୍ରୋଫାଇଲ ମ୍ୟାଚ୍ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ମୁକାବିଲା ଯିଏ ଜିତିବ ସେ ପ୍ରଥମ ଟେଷ୍ଟ ଚାମ୍ପିୟନ ହେବାର ଗୌରବ ଲାଭ କରିବାକୁ ଥିବାରୁ ଏହା ଉଭୟଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଏହା ଉପରେ ଉଭୟ ଦେଶର କୋଟି କୋଟି କ୍ରିକେଟ ପ୍ରଶଂସକଙ୍କ ନଜର ରହିଛି। ଆସନ୍ତୁ ଜାଣିବା ଏହି ମ୍ୟାଚ୍ ଭାରତୀୟ ସମୟ ଅନୁଯାୟୀ ଆପଣ କେତେବେଳେ, କେବେ ଏବଂ କେଉଁଠି ଦେଖିପାରିବେ।
କେବେ ଏବଂ କେଉଁଠି ଖେଳାଯିବ?
ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ମୁକାବିଲ ଜୁନ ୧୮(ଶୁକ୍ରବାର)ରୁ ୨୨ଜୁନ(ମଙ୍ଗଳବାର) ମଧ୍ୟରେ ଖେଳାଯିବ। ଏହା ଇଂଲଣ୍ଡର ରୋଜ ବାଉଲ ଷ୍ଟାଡିୟମରେ ଖେଳାଯିବ।
ଟେଲିଭିଜନରେ ଲାଇଭ୍ କେବେ ଏବଂ କେଉଁଠି ଦେଖିବେ?
ଜୁନ ୧୮ରୁ ଆରମ୍ଭ ହେବାକୁ ଯାଉଥିବା ଫାଇନାଲ ମ୍ୟାଚ୍ର ଲାଇଭ୍ ପ୍ରସାରଣ ଭାରତରେ ଆପଣ ଷ୍ଟାର ସ୍ପୋଟର୍ସ ନେଟ୍ଓ୍ବାର୍କର ବିଭିନ୍ନ ଚ୍ୟାନେଲରେ(ଅନେକ ଭାଷାରେ) ଦେଖିପାରିବେ। ଅପରାହ୍ନ ୩ଟା ପରଠାରୁ ଏହାର ସିଧା ପ୍ରସାରଣ ଦେଖିହେବ।
ଅନ୍ଲାଇନ୍ରେ କେଉଁଠି ଦେଖିବେ?
ଫାଇନାଲ ମୁକାବିଲାକୁ ଷ୍ଟାର ସ୍ପୋଟର୍ସ ନେଟ୍ଓ୍ବାର୍କର ଲାଇଭ୍ ଷ୍ଟ୍ରିମିଂ ଆପ୍ରେ ଦେଖିପାରିବେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.