କଲମ୍ବିଆ,୨୪।୬: ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅବସାଦ ବୃଦ୍ଧି ଯୋଗୁ କେତେକଙ୍କର ଧଳାର କେଶ ଧଳା ହୋଇଯାଇଥାଏ। ତେବେ ଏହା ପୁଣି ଥରେ କଳା ହୋଇ ପାରିବ। ଅବସାଦ ଦୂର ହେବାପରେ ଏଭଳି ସମ୍ଭବ ହେବ ବୋଲି କଲମ୍ବିଆ ବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅବସାଦ ଯୋଗୁ ଧଳା ହୋଇଥିବା କେଶ ଉପରେ କ୍ୱାଣ୍ଟିଟେଟିଭ୍ ଅଧ୍ୟୟନ କରାଯାଇ ଗବେଷକ ଏହା ଜାଣି ପାରିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହା ପୂର୍ବରୁ ହୋଇଥିବା ଗବେଷଣା ରିପୋର୍ଟରେ କୁହାଯାଇଥିଲା ଯେ, ଅବସାଦ ଯୋଗୁ କେଶ ସ୍ଥାୟୀ ଭାବେ ଧଳା ହୋଇଥାଏ। ମାତ୍ର ସମ୍ପ୍ରତି ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଧଳା କେଶ ପୁଣି ନିଜର ଯୁବା ଅବସ୍ଥାକୁ ଫେରି କଳା ହୋଇପାରିବ। ଏହି ରିପୋର୍ଟ ଲାଇଫ୍ ପତ୍ରିକାରେ ପ୍ରକାଶିତ ହୋଇଛି। ବୟସ ବୃଦ୍ଧି ସହିତ ଶରୀରର ବିଭିନ୍ନ ଅଙ୍ଗ ନିଜର ସ୍ବାଭାବିକ କାର୍ଯ୍ୟକାରିତା ହରାଉଥାନ୍ତି। କିନ୍ତୁ ଏହି ଗବେଷଣାରୁ ଜଣାପଡ଼ିଛି, ସମ୍ପୃକ୍ତ ଅଙ୍ଗକୁ ପୁଣି ନିଜର ଯୁବାବସ୍ଥା ପ୍ରଦାନ କରାଯାଇ ପାରିବ। ଏଭଳି ହେଲେ ବୃଦ୍ଧାବସ୍ଥାରେ ମଣିଷକୁ ପୁଣି ଯୁବାବସ୍ଥା ପ୍ରଦାନ କରିବା ସମ୍ଭବ ହୋଇପାରିବ। ବୃଦ୍ଧାବସ୍ଥାକୁ ଏକ ସାଧାରଣ ଜୈବିକ ସ୍ଥିତ ଭାବେ ଗ୍ରହଣ କରାଯାଇଥାଏ। ଏହା ମଣିଷ ଜୀବନରେ ନିଶ୍ଚିିତ ଭାବେ ଘଟିଥାଏ। ତେବେ ବାର୍ଦ୍ଧକ୍ୟକୁ ଏଡ଼ାଇ ଦେଇ ହେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.