ପୁରୁଷୋତ୍ତମପୁର,୩ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ଛେଲୁ ଗ୍ରାମରେ ଜଣେ ମଦ୍ୟପ ସ୍ବାମୀ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ସେ ସ୍ତ୍ରୀଙ୍କ ମୁଣ୍ଡକୁ ପଥର ଛେଚି ବୀଭତ୍ସ ଭାବେ ହତ୍ୟା କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।
ଘଟଣାରୁ ପ୍ରକାଶ ଯେ, ପ୍ରଶାନ୍ତ ମୁଦୁଲି (୩୮) ସବୁଦିନ ମଦ୍ୟପାନ ସହ ବିଭିନ୍ନ ପ୍ରକାରର ନିଶା ସେବନ କରି ସ୍ତ୍ରୀ ଝିଲି (୩୦)ଙ୍କ ସହ ଝଗଡ଼ା କରିବା ସହ ମାଡ଼ପିଟ୍ କରୁଥିଲେ। ଏହାକୁ ନେଇ ସ୍ତ୍ରୀ ଝିଲି ବହୁବାର ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହାର ସମାଧାନ ମଧ୍ୟ କରିଥିଲା। ବୁଧବାର ରାତିରେ ପରିବାର ସମସ୍ତେ ଖାଇପିଇ ନିଜ ନିଜର କୋଠରିରେ ଶୋଇଥିଲେ। ଏହି ସମୟରେ ପ୍ରଶାନ୍ତ ସ୍ତ୍ରୀ ଝିଲି ଓ ସାତବର୍ଷର ପୁଅ ସହ ତାଙ୍କ କୋଠରିରେ ଶୋଇବାକୁ ଯାଇଥିଲେ। ଝିଲି ଶୋଇଥିବା ବେଳେ ପ୍ରଶାନ୍ତ ନିଶାଶକ୍ତ ଅବସ୍ଥାରେ ଘରେ ଥିବା ପେଷଣା ପଥରକୁ ଆଣି ଝିଲିଙ୍କ ମୁଣ୍ଡରେ ଛେଚି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ପରେ ପ୍ରଶାନ୍ତ ମାନସିକ ଭାରସାମ୍ୟ ହରାଇ ନିଜେ ଆତ୍ମହତ୍ୟା କରିଥିଲେ। ସକାଳୁ ଘର କବାଟ ଖୋଲା ଯାଇ ନ ଥିବାରୁ ପରିବାର ଲୋକେ ଓ ଗ୍ରାମବାସୀ କବାଟ ଭାଙ୍ଗି ଏସବୁ ଘଟଣା ଦେଖିବାକୁ ପାଇଥିଲେ। ଏନେଇ ସରପଞ୍ଚଙ୍କ ପ୍ରତିନିଧି ଜୟନାରାୟଣ ଦାଶଙ୍କୁ ଜଣାଇଥିଲେ। ପୁରୁଷୋତ୍ତମପୁର ପୋଲିସକୁ ଖବର ଦେବାରୁ ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ସହ ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଅତିରିକ୍ତ ଏସ୍ପି ପ୍ରଦୀପ କୁମାର ଦଳେଇ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଜବତ କରି ସାଇଣ୍ଟିଫିକ୍ ଟିମ୍ ଡକାଇ ଘଟଣାର ତଦନ୍ତ ଚଲାଇଛନ୍ତି। ଏଥିନେଇ ଥାନାରେ କେସ୍ ନଂ ୨୩୬/୨୧ରେ ଏକ ମାମଲା ରୁଜୁ କରାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.