ଜେନେଭା/ବେଜିଂ,୯।୬: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଏବେ ହରଡ଼ଘଣାରେ ପଡ଼ିଛି। ଏବେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ଚାଇନାକୁ ଘେରିଛି। କରୋନା ନମୁନା ସହିତ ଏସମ୍ପର୍କିତ ବିଭିନ୍ନ ତଥ୍ୟ ଚାଇନା ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଡବ୍ଲ୍ୟୁଏଚ୍ଓର ପରାମର୍ଶଦାତା ବୋର୍ଡ ସଦସ୍ୟ ଜେମି ମେଟଜଲ ଏନେଇ ସୂଚନା ଦେଇଛନ୍ତି। ଚାଇନାର ସରକାର ଜାଣିଶୁଣି ନମୁନା ନଷ୍ଟ କରୁଛନ୍ତି। ଏହା ସହିତ ଗୁରୁତ୍ୱପୂର୍ଣ୍ଣ ରେକର୍ଡକୁ ଲୁଚାଇବା ଆରମ୍ଭ କରିଥିବା ସେ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କରୋନା ଭୂତାଣୁର ସୃଷ୍ଟି ସମ୍ପର୍କିତ ତଥ୍ୟ ୯୦ ଦିନ ମଧ୍ୟରେ ଲୋଡ଼ିବା ନେଇ ଘୋଷଣା କରିବା ପରେ ଚାଇନା ସତ୍ୟ ପ୍ରଘଟ ହେବା ଭୟରେ ଏଭଳି କରୁଥିବା ଅନୁମାନ କରାଯାଉଛି। ସତ୍ୟକୁ ଲୁଚାଇବା ପାଇଁ ଚାଇନା ନିଜ ବୈଜ୍ଞାନିକଙ୍କୁ ତାଗିଦ୍ କରିବା ସହିତ କରୋନା ଭୂତାଣୁ ସୃଷ୍ଟି ସମ୍ପର୍କରେ ପ୍ରଶ୍ନ କରୁଥିବା ଗଣମାଧ୍ୟମ ପ୍ରତିନିଧି ଏବଂ ସାଧାରଣ ଲୋକଙ୍କୁ ବଳର୍ପୂବକ ଜେଲ୍ରେ ରଖୁଥିବା ଅଭିଯୋଗ ହେଉଥିବା ଜେମି ମେଟଜଲ କହିଛନ୍ତି। ଚାଇନା ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ କେତେକ ଜୈବ ସୁରକ୍ଷା ପ୍ରୟୋଗଶାଳା ପ୍ରତିଷ୍ଠାର ଯୋଜନା କରିଥିବା ସେ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.