ନୂଆଦିଲ୍ଲୀ,୧୩।୬: ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଟାଇଟଲ ମ୍ୟାଚ ଖେଳିବାକୁ ପଡ଼ିଆକୁ ଓହ୍ଲାଇବ। ଏହି ଐତିହାସିକ ଫାଇନାଲ ପାଇଁ ଟିମ ଇଣ୍ଡିଆ କଠିନ ପରିଶ୍ରମ କରୁଛି। ଏବେ ଦଳ ଅଭ୍ୟାସ ମ୍ୟାଚ ଖେଳୁଛି। ବିରାଟ କୋହଲିଙ୍କୁ ଏହି ଅଭ୍ୟାସ ମ୍ୟାଚରେ ବୋଲିଂ କରୁଥିବା ଦେଖିବାକୁ ମିଳିଛି। ଏବେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ଯେ କୋହଲି ମଧ୍ୟ ଐତିହାସିକ ଫାଇନାଲରେ ବୋଲିଂ କରିବେ। ଅଭ୍ୟାସ ମ୍ୟାଚ୍ରେ କେ.ଏଲ ରାହୁଲଙ୍କୁ ଏକ ଇନ୍ସୱିଙ୍ଗ ବୋଲିଂ କରିଥିଲେ କୋହଲି। ବିସିସିଆଇ ଏହି ଭିଡିଓ ଟୁଇଟର୍ରେ ଶେୟାର କରିଛି।
ଯଦି କୋହଲି ଐତିହାସିକ ଫାଇନାଲରେ ବୋଲିଂ କରନ୍ତି, ତେବେ ପ୍ରଶଂସକଙ୍କ ପାଇଁ ଏହା କିଛି ନୂଆ ହେବ ନାହିଁ, କାରଣ ସେ ଅନେକ ଥର ବୋଲିଂ କରିବାକୁ ଚେଷ୍ଟା କରିଛନ୍ତି। ୯୧ ଟେଷ୍ଟ ମ୍ୟାଚର ୧୧ ଇନିଂସରେ କୋହଲି ୧୭୫ ବଲ ବୋଲିଂ କରିଥିଲେ। ତେବେ ଟେଷ୍ଟ କ୍ରିକେଟରେ ସେ କୌଣସି ସଫଳତା ପାଇନାହାଁନ୍ତି। କିନ୍ତୁ ଏକଦିବସୀୟ ଏବଂ ଟି-୨୦ କ୍ରିକେଟରେ ମୋଟ ୮ ଉଇକେଟ ରହିଛି। ସେ ୪୮ଟି ଏକଦିବସୀୟରେ ୬୪୧ ବଲ ଏବଂ ୯୦ ଟି -୨୦ ମ୍ୟାଚର ୧୨ ଇନିଂସରେ ୧୪୬ ବଲ ବୋଲିଂ କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.