ନୂଆଦିଲ୍ଲୀ,୧୫।୬: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ତାଙ୍କ ପୁସ୍ତକ ‘ବିଲିଭ୍-ହ୍ବାଟ୍ ଲାଇଫ୍ ଆଣ୍ଡ କ୍ରିକେଟ ଟଟ୍ ମି’ରେ ଅନେକ ରହସ୍ୟ ଉପରୁ ପରଦା ହଟାଇଥିଲେ। ନିଜ ଆତ୍ମଜୀବନୀରେ ରାଇନା ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ନେଇ କିଛି କଥା ଶେୟାର କରିଥିଲେ। ଏକଦା ଭୁଲ ପୋଷାକ ଚୟନକୁ ନେଇ ଏହି ଭାରତୀୟ କିମ୍ବଦନ୍ତୀ କ୍ରିକେଟର କିଭଳି ତାଙ୍କୁ ଗାଳି ଦେଇଥିଲେ ତାହା ରାଇନା ବର୍ଣ୍ଣନା କରିଛନ୍ତି।
୨୦୦୫ରେ ଦ୍ରାବିଡଙ୍କ ନେତୃତ୍ୱରେ ଭାରତୀୟ ଟିମ୍ରେ ଡେବ୍ୟୁ କରିଥିଲେ ରାଇନା। ହେଲେ ଘଟଣାଟି ୨୦୦୬ର। ସେତେବେଳେ ରାଇନା ଭାରତୀୟ ଦଳ ପାଇଁ ନୂଆ ଥିଲେ। ଭାରତ-ଅଷ୍ଟ୍ରେଲିଆ ଏବଂ ଓ୍ବେଷ୍ଟଇଣ୍ଡିଜ୍ ଦଳ ଟ୍ରାଇ ସିରିଜ୍ ପାଇଁ ମାଲେସିଆରେ ଥିବା ବେଳେ ରାଇନା ଏକ ଟି-ଶାର୍ଟ ପିନ୍ଧିଥିଲେ। ସେଥିରେ ‘FCUK’ ଲେଖାଥିଲା। ଏହାକୁ ନେଇ ଦ୍ରାବିଡ ତାଙ୍କୁ ଗାଳି ଦେଇଥିଲେ।
ତୁମେ କ’ଣ ପିନ୍ଧିଛ, ତାହା ଜାଣିଛ ତ? ତୁମେ ଜଣେ ଭାରତୀୟ କ୍ରିକେଟର। ଟି-ଶାର୍ଟରେ ଏଭଳି ଶବ୍ଦ ସହ ବାହାରକୁ ଯିବା ଉଚିତ ନୁହେଁ ବୋଲି ରାଇନାଙ୍କୁ ଦ୍ରାବିଡ କହିଥିଲେ। ଏହାଶୁଣି ରାଇନା ଡରି ଯାଇଥିଲେ। ସେ ସଙ୍ଗେ ସଙ୍ଗେ ପୋଷାକ ବଦଳାଇବାକୁ ଶୌଚାଳୟକୁ ଯାଇଥିଲେ। ଏପରିକି ଉକ୍ତ ଶାର୍ଟଟିକୁ ସେ ଫିଙ୍ଗି ମଧ୍ୟ ଦେଇଥିଲେ। ତେବେ ଭାରତୀୟ କ୍ରିକେଟରମାନେ କିଭଳି ନିଜକୁ ଉପସ୍ଥାପନ କରିବେ ସେ ବିଷୟରେ ଦ୍ରାବିଡ ସ୍ପଷ୍ଟ ଥିଲେ। କ୍ରିଡାବିତ୍ମାନେ ଦେଶର ପ୍ରତିନିଧି ଅଟନ୍ତି ବୋଲି ସେ ବିଶ୍ୱାସ କରୁଥିଲେ ବୋଲି ରାଇନା କହିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.